ବିରାଟ୍‌ଙ୍କ ସ୍ଥାନ ନେବେ କି ରୋହିତ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 29, 2018

ବିରାଟ୍‌ଙ୍କ ସ୍ଥାନ ନେବେ କି ରୋହିତ!

ଦୁବାଇ: ରୋହିତ ଶର୍ମାଙ୍କ ଟିମ୍‌ ଇଣ୍ଡିଆ ବାଂଲାଦେଶକୁ ପରାସ୍ତ କରି ୭ମ ଥର ପାଇଁ ଏସିଆ କପ୍‌ ବିଜେତା ହୋଇଛି। ତେବେ ଏସିଆ କପ୍‌ ଟୁର୍ଣ୍ଣାମେଣ୍ଟର୍‌ରେ ରୋହିତ ଶର୍ମା ଯେଉଁଭଳି କ୍ୟାପ୍ଟେନଶିପ୍‌ କଲେ, ତାକୁ ନେଇ ଚାରିଆଡ଼େ ଚର୍ଚ୍ଚା।

ପୂର୍ବରୁ ଭାରତକୁ ମହେନ୍ଦ୍ର ସିଂହ ଧୋନିଙ୍କ ପରେ ଆଉ ଜଣେ କ୍ୟାପ୍ଟେନ୍‌ କୁଲ୍‌ ମିଳିଛି ବୋଲି କୁହାଯାଇଥିଲା। ଏବେ କିନ୍ତୁ କ’ଣ ଟିମ୍‌ ଇଣ୍ଡିଆର ନିୟମିତ କ୍ୟାପ୍ଟେନ୍‌ ବିରାଟ୍‌ କୋହଲିଙ୍କ ବଦଳରେ ରୋହିତ ଶର୍ମାଙ୍କୁ ଭାରତୀୟ କ୍ରିକେଟ୍‌ ଟିମ୍‌ର ସ୍ଥାୟୀ ଅଧିନାୟକ ପଦ ମିଳିବା ଉଚିତ ହେବ କି ବୋଲି ପ୍ରଶ୍ନ ଉଠିଛି।

ଏ ସମ୍ପର୍କରେ ରୋହିତ ମଧ୍ୟ ନିଜର ମତ ରଖିଛନ୍ତି। ସେ ଟିମ୍‌ ଇଣ୍ଡିଆର ପୂର୍ଣ୍ଣକାଳୀନ ଅଧିନାୟକ ହେବାକୁ ପ୍ରସ୍ତୁତ ଅଛନ୍ତି ବୋଲି ମଧ୍ୟ କହିବାକୁ ପଛାଇ ନାହାନ୍ତି। ରୋହିତଙ୍କ ଏଭଳି ବୟାନ ପରେ ସୋଶାଲ୍‌ ମିଡିଆରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ରୋହିତଙ୍କ ସପକ୍ଷରେ କିଛି ଲୋକ ମତ ଦେଇଥିବା ବେଳେ ଆଉ କିଛି ଲୋକ ବିରାଟ୍‌ଙ୍କୁ ସମର୍ଥନ କରିଛନ୍ତି।

ପୂର୍ବରୁ ବିରାଟ୍‌ କୋହଲି ଜାଣିଶୁଣି ରୋହିତଙ୍କୁ ଟିମ୍‌ ଇଣ୍ଡିଆରୁ ଦୂରେଇ ରଖିବାକୁ ଚାହୁଁଛନ୍ତି ବୋଲି ମତ ପ୍ରକାଶ ପାଇଥିଲା। ଏପରି କି ବିରାଟ୍‌ଙ୍କ କଥାରେ ଟିମ୍‌ ମ୍ୟାନେଜମେଣ୍ଟ୍‌ ଇଂଲଣ୍ଡ ବିପକ୍ଷ ଟେଷ୍ଟ୍‌ ସିରିଜ୍‌ ପାଇଁ ରୋହିତଙ୍କୁ ଦଳରେ ସାମିଲ କରି ନଥିଲା ବୋଲି ଚର୍ଚ୍ଚା ହୋଇଥିଲା।

ଏହି ଚର୍ଚ୍ଚାକୁ ବେଶୀ ଖୋରାକ୍ ଯୋଗାଇଥିଲା ରୋହିତ ଶର୍ମାଙ୍କ ଗୋଟିଏ ଛୋଟିଆ ହରକତ। ରୋହିତ ଶର୍ମା ହଠାତ୍‌ ବିରାଟ୍‌ କୋହଲିଙ୍କୁ ଉଭୟ ଟ୍ୱିଟର୍‌ ଓ ଇନ୍‌ଷ୍ଟାଗ୍ରାମ୍‌ରୁ ଅନ୍‌ ଫଲୋ କରିବା ପରେ ଏହି ଦୁଇ ଖେଳାଳିଙ୍କ ମଧ୍ୟରେ ସବୁ କିଛି ଠିକ୍‌ ଠାକ ଚାଲିନି ବୋଲି କୁହାଯାଉଛି।

ଗତକାଲି ମ୍ୟାଚ୍‌ ପରେ ରୋହିତ ଶର୍ମା କହିଛନ୍ତି, “ଯଦି ସୁଯୋଗ ମିଳେ, ତା’ହେଲେ ମୁଁ ଟିମ୍‌ ଇଣ୍ଡିଆର ପୂର୍ଣ୍ଣକାଳୀନ ଅଧିନାୟକ ହେବାକୁ ପ୍ରସ୍ତୁତ ଅଛି। ଏବେ ଆମେ ଜିତୁଛୁ। ତେଣୁ ଯେବେ ବି ସୁଯୋଗ ଆସିବ ମୁଁ ଟିମ୍‌ ଇଣ୍ଡିଆର ଅଧିନାୟକ ହେବାକୁ ପ୍ରସ୍ତୁତ ଅଛି। ଯେତେବେଳେ ଟିମ୍‌ର କିଛି ବରିଷ୍ଠ ଖେଳାଳିମାନେ ବିଶ୍ରାମ ନିଅନ୍ତି, ସେତେବେଳେ ଏକ ଚ୍ୟାଲେଞ୍ଜିଂ ପରିସ୍ଥିତି ସୃଷ୍ଟି ହୁଏ। ବରିଷ୍ଠ ଖେଳାଳିମାନେ ଫେରିବା କ୍ଷଣି କିଛି ଖେଳାଳି ନିଶ୍ଚିତ ଭାବେ ଟିମ୍‌କୁ ବାଦ ପଡ଼ନ୍ତି। ବିଶ୍ୱର ପ୍ରତିଟି ଟିମ୍‌ ଏକଥା କରୁଛନ୍ତି ଏବଂ ବାଦ୍‌ ପଡ଼ୁଥିବା ଖେଳାଳିମାନେ ଏକଥାକୁ ଭଲ ଭାବେ ବୁଝିଛନ୍ତି।

କିନ୍ତୁ ଯେତେବେଳେ ବି ସୁଯୋଗ ମିଳିବ, ସେଥିରୁ ଭରପୂର ଫାଇଦା ଉଠାଇବା ଦରକାର। ଏଥିପାଇଁ ସେମାନଙ୍କ ଉପରେ ଚାପ ରହିଥାଏ। କିନ୍ତୁ ମୁଁ ଟିମ୍‌କୁ ସମ୍ଭାଳିଲା ବେଳେ ଚାପରେ ନୁହେଁ ବରଂ ଖେଳାଳିଙ୍କୁ ନିଜ ଦକ୍ଷତା ଅନୁଯାୟୀ ବ୍ୟାଟିଂ ଓ ବୋଲିଂ କରିବାକୁ କହିଥାଏ। ଆମ କୋଚ୍ ମଧ୍ୟ ନୂଆ ଖେଳାଳିଙ୍କୁ ଅନୂରୂପ କଥା କହିଥାଆନ୍ତି।”

ରୋହିତଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ପୂର୍ବରୁ ତ୍ରିପାକ୍ଷିକ ସିରିଜ୍‌ ଜିତିଥିବା ବେଳେ ଏବେ ଏସିଆ କପ୍‌ ମଧ୍ୟ ଜିତିଛି। ତେଣୁ ତାଙ୍କ ଅଧିନାୟକତ୍ୱ ଭାରତକୁ ଶତ ପ୍ରତିଶତ ଫାଇଦା ଦେଇଛି।



from Odisha Reporter https://ift.tt/2Irrr1x

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages