
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆମ ଆଖପାଖରେ ରହୁଥିବା ଜୀବଜନ୍ତୁଙ୍କର ଆମ ଜୀବନ ସହିତ ଗଭୀର ସମ୍ପର୍କ ରହିଛି।
ଶାସ୍ତ୍ରବିତ୍ଙ୍କ କହିବା ଅନୁଯାୟୀ, ଏମାନେ ଆମକୁ ଭବିଷ୍ୟତ ସଂପର୍କରେ କେତେକ ପୂର୍ବ ସୂଚନା ଦେଇଥାନ୍ତି।
ସେମାନେ କହନ୍ତି, ବେଙ୍ଗ ବୋବେଇଲେ, ଜାଣିବେ ବର୍ଷା ହେବ। ଯଦି ପିମ୍ପୁଡ଼ିମାନେ ଧାଡ଼ି ବାନ୍ଧି ଉପରକୁ ଉଠନ୍ତି, ତା’ହେଲେ ବର୍ଷା ହୋଇପାରେ। କିନ୍ତୁ ପିମ୍ପୁଡ଼ିମାନେ ଧାଡ଼ି ବାନ୍ଧି ଉପରୁ ତଳକୁ ଖସିଲେ ଜାଣିବେ ମରୁଡ଼ି ହେବାର ସମ୍ଭାବନା ରହିଛି।
ଯଦି ପ୍ରଜାପତି ଦେହରେ ବସେ, ତା’ହେଲେ ପ୍ରଣୟ ସୁଖ ମିଳେ। ବୁଢ଼ିଆଣୀ ଜାଲ ମୁଣ୍ଡରେ ବାଜିଲେ କିମ୍ବା ବୁଢ଼ିଆଣୀ ଦେହରେ ପଡିଲେ ନୂତନ ବସ୍ତ୍ରପ୍ରାପ୍ତି ହେବ ବୋଲି ଶାସ୍ତ୍ରବିତ୍ମାନେ କହନ୍ତି।
from Odisha Reporter https://ift.tt/2Q9FIDA
No comments:
Post a Comment