ତିନି ପୁଲିସ୍ କର୍ମଚାରୀଙ୍କୁ ଅପହରଣ କରି ମାରି ଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 20, 2018

ତିନି ପୁଲିସ୍ କର୍ମଚାରୀଙ୍କୁ ଅପହରଣ କରି ମାରି ଦେଲେ

army

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରରେ ଶୁକ୍ରବାର ଆତଙ୍କବାଦୀମାନେ ତିନି ଜଣ ପୁଲିସ୍ କର୍ମଚାରୀଙ୍କୁ ଅପହରଣ କରି ନେଇବା ପରେ ସେମାନଙ୍କୁ ଗୁଳି କରି ହତ୍ୟା କରି ଦେଇଛନ୍ତି।
ମୃତ ପୁଲିସ୍ କର୍ମଚାରୀମାନେ ହେଲେ କନଷ୍ଟେବଲ ନିସାର ଅହମଦ ଓ ଦୁଇ ସ୍ପେଶାଲ୍ ଅଫିସର ଫିରଦୋସ ଅହମଦ ଏବଂ କୁଲୱନ୍ତ ସିଂହ।
ଏମାନଙ୍କୁ ସମସ୍ତଙ୍କୁ ରାଜ୍ୟର ଶୋପିଆନ୍ ଜିଲ୍ଲାରୁ ଅପହରଣ କରାଯାଇଥିଲା। ଏମାନଙ୍କ ମୃତଦେହ ୱାନ୍‌ଗାମ୍‌ ଅଞ୍ଚଳର ଏକ ବଗିଚାରୁ ଉଦ୍ଧାର କରାଯାଇଥିଲା।
ପୁଲିସ୍ କହିଛି ଯେ ଏହି କର୍ମଚାରୀମାନଙ୍କୁ ଆତଙ୍କବାଦୀମାନେ ଅପହଣ କରି ନେବା ବେଳେ ବାଟାଗଣ୍ଡ ଗାଁର ଲୋକେ ସେମାନଙ୍କୁ ଗୋଡ଼ାଇ ଥିଲେ ଓ ସେମାନଙ୍କୁ ଅପହରଣ ନ କରିବା ପାଇଁ କହିଥିଲେ। ତେବେ ଆତଙ୍କବାଦୀମାନେ ଫାଙ୍କା ଗୁଳି ଚାଳନା କରି ଗ୍ରାମବାସୀଙ୍କୁ ଭୟଭୀତ କରି ଥିଲେ।
ଲୋକଙ୍କ କହିବା ଅନୁଯାୟୀ ଆତଙ୍କବାଦୀମାନେ ଏହି ପୁଲିସ୍ କର୍ମଚାରୀମାନଙ୍କୁ ଅପହରଣ କରି ନଦୀ ଆରପଟକୁ ନେଇ ଯାଇଥିଲେ ଓ ଗୁଳି କରି ହତ୍ୟା କରିଥିଲେ।
ଆତଙ୍କବାଦୀମାନେ କନଷ୍ଟେବଲ ନିସାର ଅହମଦଙ୍କ ଭାଇକୁ ବି ନେଇ ଯାଇଥିଲେ। ତେବେ ପରେ ତାଙ୍କୁ ଛାଡ଼ି ଦେଇଥିଲେ।
ଆତଙ୍କବାଦୀ ସଂଗଠନ ହିଜବୁଲ୍ ମୁଜାହିଦ୍ଦୀନ ଏହି ହତ୍ୟାକାଣ୍ଡ ପାଇଁ ନିଜକୁ ଦାୟୀ କରିଛି। ଏହା ଦ୍ୱାରା ପରିଚାଳିତ ଏକ ଟ୍ୱିଟର୍‌ ପେଜ୍‌ରେ ସଂଗଠନ ଏହି ସୂଚନା ଦେଇଛି।
ଚାରି ଦିନ ତଳେ ହିଜବୁଲ୍ ମୁଜାହିଦ୍ଦୀନର ଆତଙ୍କବାଦୀ ରିୟାଜ ନାଇକୁ ରାଜ୍ୟର ପୁଲିସ୍ କର୍ମଚାରୀଙ୍କୁ ଚାକିରି ଛାଡ଼ିବାକୁ ଧମକ ଦେଇଥିଲା। ନହେଲେ ପରିଣତି ଭୟଙ୍କର ହେବ ବୋଲି କହିଥିଲା।
ଅଗଷ୍ଟ ୩୦ ତାରିଖରେ ଆତଙ୍କବାଦୀମାନେ ବିଭିନ୍ନ ସ୍ଥାନରୁ ପୁଲିସ୍ କର୍ମଚାରୀଙ୍କ ସଂପର୍କୀୟଙ୍କୁ ଉଠାଇ ନେବାର ତିନି ସପ୍ତାହ ପରେ ଆଜି ଏଭଳି ଏକ ବର୍ବର କାଣ୍ଡ ଭିଆଇଛନ୍ତି। ସେତେବେଳେ ସେମାନେ ପୁଲିସ୍ କର୍ମଚରୀଙ୍କ ସଂପର୍କୀୟମାନଙ୍କଚ ଛାଡ଼ି ଦେଇଥିଲେ।



from Odisha Reporter https://ift.tt/2ppOQYv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages