ଏହି ଅଭିଶାପ ପଣ୍ଡୁଙ୍କ ପୌରୁଷକୁ ଲାଞ୍ଛିତ କରିଥିଲା, ଜାଣିଛନ୍ତି କାହିଁକି ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 30, 2018

ଏହି ଅଭିଶାପ ପଣ୍ଡୁଙ୍କ ପୌରୁଷକୁ ଲାଞ୍ଛିତ କରିଥିଲା, ଜାଣିଛନ୍ତି କାହିଁକି ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ମହାଭାରତରେ ବିଭିନ୍ନ ଚରିତ୍ରମାନଙ୍କ ମଧ୍ୟରୁ ଖୁବ୍‌ କମ୍‌ ଆଲୋଚିତ ହୋଇଥିବା ୨ ପ୍ରମୁଖ ଚରିତ୍ର ହେଉଛନ୍ତି ମହାରାଜା ପଣ୍ଡୁ ଓ ତାଙ୍କ ପତ୍ନୀ ମାଦ୍ରୀ। ଉଭୟଙ୍କ ମଧ୍ୟରେ ଉତ୍ପନ୍ନ ଯୌନ ଲାଳସା ହିଁ ଉଭୟଙ୍କ ପାଇଁ ମୃତ୍ୟୁର କାରଣ ପାଲଟିଥିଲା। କିନ୍ତୁ ଏହି କଥା ଅଧିକାଂଶ ଜାଣି ନ ଥିବେ, ଦୁହେଁ କାହିଁକି ଏମିତି ଦୁଃଖଦ ମୃତ୍ୟୁ ଲଭିଥିଲେ। ଆସନ୍ତୁ ଜାଣିବା, ଏହାର କାରଣ ସମ୍ପର୍କରେ।

ହସ୍ତିନାର ମହାରାଜା ପଣ୍ଡୁଙ୍କର ୨ଜଣ ପତ୍ନୀ ଥିଲେ, କୁନ୍ତୀ ଓ ମାଦ୍ରୀ। କୁନ୍ତୀ ଗମ୍ଭୀର ସ୍ୱଭାବର ହୋଇଥିବାବେଳେ ମାଦ୍ରୀ ଚପଳ ମାନସିକତାର ଥିଲେ। ଏକଦା ଜଙ୍ଗଲରେ ମହାରାଜା ପଣ୍ଡୁଙ୍କ ସହ ବିଚରଣ କରୁଥିବାବେଳେ ନିଜ ପାଇଁ ଦୁଇଟି ସୁନ୍ଦର ହରିଣ ଆଣିବାକୁ ମାଦ୍ରୀ ଜିଦି କରିଥିଲେ । ପତ୍ନୀଙ୍କ ଇଛା ପୂରଣ ପାଇଁ ପାଣ୍ଡୁ ଶବ୍ଦଭେଦୀ ତୀର ନିକ୍ଷେପ କରିଥିଲେ। ଏହି ତୀରରେ ରତିକ୍ରୀଡ଼ାରେ ଲିପ୍ତ ଦୁଇଟି ସୁନ୍ଦର ହରିଣ ପ୍ରାଣତ୍ୟାଗ କରିଥିଲେ। ତେବେ ପ୍ରାଣତ୍ୟାଗ ପୂର୍ବରୁ ଏହି ଦୁଇ ସୁନ୍ଦର ହରିଣ, ଋଷି ଓ ଋଷି ପତ୍ନୀ ପାଲଟି ଯାଇଥିଲେ।

ଏହି ଋଷି ଥିଲେ ମହର୍ଷି କିନ୍ଦମ ଓ ତାଙ୍କ ପତ୍ନୀ ଗୋପାଳିକା। ଏହି ଦୁଇଟି ନାମ ସମ୍ପର୍କରେ ବିଶେଷ ଆଲୋଚନା ହୋଇ ନ ଥିଲେ ମଧ୍ୟ ସମଗ୍ର ମହାଭାରତ ଋଷି କିନ୍ଦମଙ୍କ ଅଭିଶାପର ଫଳ ବୋଲି କୁହାଯାଏ।

ମହର୍ଷି କିନ୍ଦମ ଭଗବାନ ଶିବଙ୍କ ଦ୍ୱାରା ବରପ୍ରାପ୍ତ ଥିଲେ ଓ ନିଜ ଶରୀରକୁ ଯେକୌଣସି ରୂପରେ ପରିବର୍ତ୍ତନ କରିବାର ଶକ୍ତି ରଖିଥିଲେ। ପତ୍ନୀ ଗୋପାଳିକାଙ୍କ ଇଚ୍ଛା ପୂରଣ ପାଇଁ ପଶୁ ରୂପରେ ରତିକ୍ରୀଡ଼ା କରିବାକୁ ମହର୍ଷି କିନ୍ଦମ ଓ ଋଷି ପତ୍ନୀ, ଉଭୟ ହରିଣ ରୂପ ଧାରଣ କରି ଜଙ୍ଗଲରେ ବିଚରଣ କରୁଥିଲେ। ଉଭୟ ରତିମଗ୍ନ ଥିବାବେଳେ ମହାରାଜା ପଣ୍ଡୁଙ୍କ ଶବ୍ଦଭେଦୀ ବାଣର ଶିକାର ହୋଇଥିଲେ।

ଅଜାଣତରେ ହେଲେ ହେଁ ନିଷ୍ପାପ ଋଷି ଓ ତାଙ୍କ ପତ୍ନୀଙ୍କୁ ହତ୍ୟା କରିଥିବା କାରଣରୁ ମୃତ୍ୟୁ ପୂର୍ବରୁ ମହର୍ଷି କିନ୍ଦମ ଅତ୍ୟନ୍ତ କ୍ରୋଧିତ ହୋଇ ‘ପତ୍ନୀଙ୍କ ସହ ରତି କରିବା ସମୟରେ ପଣ୍ଡୁ ତୁମର ମୃତ୍ୟୁ ଘଟୁ’ ବୋଲି ଅଭିଶାପ ଦେଇଥିଲେ।

ସେବେଠାରୁ ପତ୍ନୀଙ୍କ ସହ ସହବାସରୁ ଦୂରେଇ ରହୁଥିଲେ ମହାରାଜା ପଣ୍ଡୁ। ଆଉ ଏହି କାରଣରୁ ପାଣ୍ଡବ ୫ ଭାଇ କେହି ଜଣେ ହେଲେ ପଣ୍ଡୁଙ୍କ ଔରସରୁ ଜନ୍ମ ହୋଇ ନ ଥିଲେ। କୁନ୍ତୀ ମନ୍ତ୍ର ବଳରେ ଦେବତାଙ୍କୁ ବରଣ କରିବାର ଶକ୍ତି ରଖିଥିବାରୁ ପ୍ରଥମେ ଧର୍ମରାଜଙ୍କ ପୁତ୍ର ଭାବେ ଯୁଧିଷ୍ଠିର, ବାୟୁଙ୍କ ପୁତ୍ର ଭାବେ ଭୀମ ଓ ଇନ୍ଦ୍ରଙ୍କ ପୁତ୍ର ଭାବେ ଅର୍ଜୁନଙ୍କୁ ପ୍ରାପ୍ତ କରିଥିଲେ। ନିଜେ ପ୍ରାପ୍ତ କରିଥିବା ମନ୍ତ୍ର ଶକ୍ତି ପ୍ରଭାବରେ ଶେଷ ଦେବତା ଭାବେ ଅଶ୍ୱିନି କୁମାରଙ୍କୁ କୁନ୍ତୀ ଆବାହନ କରିଥିଲେ । ତେବେ ଏଥର ତାଙ୍କୁ ନୁହେଁ, ବରଂ ମାଦ୍ରୀଙ୍କୁ ପୁତ୍ରବତୀ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଫଳରେ ଅଶ୍ୱିନୀ କୁମାରଙ୍କ ପୁତ୍ର ଭାବେ ନକୁଳ ଓ ସହଦେବଙ୍କୁ ପ୍ରାପ୍ତ କରିଥିଲେ ମାଦ୍ରୀ।

ଏହାପରେ ମଧ୍ୟ ଦୈହିକ ଇଚ୍ଛାର ପୂରଣ ଲାଗି ପଣ୍ଡୁଙ୍କ ସହ ମିଳିତ ହେବାକୁ ଇଚ୍ଛା ରଖିଥିଲେ ମାଦ୍ରୀ। ଏହି  କାମନା ହିଁ ଉଭୟଙ୍କ ମୃତ୍ୟୁର କାରଣ ହୋଇଥିଲା।



from Odisha Reporter https://ift.tt/2xM9ua2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages