ଯଦି ସୌମ୍ୟରଞ୍ଜନ ନ ଥାନ୍ତେ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 21, 2018

ଯଦି ସୌମ୍ୟରଞ୍ଜନ ନ ଥାନ୍ତେ…

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମଣିଷ ପଣିଆରେ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି ସୌମ୍ୟ ରଞ୍ଜନ। ଅସୁବିଧା ସମୟରେ ଜଣେ ରୋଗୀଙ୍କୁ ରକ୍ତଦାନ କରି ତାଙ୍କ ଜୀବନ ବଞ୍ଚାଇଛନ୍ତି। ଘଟଣାଟି ହେଉଛି ଆମ ରାଜ୍ୟର ଉପାନ୍ତ ନବରଙ୍ଗପୁର ଜିଲାର।

ନିଜ ଆମ୍ବୁଲାନ୍ସରେ ଜଣେ ଗୁରୁତର ଏନିମିଆ ରୋଗୀଙ୍କୁ ସେ ଡାକ୍ତରଖାନା ନେଇ ଯାଇଥିଲେ। ତେବେ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କୁ ତୁରନ୍ତ ରକ୍ତ ନ ଦିଆଗଲେ ପ୍ରାଣ ଚାଲିଯିବ ବୋଲି ଡାକ୍ତର କହିଥିଲେ।

ଯାହା ଶୁଣିବା ପରେ ନିଜେ ଗୁରୁତର  ରୋଗୀଙ୍କୁ ରକ୍ତଦାନ କରି ଜୀବନ ବଞ୍ଚାଇଛନ୍ତି ସୌମ୍ୟରଞ୍ଜନ।

ସୂଚନାଯୋଗ୍ୟ, ଡାବୁଗଁ ଡାକ୍ତରଖାନାରେ ସାନଓଲମା ଗ୍ରାମର ରବି ଭତରା(୨୭)ଙ୍କୁ ଗତ ୧୫ ତାରିଖରେ ଗୁରୁତର ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେ ମ୍ୟାଲେରିଆରେ ପୀଡିତ ଥିଲେ। ଅବସ୍ଥା ବିଗିଡିଯିବାରୁ ତାଙ୍କୁ ତୁରନ୍ତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେବା ପାଇଁ ଡାକ୍ତର କହିଥିଲେ। ଆମ୍ବୁଲାନ୍ସ ଯୋଗେ ଫାର୍ମାସିଷ୍ଟ ସୌମ୍ୟ ରଞ୍ଜନ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ରବିଙ୍କ ଅବସ୍ଥା ଦେଖି ତୁରନ୍ତ ରକ୍ତ ନ ଦେଲେ ତାଙ୍କ ଜୀବନ ଚାଲିଯିବ ବୋଲି ଡାକ୍ତର କହିଥିଲେ। ହେଲେ ତୁରନ୍ତ ରକ୍ତ ମିଳିବା ନେଇ ଆଶାଙ୍କା ପ୍ରକାଶ ପାଇଥିଲା ଓ ରବିଙ୍କ ପ୍ରାଣ ସଙ୍କଟାପନ୍ନ ହୋଇ ପଡିଥିଲା। ଏହା ଦେଖି ତାଙ୍କୁ ରକ୍ତ ଦେବାକୁ ମନସ୍ଥ କରିଥିଲେ ସୌମ୍ୟ। ଆଉ ତାଙ୍କର ଏହି ମହାନୁଭବତା ପାଇଁ ରବି ନୂଆ ଜୀବନ ପାଇଥିଲେ।



from Odisha Reporter https://ift.tt/2MUOZwB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages