ଲୋକପ୍ରତିନିଧିମାନେ ମଧ୍ୟ ଆଇନ୍‌ଜୀବୀ ଭାବେ କାର୍ଯ୍ୟ କରିପାରିବେ: ସୁପ୍ରିମକୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 25, 2018

ଲୋକପ୍ରତିନିଧିମାନେ ମଧ୍ୟ ଆଇନ୍‌ଜୀବୀ ଭାବେ କାର୍ଯ୍ୟ କରିପାରିବେ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନିର୍ବାଚିତ ଲୋକପ୍ରତିନିଧିମାନେ କ୍ଷମତାରେ ଥିବା ପର୍ଯ୍ୟନ୍ତ ଆଇନ୍‌ଜୀବୀ ଭାବେ କୌଣସି କାର୍ଯ୍ୟ କରିପାରିବେ ନାହିଁ ବୋଲି ଆଗତ ଏକ ଆବେଦନକୁ ଆଜି ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି।ଅର୍ଥାତ ନିର୍ବାଚିତ ପ୍ରତିନିଧିମାନେ ପୂର୍ବଭଳି କୋର୍ଟରେ ମାମଲା ପରିଚାଳନା କରିପାରିବେ।

ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର, ଜଷ୍ଟିସ୍ ଏଏମ୍ ଖାନ୍‌ୱିଲ୍‌କର ଓ ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ଖଣ୍ଡପୀଠ ଏଭଳି ରୁଲିଂ ଦେଇଛନ୍ତି।

ଖଣ୍ଡପୀଠ କହିଛନ୍ତି, ବାର୍‌ କାଉନସିଲ୍‌ ଅଫ୍‌ ଇଣ୍ଡିଆର ଧାରା ୪୯ ଅନୁଯାୟୀ, କେବଳ ପୂର୍ଣ୍ଣ ଦରମା ପ୍ରାପ୍ତ ବ୍ୟକ୍ତି ବିଶେଷଙ୍କୁ ଆଇନ୍‌ଜୀବୀ ଭାବେ ମାମଲା ପରିଚାଳନା କରିବାକୁ ମାନ୍ୟତା ମିଳିବ ନାହିଁ ବୋଲି ନିୟମ ରହିଛି। ତେଣୁ କୋର୍ଟ ନିର୍ବାଚିତ ଲୋକପ୍ରତିନିଧିଙ୍କ କୋର୍ଟ ପ୍ରାକ୍ଟିସ୍‌ ଉପରେ କୌଣସି ରୋକ ଲଗାଇ ପାରିବେ ନାହିଁ।

ବରିଷ୍ଠ ଓକିଲ ଅଶ୍ୱିନ୍‌ ଉପାଧ୍ୟାୟ ନିଜ ଆବେଦନରେ ଦର୍ଶାଇଥିଲେ ଯେ ନିର୍ବାଚିତ ଲୋକ ପ୍ରତିନିଧିମାନେ ସଂସଦ ଓ ବିଧାନସଭାରେ କ୍ଷମତାରେ ଥିବା ଯାଏ ଆଇନଜୀବୀ ଭାବେ କୌଣସି ମାମଲା ପରିଚାଳନା ନ କରିବା ଦରକାର।

ବାର୍‌ କାଉନସିଲ୍‌ର ଧାରା-୪କୁ ସମ୍ମାନ ଜଣାଇ ନିର୍ବାଚିତ ଲୋକପ୍ରତିନିଧିଙ୍କ ଉପରେ ସୁପ୍ରମିକୋର୍ଟ ରୋକ ଲଗାଇବା ଦରକାର ବୋଲି ସେ ଆବେଦନରେ ଉଲ୍ଲେଖ କରିଥିଲେ।

ଉପାଧ୍ୟାୟଙ୍କ ଏଭଳି ଆବେଦନ ପରେ ସୁପ୍ରିମକୋର୍ଟ ଆଇନ୍‌ଜୀବୀ ଭାବେ ବିଭିନ୍ନ ମାମଲା ପରିଚାଳନା କରୁଥିବା ସାଂସଦ, ବିଧାୟକ ଓ ବିଧାନ ପରିଷଦର ସଦସ୍ୟମାନଙ୍କୁ ନୋଟିସ୍‌ କରିଥିଲେ। ତେବେ ଏଭଳି ଆବେଦନକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିରୋଧ କରାଯାଇଥିଲା। ଆଟର୍ଣ୍ଣି ଜେନେରାଲ୍‌ କେକେ ଭେନୁଗୋପାଲ୍‌ କହିଥିଲେ, ନିର୍ବାଚିତ ଲୋକ ପ୍ରତିନିଧିମାନେ ଜଣେ ଜଣେ ଅସ୍ଥାୟୀ ସଦସ୍ୟ।

ସେମାନେ ପୂର୍ଣ୍ଣକାଳୀନ ଭିତ୍ତିରେ ସରକାରଙ୍କ ଅଧୀନରେ କାର୍ଯ୍ୟ କରନ୍ତି ନାହିଁ କିମ୍ବା ଦରମା ନିଅନ୍ତି ନାହିଁ। ତେଣୁ ସେମାନଙ୍କୁ ଆଇନଜୀବୀ ଭାବେ ମାମଲା ପରିଚାଳନାରୁ ରୋକାଯିବା ଠିକ୍ ନୁହେଁ ବୋଲି ସେ ସର୍ବୋଚ୍ଚ ଅଦାଲତଙ୍କୁ ଜଣାଇଥିଲେ। ଏହାପରେ କୋର୍ଟ ଏଭଳି ରୁଲିଂ ଦେଇଛନ୍ତି।

ଏବେ ଉଭୟ ବିଜେପି ଏବଂ କଂଗ୍ରେସର ଅନେକ ସାଂସଦ ଓ ବିଧାୟକ ଆଇନ୍‌ଜୀବୀ ଭାବେ ବିଭିନ୍ନ ମାମଲାର ପରିଚାଳନା କରୁଛନ୍ତି।



from Odisha Reporter https://ift.tt/2zsWN51

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages