ମ୍ୟାଚ୍ ଡ୍ର’, ପୁଣି ହୃଦୟ ଜିତିଲା ଆଫ୍‌ଗାନିସ୍ତାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 25, 2018

ମ୍ୟାଚ୍ ଡ୍ର’, ପୁଣି ହୃଦୟ ଜିତିଲା ଆଫ୍‌ଗାନିସ୍ତାନ

ଦୁବାଇ: ଚଳିତ ଏସିଆ କପ୍‌ର ସବୁଠୁ ରୋମାଞ୍ଚ ଭରା ମ୍ୟାଚ୍‌ ଗତକାଲି ଦେଖିଛନ୍ତି ଦର୍ଶକ। ଏହି ମ୍ୟାଚ୍ ହୋଇଥିଲା ଭାରତ ଓ ଆଫଗାନିସ୍ତାନ ମଧ୍ୟରେ। ଏହି ମ୍ୟାଚ୍ ଡ୍ର’ରେ ଶେଷ ହୋଇଛି। ଆଉ ଏହା ସହିତ ପୁଣି ସମସ୍ତଙ୍କ ହୃଦୟ ଜିତିଛି ଆଫ୍‌ଗାନିସ୍ତାନ୍।

ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ୨୫୨ରନ୍ କରିଥିବା ବେଳେ ଭାରତ ମଧ୍ୟ ୨୫୨ରନ୍‌ କରିଥିଲା।

ଶେଷ ଓଭରରେ ଟିମ୍‌ ଇଣ୍ଡିଆକୁ ବିଜୟ ପାଇଁ ୭ ରନ୍ ଦରକାର ଥିବାବେଳେ ଦଳ ମାତ୍ର ୬ ରନ୍ କରିବାରେ ସକ୍ଷମ ହୋଇଥିଲା।

ଦମଦାର ଇନିଂସ ପାଇଁ ଆଫଗାନିସ୍ତାନର ମହମ୍ମଦ ଶେହେଜାଦଙ୍କୁ ‘ମ୍ୟାନ୍‌ ଅଫ୍ ଦ ମ୍ୟାଚ୍‌’ ବିବେଚନା କରାଯାଇଛି।

ଭାରତ ପକ୍ଷରୁ ଏସିଆ କପ୍‌ରେ ନିଜର ପ୍ରଥମ ମ୍ୟାଚ୍‌ ଖେଳୁଥିବା କେଏଲ୍‌ ରାହୁଲ ସର୍ବାଧିକ ୬୦ ରନ୍‌ କରିଥିବା ବେଳେ ଅମ୍ବାତି ରାୟିଡୁ ୫୭,ଦୀନେଶ କାର୍ତ୍ତିକ ୪୪,ଧୋନି ୮,ମନୀଷ ପାଣ୍ଡେ ୮,କେଦାର ଯାଦବ ୧୯ ଓ ରବୀନ୍ଦ୍ର ଜାଡେଜା ୨୬ ରନ୍‌ର ଇନିଂସ୍‌ ଖେଳିଥିଲେ।

ଆଫ୍‌ଗାନିସ୍ତାନ ପକ୍ଷରୁ ଗୁଲବଦିନ ନବି, ରଶିଦ୍ ଖାନ୍, ଅଫତାବ୍ ଆଲାମ୍ ୨ଟି ଲେଖାଏ ୱିକେଟ୍‌ ନେଇଥିବା ବେଳେ ଜାଭେଦ ଅହମଦି ଗୋଟିଏ ୱିକେଟ୍‌ ନେଇଥିଲେ।

ଆଫ୍‌ଗାନିସ୍ତାନ ଚଳିତ ଏସିଆ କପ୍‌ର ଫାଇନାଲ୍‌ ଖେଳିବାକୁ ବିଫଳ ହୋଇଥିଲେ ହେଁ ଦଳ ପୂରା ଟୁର୍ଣ୍ଣାମେଣ୍ଟ୍‌ରେ ଜବରଦସ୍ତ ପ୍ରଦର୍ଶନ କରି ସମସ୍ତଙ୍କ ହୃଦୟ ଜିତିବାକୁ ସକ୍ଷମ ହୋଇଛି।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଆଫ୍‌ଗାନିସ୍ତାନ ଓପନର୍‌ ମହମ୍ମଦ ଶେହେଜାଦ୍‌ଙ୍କ ବିସ୍ଫୋରକ ୧୨୪ ଓ ଅଲରାଉଣ୍ଡର ମହମ୍ମଦ ନାବିଙ୍କ ୬୪ ରନ୍‌କୁ ଆଧାର କରି ୮ ୱିକେଟ୍‌ ହରାଇ ୨୫୨ ରନ୍‌ କରିଥିଲା।

୨୫୩ ରନ୍‌ର ଟାର୍ଗେଟ ପାଇଥିବା ଟିମ୍‌ ଇଣ୍ଡିଆ ନିୟମିତ ଓପନର୍‌ ରୋହିତ ଶର୍ମା ଓ ଶିଖର ଧୱନଙ୍କୁ ବିଶ୍ରାମ ଦେଇଥିବାରୁ ରାହୁଲ ଓ ଅମ୍ବାତି ରାୟିଡୁଙ୍କ ଦ୍ୱାରା ଇନିଂସ୍‌ ଓପନ୍‌ କରିବାକୁ ନିଷ୍ପତ୍ତି ନେଇଥିଲା। ଉଭୟ ଜବରଦସ୍ତ ଆରମ୍ଭ କରି ଟିମ୍‌ ମ୍ୟାନେଜମେଣ୍ଟର୍‌ ନିଷ୍ପତ୍ତିକୁ ଠିକ୍‌ ବୋଲି ପ୍ରମାଣିତ କରିଥିଲେ।

ଉଭୟ ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରିବା ସହ ପ୍ରଥମ ୱିକେଟ୍‌ ପାଇଁ ୧୧୦ରନ୍‌ର ଭାଗୀଦାରି କରିଥିଲେ।

ତେବେ ବ୍ୟକ୍ତିଗତ ଭାବେ ୫୭ ରନ୍‌ କରିଥିବା ବେଳେ ରାଇଡୁଙ୍କୁ ମହମ୍ମଦ ନାବି ଆଉଟ୍‌ କରିଦେଇଥିଲେ। ଏହାପରେ ରଶିଦ୍‌ କେଏଲ ରାହୁଲ (୬୦)ଙ୍କୁ ନିଜର ସ୍ପିନ୍‌ ଜାଲ୍‌ରେ ଫସାଇ ଦେଇଥିଲେ।


ପ୍ରମୋସନ୍‌ ପାଇ ୩ ନଂ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଦୀନେଶ କାର୍ତ୍ତିକ ମଧ୍ୟ ସୁଯୋଗର ଭରପୂର ଫାଇଦା ଉଠାଇ ୪୪ ରନ୍‌ କରିଥିଲେ।

ତାଙ୍କୁ ମହମ୍ମଦ ନବୀ ଆଉଟ୍‌ କରିଦେଇଥିଲେ। ତେବେ ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ନାବାଗତ ଦୀପକ ଚହର ଓ ରବୀନ୍ଦ୍ର ଜାଡେଜା ଦଳ ସ୍କୋର କୁ ଆଗକୁ ବଢାଇଥିଲେ। କିନ୍ତୁ ଚହର ବ୍ୟକ୍ତିଗତ୧୨ରନ୍ କରି ଆଉଟ୍ ହୋଇଯାଇଥିଲେ। ରବୀନ୍ଦ୍ର ଜାଡେଜା (୨୫)ଶେଷ ପର୍ଯ୍ୟନ୍ତ ଲଢେଇ କରିଥିଲେ, ହେଁ ଭାରତକୁ ସଫଳ କରାଇ ପାରି ନ ଥିଲେ। ଟିମ୍ ଇଣ୍ଡିଆ ୪୯.୫ ଓଭରରେ ୨୫୨ ରନ୍ କରି ଅଲ୍ଆ‌ଉଟ୍‌ ହୋଇଯାଇଥିଲା।

ଅଧିନାୟକ ପଦ ଛାଡ଼ି ଥିଲେ ହେଁ ଆଜି ଟିମ୍‌ ଇଣ୍ଡିଆର ନେତୃତ୍ୱ ନେଇଥିଲେ। କ୍ୟାପ୍ଟେନ୍‌ ଭାବେ ଏହା ଧୋନିଙ୍କ ୨୦୦ ତମ ମ୍ୟାଚ୍‌ ଥିଲା।

 



from Odisha Reporter https://ift.tt/2OVgjN2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages