ନରେନ୍ଦ୍ର ମୋଦିଙ୍କୁ ମିଳିଲା ‘ଚାମ୍ପିଅନ୍ସ ଅଫ୍ ଦ ଆର୍ଥ ଆୱାର୍ଡ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 27, 2018

ନରେନ୍ଦ୍ର ମୋଦିଙ୍କୁ ମିଳିଲା ‘ଚାମ୍ପିଅନ୍ସ ଅଫ୍ ଦ ଆର୍ଥ ଆୱାର୍ଡ’

modi

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଇଛନ୍ତି  ଜାତିସଂଘର ସର୍ବୋଚ୍ଚ ପରିବେଶ ସମ୍ମାନ ‘ଚାମ୍ପିଅନ୍ସ ଅଫ୍ ଦ ଆର୍ଥ ଆୱାର୍ଡ’। ବୁଧବାର ଦିନ ଏହି ଘୋଷଣା କରାଯାଇଛି।

୨୦୨୨ ସୁଦ୍ଧା ଭାରତରୁ ମାତ୍ର ଗୋଟିଏ ଥର ବ୍ୟବହୃତ ହେଉଥିବା ପ୍ଲାଷ୍ଟିକ୍‌କୁ ସଂପୂର୍ଣ୍ଣ ଭାବେ ହଟାଇବା ପାଇଁ ମୋଦି ଯେଉଁ ସଂକଳ୍ପ ନେଇଛନ୍ତି, ସେଥିପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।

‘ପଲିସି ଲିଡରସିପ୍ କ୍ୟାଟେଗୋରୀ’ରେ ତାଙ୍କୁ ଏହି ସମ୍ମାନ ଦିଆଯାଇଛି।  ଏହି ବର୍ଗରେ ମୋଦିଙ୍କ ସହିତ ଫ୍ରାନ୍ସ ରାଷ୍ଟ୍ରପତି ଇମ୍ମାନୁଏଲ ମାକ୍‌ରୋନ୍‌ଙ୍କୁ ସମ୍ମାନିତ କରାଯାଇଛି।

ମୋଦି ଓ ଇମ୍ମାନୁଏଲଙ୍କ ସମେତ ପରିବେଶ ପରିବର୍ତ୍ତନ ଦିଗରେ କାର୍ଯ୍ୟ କରୁଥିବା ମୋଟ ୬ ଜଣଙ୍କୁ ଚାମ୍ପିଅନ୍ସ ଅଫ୍ ଦ ଆର୍ଥ ଆୱାର୍ଡ’ ପ୍ରଦାନ କରାଯାଇଛି ବୋଲି ଗତକାଲି ଜାତିସଂଘ ପକ୍ଷରୁ ଘୋଷଣା କରାଯାଇଛି।

କୋଚିନ୍ ଅନ୍ତର୍ଜାତୀୟ ବିମାନବନ୍ଦରକୁ ମଧ୍ୟ ଏହି ସମ୍ମାନ ପ୍ରଦାନ କରାଯାଇଛି। ଅକ୍ଷୟ ଶକ୍ତି ବର୍ଗରେ ଏହି ବିମାନବନ୍ଦରକୁ ସମ୍ମାନିତ କରାଯାଇଛି।

ଏହି ବିମାନବନ୍ଦର ସଂପୂର୍ଣ୍ଣ ଭାବେ ସୋଲାର୍ ପାୱାରରେ ଚାଲିଛି। ଏମିତି କରିବାରେ ଏହା ସାରା ବିଶ୍ୱରେ ପ୍ରଥମ ବିମାନବନ୍ଦର ପାଲଟି ଯାଇଛି।



from Odisha Reporter https://ift.tt/2xHEub8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages