
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) ଆପଣ ବସ୍ଷ୍ଟାଣ୍ଡର ଦୃଶ୍ୟ ଦେଖିଥିବେ। କେମିତି ବସ୍ର କଣ୍ଡକ୍ଟର ଏବଂ ବାହାରେ ଥିବା ହକରମାନେ ବିଭିନ୍ନ ସ୍ଥାନର ନାମ ଡାକୁଥିବେ। ଯାତ୍ରୀମାନଙ୍କୁ ଗନ୍ତବ୍ୟସ୍ଥଳକୁ ଯିବାରେ ସାହାଯ୍ୟ କରିବାକୁ ହେଉ ବା ବସ୍ ପାସେଞ୍ଜରଙ୍କ ସଂଖ୍ୟା ବଢ଼ାଇବାକୁ ହେଉ, ଏମାନେ ଏଭଳି ଡାକ ପକାଇଥାନ୍ତି। ହେଲେ ଆପଣ କେବେ ବିମାନ ବନ୍ଦରରେ ଏମିତି ଦୃଶ୍ୟ ଦେଖିଛନ୍ତିକି ? ଆମ କଥା ଶୁଣି ଆପଣଙ୍କୁ ଅଜବ ଲାଗୁଥିବ। ଭାବୁଥିବେ ବିମାନବନ୍ଦରରେ କ’ଣ ଏମିତି ହୁଏ? ଅବଶ୍ୟ ଆପଣଙ୍କ ସନ୍ଦେହ ଯଥାର୍ଥ।
ହେଲେ ଆମେ ଆପଣଙ୍କୁ ଆଜି ଯେଉଁ ବିମାନବନ୍ଦରର ଭିଡିଓ ଦେଖାଇବୁ ତାହା ବସ୍ଷ୍ଟାଣ୍ଡର ଭ୍ରମ ସୃଷ୍ଟି କରୁଛି। ବିମାନ ପାଖରେ ଠିଆ ହୋଇ ଜଣେ ବ୍ୟକ୍ତି ଠିକ୍ ବସ କଣ୍ଡକ୍ଟର ଭଳି ଜାଗାର ନାଁ ଡାକୁଛନ୍ତି। ତା’ ସହିତ ରେଟ୍ ମଧ୍ୟ କହୁଛନ୍ତି। ତେବେ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଏହା ବାସ୍ତବ ଚିତ୍ର ନୁହଁ। ଇଏ ହେଉଛି ଆଧୁନିକ ବୈଷୟିକ ଜ୍ଞାନ କୌଶଳର କମାଲ୍।
ଭିଡିଓ ଏଡିଟିଂ କରାଯାଇ ଆଜି ଯେ କୌଣସି ଜିନିଷକୁ ବ୍ୟଙ୍ଗାତ୍ମକ ଢଙ୍ଗରେ ଉପସ୍ଥାପନ କରାଯାଇପାରୁଛି। ସେହି ଟେକନିକ୍ ବ୍ୟବହାର କରି ଖୁବ୍ ରୋଚକ ଓ ମଜାଦାର ଏହି ଭିଡିଓଟି ପ୍ରସ୍ତୁତ ହୋଇଛି, ଆଉ ସୋଶାଲ ମିଡିଆରେ ଭାଇରାଲ ମଧ୍ୟ ହେଉଛି।
ଆଜି ଆମେ ଯେଉଁ ଭାଇରାଲ ଭିଡିଓ ଦେଖାଇବୁ ତାହା ଝାରସୁଗୁଡ଼ାର ନବନିର୍ମିତ ବିମାନବନ୍ଦରକୁ ଇଙ୍ଗିତ କରି ତିଆରି ହୋଇଛି। ଦୃଶ୍ୟ ଦେଖିଲେ ଆପଣ ବି ନହସି ରହିପାରିବେ ନାହିଁ।
ବିମାନ ବନ୍ଦରରେ ବସ୍ ଷ୍ଟାଣ୍ଡର ଭ୍ରମ, ଦେଖନ୍ତୁ ଭିଡିଓ, ନିଅନ୍ତୁ ମଜା
Odisha Reporter यांनी वर पोस्ट केले शनिवार, २९ सप्टेंबर, २०१८
from Odisha Reporter https://ift.tt/2NSQKzF
No comments:
Post a Comment