ଫଟୋ ପୋଷ୍ଟ କରି ପରିହାସର ଶିକାର ହେଲେ ହାର୍ଦ୍ଦିକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 13, 2018

ଫଟୋ ପୋଷ୍ଟ କରି ପରିହାସର ଶିକାର ହେଲେ ହାର୍ଦ୍ଦିକ

ନୂଆଦିଲ୍ଲୀ: ପ୍ରଥମେ ଟିମ୍‌ ଇଣ୍ଡିଆର କୋଚ୍‌ ରବି ଶାସ୍ତ୍ରୀ, ପରେ ଅଧିନାୟକ ବିରାଟ୍‌ କୋହଲି ଏବଂ ଏବେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଇଂଲଣ୍ଡରେ ଟେଷ୍ଟ୍‌ ସିରିଜ୍‌ ପରାଜୟକୁ ନେଇ ସମାନ କଥା କହିଛନ୍ତି।
ଟିମ୍‌ ଇଣ୍ଡିଆ ଶୋଚନୀୟ ଭାବେ ୧-୪ରେ ଇଂଲଣ୍ଡଠାରୁ ପରାସ୍ତ ହୋଇଥିଲେ ହେଁ ହାର୍ଦ୍ଦିକ କିନ୍ତୁ ଏକଥା ମାନିବାକୁ ପ୍ରସ୍ତୁତ ନାହାନ୍ତି। ସେ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଛାଡ଼ି ଟିମ୍‌ ଇଣ୍ଡିଆ ଇଂଲଣ୍ଡରେ ଭଲ ପ୍ରଦର୍ଶନ କରିଛି ବୋଲି କହିଛନ୍ତି। ତେବେ ଏହାକୁ କ୍ରିକେଟ୍‌ ଫ୍ୟାନ୍‌ମାନେ ହଜମ କରିପାରି ନାହାନ୍ତି। ସେମାନେ ହାର୍ଦ୍ଦିକଙ୍କୁ ମନଇଚ୍ଛା ସମାଲୋଚନା କରିଛନ୍ତି।
ଲଗାତର ଖରାପ ପ୍ରଦର୍ଶନ କରିବାରୁ ହାର୍ଦ୍ଦିକଙ୍କୁ ଇଂଲଣ୍ଡ ବିପକ୍ଷ ୫ମ ଟେଷ୍ଟ୍‌ରେ ବେଞ୍ଚରେ ବସିବାକୁ ପଡ଼ିଥିଲା। ତଥାପି ଭାରତର ଭାଗ୍ୟ ଓଭାଲ୍‌ ଟେଷ୍ଟ୍‌ରେ ବଦଳି ନଥିଲା। ଟିମ୍‌ ଇଣ୍ଡିଆକୁ ଇଂଲଣ୍ଡ ୧୧୮ ରନ୍‌ରେ ପରାସ୍ତ କରି ୪-୧ରେ ଟେଷ୍ଟ୍‌ ସିରିଜକୁ କବଜା କରିଥିଲା।
ହାର୍ଦ୍ଦିକ ନୂଆ ଲୁକ୍‌ରେ ଆଜି ଇନ୍‌ଷ୍ଟାଗ୍ରମାରେ ଏକ ଫଟୋ ଛାଡ଼ିଥିଲେ। ଏଥିରେ ସେ ଲେଖିଥିଲେ, “ଭ୍ରମଣକାରୀ ଦଳ(ଭାରତ) ଇଂଲଣ୍ଡରେ ଜବରଦସ୍ତ ଲଢ଼େଇ କଲେ। ରେଜଲ୍ଟ ଭଲ ହେଲାନି। କିନ୍ତୁ ଲଢ଼େଇ କରି ଘରକୁ ଫେରୁଥିବାରୁ ଭଲ ଲାଗୁଛି। ଘରେ କିଛି ଦିନ ସମୟ ବିତାଇବା ପରେ ପୁଣି ଏସିଆ କପ୍‌ ଖେଳିବାକୁ ଯିବାକୁ ହେବ।” ତେବେ ହାର୍ଦ୍ଦିକଙ୍କ ଏଭଳି ମନ୍ତବ୍ୟକୁ ଫ୍ୟାନ୍‌ମାନେ ପରିହାସ କରିବା ଆରମ୍ଭ କରିଦେଇଛନ୍ତି।
ଜଣେ ବ୍ୟକ୍ତି କହିଛନ୍ତି, “ହାର୍ଦ୍ଦିକଙ୍କୁ ରାପର୍‌ କରାଯାଉ। ତାଙ୍କ ମନ ଆଉ କ୍ରିକେଟ୍‌ରେ ନାହିଁ। ସବୁବେଳେ ରାପର୍‌ ଭଳି ମୁହଁ କରି ଷ୍ଟାଇଲ୍‌ ମାରିବା ଛଡ଼ା ଆଉ କିଛି ଜଣାନାହିଁ…
ଆଉ ଜଣେ ଫ୍ୟାନ୍‌ ହାର୍ଦ୍ଦିକଙ୍କୁ ଗ୍ୟାଙ୍ଗଷ୍ଟର ଭଳି ଦେଖାଯାଉଥିବା କହିଛନ୍ତି। ପ୍ରଥମେ ଭଲ କ୍ରିକେଟ୍‌ ଖେଳ, ତା’ପରେ ଷ୍ଟାଇଲ୍‌ କରିବ। ସବୁବେଳେ ଓଭର ଆକ୍ଟିଂ କରିବା ବନ୍ଦ କର ବୋଲି ଅନ୍ୟ ଜଣେ ଫ୍ୟାନ ଇନ୍‌ଷ୍ଟାଗ୍ରାମରେ ଲେଖିଛନ୍ତି।
ହାର୍ଦ୍ଦିକ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଯଥାକ୍ରମେ ୪,୧୮,୫୨ ଓ ୧୧ ରନ୍‌ କରିଥିଲେ।


from Odisha Reporter https://ift.tt/2xa0OZP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages