କେବେ ଏହି ପଲିଟିସିଆନ୍‌ଙ୍କୁ ଡେଟ୍‌ କରିବାକୁ ଚାହୁଁଥିଲେ ବେବୋ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 30, 2018

କେବେ ଏହି ପଲିଟିସିଆନ୍‌ଙ୍କୁ ଡେଟ୍‌ କରିବାକୁ ଚାହୁଁଥିଲେ ବେବୋ

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ବିବାହ଼କୁ ନେଇ ପ୍ରତ୍ୟେକ ଝିଅର ସ୍ୱପ୍ନ ଥାଏ। ଏଥିରୁ ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ୍‌ ବାଦ୍‌ ପଡ଼ିବେ ବା କିପରି କୁହନ୍ତୁ ତ । ଆଜ୍ଞା ହଁ ଏବେ ସିନା ବେବୋ ବିବାହିତ। କିନ୍ତୁ  ଦିନେ ସେ ବି ସ୍ୱପ୍ନ ଦେଖିଥିଲେ ଜଣେ ରାଜନେତାଙ୍କୁ ଡେଟ୍‌ କରିବେ ବୋଲି। ହେଲେ ଜାଣିଛନ୍ତି ସେ ରାଜନେତା ଜଣକ କିଏ ? ତା ହେଲେ ଆସନ୍ତୁ ଜାଣିବା ତାଙ୍କ ସମ୍ପର୍କରେ।

ସାମ୍ବାଦିକ ରସୀଦ୍‌ କିଦ୍‌ବଇଙ୍କ ପୁସ୍ତକ ‘ବଲିଉଡ୍‌ ଷ୍ଟାର ପାୱାର ଇନ୍‌ ଅଣ୍ଡିଆନ୍‌ ପଲିଟିକ୍ସ’ରେ ସେ କରିନାଙ୍କ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ତଥ୍ୟ ଅନୁଯାୟୀ  ରାଜକପୁରଙ୍କ ନାତୁଣୀ ତଥା ଲୋକପ୍ରିୟ ବଲିଉଡ୍‌ କଳାକାର କରୀନା କପୁର ୨୦୦୨ରେ ରାହୁଲ୍‌ ଗାନ୍ଧୀଙ୍କୁ ନିଜ ପସନ୍ଦ ବୋଲି କହିଥିଲେ। ସେ ଏକଥା ବି ଲେଖିଛନ୍ତି ଯେ ରାହୁଲ୍‌ ବି କରୀନାଙ୍କ ଫିଲ୍ମ ରିଲିଜ୍‌ର ପ୍ରଥମ ଦିନ ପ୍ରଥମ ଶୋ’ ଦେଖିବାକୁ ସବୁବେଳେ ଇଚ୍ଛା କରୁଥିଲେ।

ରସୀଦ୍‌ ଦାବି କରନ୍ତି ଯେ, ୨୦୦୨ରେ ସୀମି ଗେରେୱାଲ୍‌ଙ୍କ ଚାର୍ଟ୍‌ ଶୋ’ରେ କରୀନା ଯୋଗ ଦେଇଥିଲେ। ଯେତେବେଳେ ତାଙ୍କୁ ପଚରାଯାଇଥିଲା କି ସେ ଜଣେ ଏମିତି ଲୋକଙ୍କ ନାଁ କୁହନ୍ତୁ ଯାହାକୁ ସେ ଡେଟ୍‌ କରିବାକୁ ଚାହାନ୍ତି। ଏଥିରେ କରୀନା ଜବାବ ଦେଇ ସେଦିନ କହିଥିଲେ, ‘‘ମୁଁ କହିଦେବି। ମୋତେ ଜଣା ନାହିଁ ଏହା କହିବା ଠିକ୍‌ ହେବ ନା ନାହିଁ।  ଏହା ବିବାଦୀୟ ହୋଇପାରେ । ବାସ୍ତବରେ ସେ ବ୍ୟକ୍ତି ଜଣକ ହେଉଛନ୍ତି ରାହୁଲ୍‌ ଗାନ୍ଧୀ। ମୋତେ ତାଙ୍କୁ ଜାଣିବାରେ ବୁଝିବାରେ କିଛି ଅସୁବିଧା ହେବନି। ମୁଁ ଫିଲ୍ମି ଖାନ୍‌ଦାନ୍‌ରୁ ଆଉ ସେ ରାଜନୀତି ଖାନ୍‌ଦାନ୍‌ରୁ ଆସିଥିବାରୁ ଆମ କେମେଷ୍ଟ୍ରି ଭଲ ହୋଇପାରେ।’

କିନ୍ତୁ ୨୦୦୯ରେ କରୀନା ଏହି କଥାକୁ ଏଡ଼ାଇ ଦେଇଥିଲେ। ଯେତେବେଳେ ତାଙ୍କୁ ରାହୁଲ୍‌ଙ୍କ ବିଷୟରେ ପଚରା ଯାଇଥିଲା ସେ କହିଥିଲେ,‘‘ ଏହା ବହୁତ ପୁରୁଣା କଥା ମୁଁ ଏକଥା ଏଥିପାଇଁ କହିଥିଲି ଦୁହିଁଙ୍କ ସରନେମ୍‌ ଖୁବ୍‌ ଲୋକପ୍ରିୟ ଥିଲା। ମୁଁ ତାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛି। କିନ୍ତୁ ତାଙ୍କୁ ଡେଟ୍‌ କରିବାକୁ ଚାହେଁ ନାହିଁ।’’

ସୂଚନା ଯୋଗ୍ୟଯେ,ଗାନ୍ଧୀ ପରିବାର – ନେହେରୁ ପରିବାର ସହ କପୁର ପରିବାର ନିବିଡ଼ ସମ୍ପର୍କ ରହିଥିବା ଦେଶଯାକର ଲୋକେ ଜାଣନ୍ତି। ଏହି ଦୁଇ ପରିବାରର ଘନିଷ୍ଟତା ସମ୍ପର୍କରେ ମଧ୍ୟ ସେହି ବହିରେ ଉଲ୍ଲେଖ ରହିଛି।



from Odisha Reporter https://ift.tt/2QgWIH8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages