ଜାଣିଛନ୍ତି, କେଉଁ ବାରରେ କ’ଣ କିଣିବା ଓ ନକିଣିବା ଉଚିତ୍‌? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 13, 2018

ଜାଣିଛନ୍ତି, କେଉଁ ବାରରେ କ’ଣ କିଣିବା ଓ ନକିଣିବା ଉଚିତ୍‌?

sadhi

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜୀବନରେ ଶୁଭ-ଅଶୁଭ, ଭଲ-ମନ୍ଦ, ଭଲ-ଖରାପ ସମୟ ଲାଗି ରହିଥାଏ। ବାସ୍ତୁ ଅନୁସାରେ, ଦିନ ହେଉ କି ରାତି, କୌଣସି ଜିନିଷ କିଣିଲେ ଏହାର ଶୁଭ ଓ ଅଶୁଭ ପ୍ରଭାବ ରହିଥାଏ। ଏହି କାରଣରୁ କୌଣସି ଜିନିଷ କିଣି ଘରକୁ ଆଣିବା ପରେ ଏହାର ଖରାପ ପ୍ରଭାବ ଆପଣ ଓ ଆପଣଙ୍କ ପରିବାର ଉପରେ ପଡ଼ିପାରେ।

କେଉଁ ବାରରେ କେଉଁ ଜିନିଷ କିଣିବା ଶୁଭ ଓ ଅଶୁଭ ତାହା ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି। ଶାସ୍ତ୍ର ଅନୁସାରେ ବାର ଦେଖି ଜିନିଷ କିଣିଲେ ଏହା ଦୀର୍ଘସ୍ଥାୟୀ ହେବା ସହ ଆପଣଙ୍କ ପାଇଁ ଶୁଭଫଳ ଆଣିଥାଏ।

ଆସନ୍ତୁ ଜାଣିବା କେଉଁ ବାରରେ କ’ଣ କିଣିବା ଉଚିତ ଓ କ’ଣ ନ କିଣିବା ଉଚିତ୍ ?

ରବିବାର

ରବିବାର ସୂର୍ଯ୍ୟ ଦେବଙ୍କୁ ସମର୍ପିତ। ଏହି ଦିନ ଲାଲ ରଙ୍ଗର ବସ୍ତୁ, ଗହମ, ପର୍ସ, ଔଷଧ, କଇଁଚି, ଆଖି ସମ୍ବନ୍ଧୀୟ ଦ୍ରବ୍ୟ କିଣିବା ଶୁଭ ବୋଲି ବିବେଚନା କରାଯାଏ।

purseଏହିଦିନ ଲୁହା କିମ୍ବା ଲୁହାରେ ତିଆରି ଜିନିଷ କିଣନ୍ତୁ ନାହିଁ। ଏହାସହ ଏହି ବାରରେ ଫର୍ଣ୍ଣିଚର୍‌, ଗାଡ଼ି କିଣିବା ଅଶୁଭ ହୋଇପାରେ।

ସୋମବାର

ମହାଦେବଙ୍କୁ ଏହି ବାର ସମର୍ପିତ। ଏହିଦିନ ଚାଉଳ, ବାସନ, ଔଷଧ, କ୍ଷୀରରେ ପ୍ରସ୍ତୁତ ମିଠା ଓ କ୍ଷୀର ଜାତୀୟ ଖାଦ୍ୟ କିଣିଲେ ଶୁଭ।

riceଏହିଦିନ ଷ୍ଟେସନାରୀ, କଳା ସମ୍ବନ୍ଧୀୟ ଦ୍ରବ୍ୟ, ମ୍ୟୁଜିକ୍‌ ସହ ସମ୍ପର୍କିତ ଜିନିଷ, ଖେଳ ସାମଗ୍ରୀ, କମ୍ପ୍ୟୁଟର୍‌, ମୋବାଇଲ୍‌ କିଣନ୍ତୁ ନାହିଁ।

ମଙ୍ଗଳବାର

ଜୀବନରେ ଥିବା ସବୁ ସମସ୍ୟା ଦୂର କରି ଶୁଭଫଳ ଦେଉଥିବା ହନୁମାନଙ୍କୁ ଏହି ବାର ସମର୍ପିତ। ଏହିଦିନ ରୋଷେଇ ସାମଗ୍ରୀ, ଲାଲ ରଙ୍ଗର ବସ୍ତୁ, ନିଆଁ ସହ ସମ୍ବନ୍ଧିତ ଉତ୍ପାଦ ଓ ଜମି କିଣିବା ଶୁଭ ବିବେଚନା କରାଯାଏ।

furnitureମଙ୍ଗଳବାର ଭୁଲରେ ବି ଜୋତା କିଣନ୍ତୁ ନାହିଁ। ଏହିଦିନ ଲୁହା ସାମଗ୍ରୀ, ଫର୍ଣ୍ଣିଚର୍‌ ଓ ମୋବାଇଲ୍‌ କିଣିବାରୁ ଦୂରେଇ ରୁହନ୍ତୁ।

ବୁଧବାର

ଶୁଭର ପ୍ରତୀକ ଗଜାନନ ଏବଂ ମାତା ସରସ୍ୱତୀଙ୍କୁ ବୁଧବାର ସମର୍ପିତ। ଏହିଦିନ ଷ୍ଟେସନାରୀ ସାମଗ୍ରୀ, କଳା ସମ୍ପର୍କୀତ ବସ୍ତୁ, ଗାଡ଼ି ଓ ଘର ସଜାଇବା ଦ୍ରବ୍ୟ କିଣିବା ଶୁଭ।

ଏହିଦିନ ଚାଉଳ, ଔଷଧ, ଅଗ୍ନି ସହ ସମ୍ବନ୍ଧିତ ଉତ୍ପାଦ, ବାସନ, ଠାକୁର ପୂଜା ସାମଗ୍ରୀ କିଣନ୍ତୁ ନାହିଁ।

ଗୁରୁବାର

ନାରାୟଣଙ୍କୁ ସମର୍ପିତ ଏହି ବାର। ଏହିଦିନ ଆପଣ ଯେକୌଣସି ଇଲେକ୍ଟ୍ରୋନିକ ଜିନିଷ କିଣିପାରିବେ। ଏହାସହ ଜମି ସହ ସମ୍ପର୍କ ଥିବା ଦ୍ରବ୍ୟ କିଣିବା ଲାଭଦାୟକ ହେବ।

elecଏହିଦିନ ଆଖି ସହ ସମ୍ପର୍କ ଥିବା ଜିନିଷ କିମ୍ବା ଧାରୁଆ ଜିନିଷ କିଣନ୍ତୁ ନାହିଁ।

ଶୁକ୍ରବାର

ଏହି ବାର ମା’ଲକ୍ଷ୍ମୀଙ୍କୁ ସମର୍ପିତ। ଚମଡ଼ା ସହ ଜଡ଼ିତ ଦ୍ରବ୍ୟ ଯଥା ପର୍ସ, ବେଲ୍ଟ, ଜୋତା, ରୂପସଜା ଦ୍ରବ୍ୟ କିଣିବା ଶୁଭ। ଏହିଦିନ ଘର ଓ ଅଫିସ୍‌ ସଜାଇବା ପାଇଁ ଜିନିଷ କିଣିପାରିବେ।

ଏହିଦିନ ରୋଷେଇ ଓ ପୂଜା ସାମଗ୍ରୀ କିଣନ୍ତୁ ନାହିଁ। ଏହାସହ ଗାଡ଼ି ପାଇଁ କୌଣସି ଜିନିଷ କିଣିନ୍ତୁ ନାହିଁ।

ଶନିବାର

ସୂର୍ଯ୍ୟପୁତ୍ର ଶନିଦେବଙ୍କୁ ଏହି ବାର ସମର୍ପିତ। ଏହିଦିନ ଗାଡ଼ି, ମେସିନ, ଆସେସରିଜ୍‌, ହାର୍ଡୱେର, ଫର୍ଣ୍ଣିଚର୍‌, ପରଦା କିଣିବା ଶୁଭ।
shop1ଶନି କୋପରୁ ରକ୍ଷା ପାଇବାକୁ ଚାହୁଁଥିଲେ ସୋରିଷ ତେଲ, ଲୁଣ, ଛୁରୀ, କଇଁଚି, ଚାଉଳ ଓ ମସଲା ସାମଗ୍ରୀ କିଣନ୍ତୁ ନାହିଁ।



from Odisha Reporter https://ift.tt/2xguaG1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages