ଦୁର୍ଗାଭକ୍ତ ମମତା ପୂଜା ପାଇଁ ଲେଖିଲେ ଗୀତ: ପେଣ୍ଡାଲ୍‌କୁ ଦେବେ ୨୮ କୋଟିର ସହାୟତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 11, 2018

ଦୁର୍ଗାଭକ୍ତ ମମତା ପୂଜା ପାଇଁ ଲେଖିଲେ ଗୀତ: ପେଣ୍ଡାଲ୍‌କୁ ଦେବେ ୨୮ କୋଟିର ସହାୟତା

ନୂଆଦିଲ୍ଲୀ: ଆଗକୁ ଲୋକସଭା ନିର୍ବାଚନ ରହିଛି। ତେଣୁ ଏବେଠୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜନତାଙ୍କ ମନ ଜିତିବାକୁ ପ୍ରୟାସ ଆରମ୍ଭ କରିଦେଇଛନ୍ତି। ଆଗକୁ ରହିଛି ଦୁର୍ଗାପୂଜା। ଏହି ଅବସରରେ ଉପହାର ଦେଇ ଲୋକଙ୍କ ମନ କିଣିବାର କୌଶଳକୁ ଆପଣେଇଛନ୍ତି ମମତା।

ନିକଟରେ ସେ ଦୁର୍ଗାପୂଜା ପେଣ୍ଡାଲ୍‌ କରୁଥିବା ବହୁ ସଂସ୍ଥାକୁ ଏକାଠି କରି ସେମାନଙ୍କୁ ପୂଜା ପରିଚାଳନା ପାଇଁ ୨୮କୋଟି ଟଙ୍କାର ସହାୟତା ଦେବେ ବୋଲି ଘୋଷଣା କରିଛନ୍ତି। କେବଳ ଏତିକି ନୁହେଁ, ଦୁର୍ଗାପୂଜା ସମୟରେ ମମତା ପୂଜା ଥିମ୍ ଥିବା ଏକ ଗୀତ ମଧ୍ୟ ପ୍ରସ୍ତୁତ କରିଛନ୍ତି, ଯାହା ସେ ସବୁ ପୂଜା କମିଟିଙ୍କୁ ବାଣ୍ଟିବେ।

ମମତା ବାନାର୍ଜୀ ଦୂର୍ଗା ପୂଜାକୁ କେବଳ ବଙ୍ଗଳାର ଗୌରବ ନୁହେଁ ବରଂ ଏକ ବିଶ୍ୱ ଉତ୍ସବ ବୋଲି କହିଛନ୍ତି। ସେ ଆହୁରି କହିଛନ୍ତି,” ପୂଜା ଆମର ଗୌରବ, ଟେମ୍ସ ନଦୀ(ଲଣ୍ଡନ) କୂଳରେ ପୂଜା ବେଳେ ଏକ ପ୍ରଦର୍ଶନୀର ଆୟୋଜନ କରାଯାଇଥାଏ। ସ୍ୱୟଂସେବକମାନେ ଦିନ-ରାତି କାମ କରି ତା’ର ପରିଚାଳନା ଦାୟିତ୍ଵ ସମ୍ଭାଳିଥାନ୍ତି। ପୂଜା ଏବେ ଏକ ବିଶ୍ୱ ମେଳା ହୋଇଗଲାଣି”।

କୋଲକାତାର ବିଭିନ୍ନ ପୂଜା ପେଣ୍ଡାଲ୍‌ ପାଇଁ ମମତା ୨୮କୋଟି ଟଙ୍କାର ସରକାରୀ ସହାୟତା ଦେବା ପାଇଁ ଘୋଷଣା କରିଛନ୍ତି।

ସେ କହିଛନ୍ତି ଆମ ପୁଲିସ୍ ରକ୍ତଦାନ ପରି ସାମୁହିକ ବିକାଶ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରୁଛି। କୋଲକତାରେ ପାଖାପାଖି ୩୦୦୦ ପୂଜା ପେଣ୍ଡାଲ୍‌ ରହେ। ରାଜ୍ୟର ସମସ୍ତ ସହର ଓ ଗାଁକୁ ମିଶାଇଲେ ୨୫,୦୦୦ ପେଣ୍ଡାଲ୍‌ ଗଢିଉଠେ। କୋଲକାତା ନଗର ନିଗମର ସମସ୍ତ ପୂଜା ପେଣ୍ଡାଲ୍‌କୁ ୧୦ ହଜାର ଟଙ୍କା ଲେଖାଏ ଦିଆଯିବ। ଏହିପରି ପର୍ଯ୍ୟଟନ ବିଭାଗ, ଉପଭୋକ୍ତା ମାମଲାର ବିଭାଗ ଓ ଅନ୍ୟ ସଂସ୍ଥାଙ୍କୁ ମଧ୍ୟ ସହାୟତା ବାବଡକୁ ମଧ୍ୟ ୧୦-୧୦ହଜାର ଟଙ୍କା ଦିଆଯିବ।



from Odisha Reporter https://ift.tt/2x3XOxX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages