କାହିଁକି କଳା କୋଟ୍ ପିନ୍ଧନ୍ତି ଓକିଲ, ଜାଣନ୍ତୁ ଏହା ପଛର ରହସ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 13, 2018

କାହିଁକି କଳା କୋଟ୍ ପିନ୍ଧନ୍ତି ଓକିଲ, ଜାଣନ୍ତୁ ଏହା ପଛର ରହସ୍ୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶୀତ ହେଉ ବା ଗରମ । ଓକିଲମାନେ ସବୁବେଳେ ଗୋଟିଏ ରଙ୍ଗର କୋର୍ଟରେ ନଜର ଆସଥାନ୍ତି । ଆପଣମାନେ ଏହାକୁ ଟେଲିଭିଜନରେ ଦେଖିଥିବେ ଆଉ ସତ ସତିକା ବି।

ଓକିଲାତି କରୁଥିବା ସମୟରେ ଓକିଲମାନେ କଳା ରଙ୍ଗର କୋଟ୍ ପିନ୍ଧିଥାନ୍ତି । ତେବେ ସେମାନଙ୍କର ଏହି ଡ୍ରେସ୍ କୋଡ୍ ଆଜିର ନୁହେଁ ବରଂ ବହୁବର୍ଷ ପୁରୁଣା। କେବେ ଭାବିଛନ୍ତି କି ଓକିଲମାନେ କାହିଁକି ଏପରି କଳା କୋଟ୍ ପିନ୍ଧିଥାନ୍ତି ?

ତା ହେଲେ ଆସନ୍ତୁ ଜାଣିବା ସେ ସମ୍ପର୍କରେ…

ଆମ ଦେଶରେ  କଳାରଙ୍ଗର ଡ୍ରେସକୋଡ୍‌କୁ ଅନୁଶାସନ ଓ ଆତ୍ମବିଶ୍ୱାସର  ପ୍ରତୀକ ବୋଲି ଗ୍ରହଣ କରାଯାଇଥାଏ। ଏହି ଡ୍ରେସ ପିନ୍ଧିବା ଦ୍ୱାରା ଅନ୍ୟ ବୃତ୍ତିରେ କାମ କରୁଥିବା ଲୋକଙ୍କ ତୁଳନାରେ  ଓକିଲମାନେ ଟିକେ ଅଲଗା ଲାଗନ୍ତି। ବାସ୍ତବରେ ୧୯୬୧ ମସିହାରେ ଭାରତରେ  ‘ଆଡଭୋକେଟ୍‌ ଆକ୍ଟ’ ଅନୁସାରେ ଓକିଲମାନେ କଳା କୋଟ୍‌ ପିନ୍ଧିବା ଅନିବାର୍ଯ୍ୟ କରାଯାଇଥିଲା।

କଳାରଙ୍ଗ ଦୁଃଖର ପ୍ରତୀକ ବୋଲି କେତେକ ଲୋକ ବିଶ୍ୱାସ କରନ୍ତି। ଏଥିପାଇଁ  ଇଂଲଣ୍ଡରେ  କିଙ୍ଗ୍‌ ଚାଲ୍ସଙ୍କ  ଶୋକସଭାରେ  ଓକିଲମାନେ କଳାରଙ୍ଗର କୋର୍ଟ ପିନ୍ଧି ଆସିଥିଲେ। ତେବେ ସେହିଦିନରୁ ଓକିଲମାନଙ୍କୁ କଳାକୋର୍ଟ ପିନ୍ଧିବାକୁ ଅନିବାର୍ଯ୍ୟ କରାଯାଇଛି। ଇଂଲଣ୍ଡରେ କଳା ରଙ୍ଗର ଲୋକପ୍ରିୟତା ମଧ୍ୟ ଅଧିକ।

କଳା ରଙ୍ଗ ଶକ୍ତ ଓ ଅଧୀକାରର ପ୍ରତୀକ ବୋଲି ମନାଯାଇଥାଏ। ଓକିଲମାନେ  ନ୍ୟାୟ ପ୍ରଦାନ ଲାଗି ଏହି ବୃତ୍ତିକୁ ଆପଣାଇ ଥିବାରୁ କଳା ରଙ୍ଗ ସେମାନଙ୍କ ଲାଗି ମହତ୍ୱପୂର୍ଣ୍ଣ। ଏଥିପାଇଁ ଓକିଲମାନେ କଳା ରଙ୍ଗର କୋର୍ଟ ପିନ୍ଧିଥାନ୍ତି। ସେହିପରି ସେମାନେ  ନିଜ ସାର୍ଟ ଉପରେ  ଧଳା ରଙ୍ଗର ବ୍ଲେଡ୍ ଲଗାଇଥାନ୍ତି। ଯାହାକୁ ପବିତ୍ରତାର ସଙ୍କେତ କୁହାଯାଏ।

କଳା ରଙ୍ଗ ଦୃଷ୍ଟିହୀନ ବ୍ୟକ୍ତିର ପ୍ରତୀକ ହୋଇଥାଏ। କଥାରେ ଅଛି ଅନ୍ଧା କାନୁନ୍‌। ମନେ ଆଇନ୍‌ର ଚକ୍ଷୁ ନାହିଁ। କେବଳ ପ୍ରମାଣ ଓ ସାକ୍ଷୀକୁ ଭିତ୍ତି କରି ନିଷ୍ପତ୍ତି ଶୁଣାଇବା ଏହାର ଧର୍ମ। ଅନ୍ୟପକ୍ଷରେ ଦୃଷ୍ଟିହୀନ ଲୋକଟିଏ କୌଣସି ପକ୍ଷପାତିତା କରେ ନାହିଁ, ଏଣୁ କଳା ରଙ୍ଗ କୋଟ୍‌ ପିନ୍ଧିବା ପରେ ଓକିଲମାନେ କୌଣସି ଭେଦଭାବ ନ ରଖି  ସତ୍ୟତା ପାଇଁ ଲଢ଼େଇ କରୁଥିବାରୁ ଏହି ରଙ୍ଗର କୋର୍ଟ ପରିଧାନ କରନ୍ତି ବୋଲି କୁହାଯାଏ।



from Odisha Reporter https://ift.tt/2OeoYtl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages