ସାବଧାନ: ଏମିତି ଖବର ପୋଷ୍ଟକୁ ଆଉ ବରଦାସ୍ତ କରିବନି ଫେସ୍‌ବୁକ୍‌ ଏବଂ ଟ୍ୱିଟର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 5, 2018

ସାବଧାନ: ଏମିତି ଖବର ପୋଷ୍ଟକୁ ଆଉ ବରଦାସ୍ତ କରିବନି ଫେସ୍‌ବୁକ୍‌ ଏବଂ ଟ୍ୱିଟର

ନୂଆଦିଲ୍ଲୀ: ଫେକ୍‌ ନ୍ୟୁଜ୍‌କୁ ରୋକିବା ପାଇଁ  ନିର୍ବାଚନ କମିଶନଙ୍କ ସହ ହାତ ମିଳାଇଲେ ସୋଶାଲ ମିଡିଆ। ବିଶେଷକରି ଆଗକୁ ୨୦୧୯ରେ ସାଧାରଣ ନିର୍ବାଚନ ଆସୁଥିବାରୁ ମିଛ ଖବର ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଜୋରଦାର ଗୁରୁତ୍ୱ ଦିଆଯାଉଛି। ଏନେଇ ଫେସ୍‌ବୁକ୍‌, ଗୁଗୁଲ ଏବଂ ଟ୍ୱିଟର ଭଳି ଆଗଧାଡ଼ିର ସୋଶାଲ ମିଡିଆ କମ୍ପାନୀମାନେ ସେନ୍ସର ଲଗାଇବା ପାଇଁ ଯୋଜନା କରୁଛନ୍ତି।

ଏହି ସେନ୍ସର ମିଛ ଖବର ପୋଷ୍ଟ ଉପରେ ନଜର ରଖିବ। ସେହିପରି ମତଦାନର ୪୮ ଘଣ୍ଟା ପୂର୍ବରୁ ଯେମିତି କୌଣସି ରାଜନୈତିକ ବିଜ୍ଞାପନ ପ୍ରସାରଣକୁ ବନ୍ଦ କରାଯାଇପାରିବ ସେଥିପାଇଁ ‘ସାଇଲେନ୍ସ ପିରିୟର୍ଡ଼’ ଲାଗୁ କରାଯିବା ନେଇ ଗୁରୁତ୍ୱ ଦିଆଯାଇଛି। ଅର୍ଥାତ ଏହି ୪୮ ଘଣ୍ଟା ମଧ୍ୟରେ ସୋଶାଲ ମିଡିଆରେ କୌଣସି ରାଜନୈତିକ ବିଜ୍ଞାପନ ପ୍ରକାଶ ପାଇପାରିବ ନାହିଁ।

ମୁଖ୍ୟତଃ ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ଏଭଳି ସତର୍କତା ଅବଲମ୍ବନ କରାଯାଉଛି। ବିଶେଷକରି ନିର୍ବାଚନ ସମୟରେ ମିଛ ପ୍ରଚାର, ମାନହାନି ଏବଂ ହିଂସା ଉଦ୍ରେକକାରୀ ପୋଷ୍ଟ ନେଇ ଅଧିକ ଆଶଙ୍କା ରହିଛି। ତେଣୁ ଏହା ଉପରେ ନଜର ରଖିବାକୁ ନିର୍ବାଚନ କମିଶନ ପୂର୍ବରୁ ସୋଶାଲ ମିଡିଆ କମ୍ପାନୀମାନଙ୍କୁ ପରାମର୍ଶ ଦେଇଥିଲେ।

ପୂର୍ବରୁ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଉପରେ ରୋକ୍‌ ଲଗାଇବା ପାଇଁ ନିର୍ବାଚନ କମିଶନ (ଇସି) ଏକ ସ୍ୱତନ୍ତ୍ର ଆଣ୍ଡ୍ରଏଡ୍‌ ଆପ୍‌ ଉନ୍ମୋଚନ କରିଛନ୍ତି। ଏହା ଜରିଆରେ ଲୋକେ ବେଆଇନ ଅର୍ଥ କାରବାର ଏବଂ ବିବାଦୀୟ ଭାଷଣର ଫଟୋ ଏବଂ ଭିଡିଓ ଅପ୍‌ଲୋଡ୍‌ କରିପାରିବେ।

ଏହାକୁ ତର୍ଜମା କରି ଇସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଇଣ୍ଟରନେଟ ଚାଲୁଥିବା ବେଟା ଭର୍ସନ୍‌ର ଏହି ଆପ୍ଲିକେଶନର ନାମ ରଖାଯାଇଛି ‘ସିଭିଜିଲ୍‌’। ନିର୍ବାଚନ ପ୍ରକ୍ରିୟା ଉପରେ ଲୋକଙ୍କ ନଜର ରଖିବା ପାଇଁ ଏହି ବ୍ୟବସ୍ଥା କରାଯାଇଛି।  ଗୁଗୁଲ୍‌ ପ୍ଲେ ଷ୍ଟୋରକୁ ଯାଇ ‘ସିଭିଜିଲ୍‌’ ଆପ୍‌ ଡାଉନ୍‌ଲୋଡ୍‌ କରିହେବ। କେବଳ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ସମୟରେ ଏହି ଆପ୍‌ କାମ କରିବ।



from Odisha Reporter https://ift.tt/2Q502WN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages