ଆଳୁ ସ୍ୱାସ୍ଥ୍ୟ ପାଇଁ ହାନିକାରକ ନୁହେଁ, ମିଳିଥାଏ ଏସବୁ ଫାଇଦା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 13, 2018

ଆଳୁ ସ୍ୱାସ୍ଥ୍ୟ ପାଇଁ ହାନିକାରକ ନୁହେଁ, ମିଳିଥାଏ ଏସବୁ ଫାଇଦା

alu

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରୋଷେଇ ଘରେ ଆଳୁର ବଡ଼ ଭୁମିକା ରହିଛି। ବିନା ଆଳୁରେ ରୋଷେଇର କିଛି ମାନେ ନଥାଏ। ଏଥିପାଇଁ ଆଳୁକୁ ପରିବା ଭିତରେ ରାଜା ବୋଲି କୁହାଯାଇଥାଏ। ଏହାସହ ଅନ୍ୟ ପରିବା ତୁଳନାରେ ଏହାର ମୂଲ୍ୟ ମଧ୍ୟ କମ ରହିଥାଏ।

କେବଳ ମୂଲ୍ୟ କମ୍‌ ବୋଲି ଏହାକୁ ଖାଇବେ, ତା ନୁହେଁ। ଆଳୁରେ ବହୁ ଔଷଧୀୟ ଗୁଣ ରହିଛି। କେବଳ ଭାରତରେ ନୁହେଁ ସାରା ବିଶ୍ୱରେ ଲୋକେ ବହୁ ମାତ୍ରାରେ ଆଳୁ ଖାଇଥାନ୍ତି।

ଆଳୁରେ ସମସ୍ତ ପ୍ରକାର ପୋଷକ ତତ୍ତ୍ୱ ରହିଛି, ଯାହା ଆମକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ଏହା ହଜମ ଶକ୍ତି ବଢ଼ାଇବା ସହ ହୃଦୟକୁ ସୁସ୍ଥ ରଖିଥାଏ। କଲୋଷ୍ଟ୍ରଲ୍‌ ଓ ରକ୍ତରେ ଶର୍କରା ସ୍ତର କମ ରଖିଥାଏ। ପାଇଲ୍ସ ସମସ୍ୟା ଓ କ୍ୟାନ୍‌ସର ଆଶଙ୍କା ଦୂର କରିଥାଏ। ରକ୍ତଚାପ ନିୟନ୍ତ୍ରଣ କରିବା ସହ ଅନିଦ୍ରା ସମସ୍ୟା ଦୂର କରିଥାଏ। ରୋଗ ପ୍ରତିରୋଧକ ଶକ୍ତି ପ୍ରଣାଳୀକୁ ସୁଦୃଢ଼ କରିବା ସହ ବୟସର ଛାପ ଆପଣଙ୍କ ଶରୀରରେ ଆସିବାକୁ ଦେଇ ନଥାଏ। ଚର୍ମ ଓ ଆଖି ସମସ୍ୟା ଦୂର କରିବାରେ ମଧ୍ୟ ସହାୟକ ହୋଇଥାଏ।

ଏହାସହ ଆହୁରି ମଧ୍ୟ ବହୁ ସମସ୍ୟା ଦୂର କରିଥାଏ ଆଳୁ। ଡାକ୍ତରଙ୍କ ଅନୁସାରେ ପ୍ରତିଦିନ ଜଣେ ବ୍ୟକ୍ତି ଅତି କମରେ ଗୋଟିଏ ଆଳୁ ଖାଇବା ଉଚିତ୍‌।

alu1ଆସନ୍ତୁ କାଣିବା ଆଳୁ ଖାଇବା ଦ୍ୱାରା କି ଲାଭ ମିଳିଥାଏ ?

ରକ୍ତଚାପ ସ୍ଥିର ରଖେ

ରକ୍ତଚାପ ସ୍ଥିର ରଖିବାକୁ ହେଲେ କମ ସୋଡିୟମ ଯୁକ୍ତ ଖାଦ୍ୟ ଖାଇବା ଉଚିତ୍‌ ଓ ଅଧିକ ମାତ୍ରାରେ ପଟାସିୟମ ନେବା ଉଚିତ୍‌। ଆଳୁରେ କମ ପରିମାଣରେ ସୋଡିୟମ ଓ ଅଧିକ ପରିମାଣରେ ପଟାସିୟମ ରହିଥାଏ। ଏହା ରକ୍ତବାହିକାକୁ ଠିକ୍‌ କରିଥାଏ। ଏଥିରେ ଥିବା ପଟାସିୟମ, କ୍ୟାଲସିୟମ ଓ ମ୍ୟାଗ୍ନେସିୟମ ଉଚ୍ଚ ରକ୍ତଚାପ ସମସ୍ୟା ଦୂର କରିଥାଏ।

କ୍ୟାନସରରୁ ରକ୍ଷା କରେ

ଆଳୁରେ Folate ଅଛି। ଡିଏନଏ ସମିଶ୍ରଣ ଓ ମରାମତି କାମ ପାଇଁ Folate ଏକ ମହତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ଏକାଧିକ ପ୍ରକାରର କ୍ୟାନସର୍‌ କୋଷିକାକୁ ଡିଏନ୍‌ଏରେ ସୃଷ୍ଟି ହେବାରୁ ରକ୍ଷା କରିଥାଏ। ଫଳ ଓ ପରିବା ପରି ଆଳୁରେ ମଧ୍ୟ ଫାଇବର ବହୁତ ପରିମାଣରେ ରହିଥାଏ। ଏହା colorectal cancer ହେବାର ଆଶଙ୍କା ଦୂର କରିଥାଏ। ଏଥିରେ ଥିବା Vitamin C ଓ quercetin antioxidant ଆମ ଶରୀରରେ କ୍ୟାନସର୍‌ର ପ୍ରଭାବକୁ ପ୍ରତିରୋଧ କରିଥାଏ।

alu2ହୃଦୟକୁ ସୁସ୍ଥ ରଖେ

ଏଥିରେ ଥିବା ଫାଇବର, ପଟାସିୟମ, ଭିଟାମିନ ସି ଓ ଭିଟାମିନ ବି(୬) କୋଲେଷ୍ଟ୍ରଲର ସ୍ତର କମ କରିବାରେ ସହାୟକ ହୋଇଥାଏ। ଏଥିରେ ଥିବା ଫାଇବର କୋଲେଷ୍ଟ୍ରଲର ସ୍ତର ସମାନ ରଖିବାରେ ସହାୟକ ହୋଇଥାଏ। ଏହାଦ୍ୱାରା ହୃଦ୍‌ଜନିତ ରୋଗ ହେବାର ଆଶଙ୍କା କମିଯାଇଥାଏ। NHANIS ର ଗବେଷଣା ଆଧାରରେ କୁହାଯାଇଛି, ଆଳୁରେ ଥିବା ଉଚ୍ଚ ମାତ୍ରାର ପଟାସିୟମ ଓ କମ ମାତ୍ରାର ସୋଡ଼ିୟମ Cardio vascular ପରି ବେମାରୀ ହେବା ଆଶଙ୍କାକୁ ଦୂର କରିଦେଇଥାଏ।

ମସ୍ତିଷ୍କ ପାଇଁ ଲାଭଦାୟକ

ମସ୍ତିଷ୍କ ଠିକ୍‌ ଭାବେ କାମ କରିବାକୁ ଗ୍ଲୁକୋଜ ସ୍ତର, ଭିଟାମିନ ବି ପରିସରରେ ଆସୁଥିବା ବିଭିନ୍ନ components, Oxygen supply, Omega-3 ପରି Fatty acid କିଛି Hormones ଓ amino acids ର ଆବଶ୍ୟକତା ଥାଏ। ଆଳୁରେ ଏସବୁ ତତ୍ତ୍ୱ ମଧ୍ୟ ରହିଛି। ଆଳୁ ମସ୍ତିଷ୍କକୁ ହାଲିଆ ହେବାରୁ ବଞ୍ଚାଇଥାଏ ଏବଂ ଆପଣଙ୍କୁ ସବୁ ସମୟରେ ସତର୍କ ରଖିଥାଏ।



from Odisha Reporter https://ift.tt/2x8KLfJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages