
ବାଲିଗୁଡ଼ା (ଅଜିତ କୁମାର ନାୟକ): ଗତ ୮ ତାରିଖ ଦିନ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର ଭଗାମୁଣ୍ଡା ସ୍ଥିତ ମା’ ମହାମାୟୀ ମନ୍ଦିରର ଦିବ୍ୟାଙ୍ଗ ପୂଜାରୀ ଭବାନୀ ଶଙ୍କର ନନ୍ଦ ପୂଜାର୍ଚ୍ଚନା କରିଥିଲେ।
ଏହାପରେ ନିଜର ଓ ଭକ୍ତଙ୍କ ମନୋସ୍କାମନା ପୂରଣ ଲାଗି ମା’ଙ୍କ ଆଗରେ ଯଜ୍ଞ କୁଣ୍ଡରେ ନିଆଁ ଲଗାଇ ଗୋଡ଼ ଉପରକୁ ବାନ୍ଧି ଝୁଲିପଡ଼ିଥିଲେ।
ତେବେ ଏହି ସମୟରେ ସେ ହଠାତ୍ ନିଆଁ ଉପରେ ପଡ଼ି ଯାଇଥିଲେ। ଫଳରେ ତାଙ୍କ ଗୋଡ, ପେଟ ଓ ଛାତି ପୋଡ଼ି ଯାଇଥିଲା।

ତଥାପି ସେ ଡାକ୍ତରଖାନା ଯାଇ ନଥିଲେ। ମା’ଙ୍କ ଆଶୀର୍ବାଦରେ ଭଲ ହୋଇଯିବେ ବୋଲି କହି ମନ୍ଦିର ବେଢ଼ାରେ ଗୁପ୍ତ ଚିକିତ୍ସା କରିଥିଲେ।
ତେବେ ୬ ଦିନ ପରେ ମଧ୍ୟ ସେ ସୁସ୍ଥ ନ ହେବାରୁ ଘଟଣା ଲୋକଲୋଚନକୁ ଆସିଲା। ପୁଲିସ୍ ପାଖରେ ବି ଖବର ପହଞ୍ଚିଲା ଓ ତାଙ୍କୁ ନେଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲା।
ପୂଜକଙ୍କ ମାଆ ପ୍ରମିଳା ନନ୍ଦ କହିଛନ୍ତି,“ସେ ପୂଜା କରିବା ପାଇଁ ମନ୍ଦିର ଯାଏ। ଏମିତି ହେବ ବୋଲି ଜାଣି ନଥିଲି। ମୁଁ କାଳୀ ମନ୍ଦିର ଯାଇଥିଲି। ଆସିଲା ପରେ ପୁଅ ପୋଡ଼ି ଯାଇଥିବା ଜାଣିଥିଲି।”
from Odisha Reporter https://ift.tt/2CQZJfs
No comments:
Post a Comment