
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାଗଚାଷୀ ଆଇନ ଚୂଡ଼ାନ୍ତ ହୋଇନାହିଁ। ଜମି ମାଲିକ ଓ ଚାଷୀ ଉଭୟଙ୍କ ସ୍ୱାର୍ଥ ରକ୍ଷା ପାଇଁ ଚେଷ୍ଟା କରାଯାଉଛି। ଭାଗଚାଷୀ ଆଇନ ନେଇ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି ଆଜି ଏଭଳି ମତ ରଖିଛନ୍ତି।
ସେ ଆହୁରି କହିଛନ୍ତି,“ଏଥିପାଇଁ ବହୁତ ଗଭୀର ଅନୁଧ୍ୟାନର ଆବଶ୍ୟକତା ରହିଛି। ଗଠିତ ସବ୍ କମିଟି ରିପୋର୍ଟ ଚୂଡାନ୍ତ କରିନାହିଁ। ତେବେ ଆଇନ ଏବେ ହେବ ନାହିଁ। କେବେ ହେବ କହି ହେବନାହିଁ।”
ସୂଚନାଯୋଗ୍ୟ,କିଛି ଦିନ ପୂର୍ବରୁ ଡାକ୍ତର ଦାମୋଦର ରାଉତ ଭାଗଚାଷୀ ଆଇନ ନେଇ ଆପତ୍ତି ଉଠାଇଥିଲେ। ଭାଗଚାଷୀ ଆଇନ କାର୍ଯ୍ୟକାରୀ ନ ହେବା ପଛରେ ପାଣ୍ଡିଆନ୍ଙ୍କ ହାତ ଅଛି ବୋଲି କହିଥିଲେ।
from Odisha Reporter https://ift.tt/2IjrRXB
No comments:
Post a Comment