ବଦଳିଲା ଦିନିକିଆ ର‍୍ୟାଙ୍କିଙ୍ଗ୍‌: ଶ୍ରେଷ୍ଠ ତାଲିକାରେ କିଏ ଜାଣନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 30, 2018

ବଦଳିଲା ଦିନିକିଆ ର‍୍ୟାଙ୍କିଙ୍ଗ୍‌: ଶ୍ରେଷ୍ଠ ତାଲିକାରେ କିଏ ଜାଣନ୍ତୁ

(ଓଡ଼ିଶା ରିପୋର୍ଟର)- ଏସିଆ କପ୍‌ରେ ସଫଳତା ସହିତ ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଦ୍ୱାରା ପ୍ରକାଶିତ ଦିନିକିଆ ର‍୍ୟାଙ୍କିଙ୍ଗ୍‌ରେ ଭାରତର ଦୁଇ ଓପନ୍‌ର ରୋହିତ ଶର୍ମା ଏବଂ ଶିଖର ଧାୱନ୍‌ଙ୍କ ଦିନିକିଆ ର‍୍ୟାଙ୍କିଙ୍ଗ୍‌ରେ ଉନ୍ନତି ଆସିଛି। ଏହି କ୍ରମରେ ଏସିଆକପ୍‌ ବିଜେତା ଟିମ୍‌ର ଅଧିନାୟକ ରୋହିତ ଶର୍ମା ଦ୍ୱିତୀୟ ସ୍ଥାନକୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ପୂର୍ବରୁ ତାଲିକାର ଶୀର୍ଷରେ ଥିବା ପୂର୍ଣ୍ଣକାଳୀନ ଅଧିନାୟକ ବିରାଟ କୋହଲିଙ୍କ ପ୍ରଥମ ସ୍ଥାନ ସୁରକ୍ଷିତ ରହିଛି।

ଏଥର ଶ୍ରେଷ୍ଠ ୫ରେ ୩ ଜଣ ଭାରତୀୟ ‍ଥିବାବେଳେ ରୋହିତଙ୍କ ପାଇଁ ଦ୍ୱିତୀୟ ସ୍ଥାନକୁ ଉଠିବା ଏହା ଦ୍ୱିତୀୟ ଥର। ଚଳିତ ବର୍ଷ ଜୁଲାଇରେ ହିଁ ତାଙ୍କୁ ଏହି ସଫଳତା ମିଳିଥିଲା। ଏସିଆ କପ୍‌ରେ ୩୧୭ ରନ୍‌ କରି ଆକର୍ଷଣୀୟ ପ୍ରଦର୍ଶନ କରିବା ସହିତ ପୁଣି ନିଜ ସ୍ଥାନ ଦଖଲ କରିପାରିଛନ୍ତି ରୋହିତ।

ଅନ୍ୟପକ୍ଷରେ ତାଙ୍କ ଓପନିଂ ସାଥୀ ଧାୱନ୍ ତାଲିକାର ୫ମ ସ୍ଥାନକୁ ଉଠିଛନ୍ତି। ଏସିଆ କପ୍‌ର ଦମ୍‌ଦାର ୫ଟି ଇନିଂସ୍‌ ତାଙ୍କ ପାଇଁ ସିଡ଼ି ପରି କାମ କରିଛି।

ସେହିଭଳି ବୋଲିଂରେ ଯଶପ୍ରୀତ୍‌ ବୁମ୍‌ରା ଆଇସିସି ଦିନିକିଆ ତାଲିକାରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ଏସିଆ କପ୍‌ରେ ୬ଟି ଇନିଂସ୍‌ରୁ ୧୦ ଟି ୱିକେଟ୍‌ ନେଇଥିବା କୁଲ୍‌ଦୀପ୍‌ ଯାଦବଙ୍କୁ ତୃତୀୟ ସ୍ଥାନ ମିଳିଛି। କିନ୍ତୁ ଦିନିକିଆ ଦଳ ହିସାବରେ ଭାରତକୁ ଇଂଲଣ୍ଡ ପରେ ଦ୍ୱିତୀୟ ସ୍ଥାନରେ ସନ୍ତୁଷ୍ଟ ରହିବାକୁ ପଡ଼ିଛି



from Odisha Reporter https://ift.tt/2DJ0esu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages