
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ଝଡ଼ ‘ଡାଏ’ ପ୍ରଭାବରେ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି। ଗତ ୨୪ ଘଣ୍ଟାରେ ଜିଲ୍ଲାର କୋରକୋଣ୍ଡାରେ ସର୍ବାଧିକ ୪୦୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।
ସେହିପରି ମାଲକାନଗିରିରେ ୨୬୫.୪ ମିମି, କେ.ଗୁମ୍ମାରେ ୧୩୫.୪, ମାଥିଲିରେ ୧୦୩ ମିମି, କାଲିମେଳାରେ ୧୧୮ ଓ ଖଇରପୁଟରେ ୮୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।
ଜିଲ୍ଲାରେ ବିଭିନ୍ନ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରିର ବନ୍ୟା ପ୍ରଭାବିତଙ୍କ ପାଇଁ ୭ ଦିନ ପାଇଁ ରିଲିଫ ଘୋଷଣା କରିଛନ୍ତି। ବୟସ୍କ ଲୋକଙ୍କ ପାଇଁ ଖାଦ୍ୟ ବାବଦକୁ ଦୈନିକ ୬୦ ଟଙ୍କା ମିଳିବ। ସେହିପରି୧୨ ବର୍ଷରୁ କମ୍ ପିଲାଙ୍କ ପାଇଁ ଦୈନିକ ୪୫ ଟଙ୍କା ମିଳିବ। ପ୍ରଭାବିତ ଲୋକଙ୍କୁ ସହଯୋଗ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।
ବାଲେଶ୍ୱରରେ ମଧ୍ୟ ପ୍ରବଳ ବର୍ଷା ହୋଇଥିବାରୁ ବୁଢାବଳଙ୍ଗ ନଦୀର ଜଳସ୍ତର ବଢ଼ୁଛି। ବାରୁଣୀ ପୋଲ ନିକଟରେ ବୁଢ଼ାବଳଙ୍ଗ ବିପଦ ସଙ୍କେତ ଡେଇଁଛି। ବିପଦ ସଙ୍କେତ ୭.୨୧ ମିଟର ଥିବା ବେଳେ ଜଳସ୍ତର ୭.୩୦ ମିଟର ରହିଛି। କାଳ ଡ୍ୟାମ୍ ଓ ସୁନେଇ ଡ୍ୟାମ୍ର ୨ଟି ଲେଖାଏ ଗେଟ୍ ଖୋଲା ଯାଇଛି।
ସେହିପରି ଲଗାଣ ବର୍ଷାରେ ମୟୂରଭଞ୍ଜ ଜିଲ୍ଲାର ଉଦଳାର ବିଭିନ୍ନ ନଦୀରେ ବନ୍ୟା ପାଣି ଉଛୁଳିଛି। ନରଣପୁର ଗାଁର ୧୫ଟି ଘରେ ନଦୀ ଜଳ ପଶିଛି। କଇଁସାରି ଠାରେ ଉଦଳା-ଜୟପୁର-ବାଲେଶ୍ୱର ରାସ୍ତା ବିଚ୍ଛିନ୍ନ ହୋଇଛି।
from Odisha Reporter https://ift.tt/2PUdMTf
No comments:
Post a Comment