ଦକ୍ଷିଣ ଦିଗକୁ ଗୋଡ଼ କରି ଶୋଇଲେ ହୋଇଥାଏ ଏପରି ସମସ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 25, 2018

ଦକ୍ଷିଣ ଦିଗକୁ ଗୋଡ଼ କରି ଶୋଇଲେ ହୋଇଥାଏ ଏପରି ସମସ୍ୟା

puspa1

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଘର ହେଉ ଅବା ଅଫିସ୍‌, ଖାଇବା ଓ ଶୋଇବା ସମୟରେ ବାସ୍ତୁଶାସ୍ତ୍ରର ବିଧି ପାଳନ ଦ୍ୱାରା ଶରୀର ଉପରେ ଏହାର ଭଲ ପ୍ରଭାବ ପଡ଼ିଥିବା କୁହାଯାଏ। ଏପରିକି ବିଧି ମୁତାବକ ଆଚରଣ ନ କଲେ, ଶରୀର ଉପରେ ଏହାର ଖରାପ ପ୍ରଭାବ ମଧ୍ୟ ପଡ଼ିଥାଏ।

ବାସ୍ତୁ ଶାସ୍ତ୍ର ଅନୁସାରେ, ଜଣେ ବ୍ୟକ୍ତିଙ୍କ ଶୋଇବାର ଦିଗ ସଠିକ୍‌ ହେବା ଦରକାର। ଦକ୍ଷିଣ ଦିଗକୁ ଗୋଡ଼ କରି ଶୋଇଲେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଏହାର ଖରାପ ପ୍ରଭାବ ପଡ଼ିପାରେ।

କେବଳ ବାସ୍ତୁ ନୁହେଁ, ଦକ୍ଷିଣ ଦିଗକୁ  ଗୋଡ଼ କରି ନଶୋଇବାର ବୈଜ୍ଞାନିକ ଓ ଧାର୍ମିକ କାରଣ ମଧ୍ୟ ରହିଛି।

ବୈଜ୍ଞାନିକ କାରଣ:
ବିଜ୍ଞାନ ଅନୁସାରେ ପୃଥିବୀର ଦୁଇ ମେରୁ, ଉତ୍ତର ଏବଂ ଦକ୍ଷିଣ ମେରୁରେ ଚୁମ୍ୱକୀୟ ଶକ୍ତି ରହିଛି। ଶାରୀରିକ ସଂରଚନା ଅନୁସାରେ ଯଦି ଆପଣଙ୍କ ମୁଣ୍ଡ ଉତ୍ତର ଦିଗକୁ ଅଛି, ତେବେ ଆପଣଙ୍କ ପାଦ ଦକ୍ଷିଣ ଦିଗକୁ ରହିବ। ଆପଣ ଏଭଳି ଶୋଇଲେ,ଏହା ଶରୀର ଉପରେ ନକାରାତ୍ମକ ପ୍ରଭାବ ପକାଇବ।

ଏହାର ଅର୍ଥ, ଦୁଇ ବିପରୀତ ଦିଗ ଶରୀରର ଉଭୟ ପଟକୁ ନିଜ ଆଡ଼କୁ ଆକର୍ଷଣ କରିଥାନ୍ତି ଏବଂ ଏଥିଯୋଗୁ ସ୍ୱାସ୍ଥ୍ୟ ଏବଂ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପଡ଼ିଥାଏ।

ବୈଜ୍ଞାନିକ ଦୃଷ୍ଟିକୋଣରୁ ଏହା ମଧ୍ୟ କୁହାଯାଇଛି, ଦକ୍ଷିଣ ଦିଗକୁ ଗୋଡ଼ କରି ଶୋଇବା ଦ୍ୱାରା ବ୍ୟକ୍ତିଙ୍କ ଶାରୀରିକ ଶକ୍ତି କ୍ଷୟ ହୋଇଥାଏ। ସକାଳେ ଉଠିବା ପରେ ଥକା ଲାଗିଥାଏ। କିନ୍ତୁ ଦକ୍ଷିଣ ଦିଗକୁ ମୁଣ୍ଡ ରଖି ଶୋଇବା ଦ୍ୱାରା ସ୍ୱାସ୍ଥ୍ୟ ଭଲ ରହିଥାଏ।

ଧାର୍ମିକ କାରଣ:
ପୁରାଣ ଅନୁସାରେ, ଦକ୍ଷିଣ ଦିଗକୁ ଯମଙ୍କ ଦିଗ ବୋଲି କୁହାଯାଏ। ଏହି ଦିଗକୁ ଗୋଡ଼ ରଖି ଶୋଇଲେ ଶରୀରକୁ ଦୋଷ ଲାଗିଥାଏ। ମହାଭାରତର ଅନୁଶାସନ ପର୍ବ, ପଦ୍ମ ପୁରାଣ ଏବଂ ସୃଷ୍ଟି ପୁରାଣ ଅନୁସାରେ, ଦକ୍ଷିଣ ଦିଗକୁ ଗୋଡ଼ ରଖି ଶୋଇଲେ, ବ୍ୟକ୍ତି ଅଳ୍ପାୟୁଷ ହୋଇଥା’ନ୍ତି। ଏହା ସହିତ ସ୍ୱାସ୍ଥ୍ୟ ସମସ୍ୟା ବଢ଼ିଥାଏ ଏବଂ ଘରୁ ଲକ୍ଷ୍ମୀ ଚାଲି ଯାଇଥା’ନ୍ତି।



from Odisha Reporter https://ift.tt/2xCMN7M

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages