ଶୌଚାଳୟରୁ ଶୀଘ୍ର ବାହାରିଲେନି ବୋଲି… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 30, 2018

ଶୌଚାଳୟରୁ ଶୀଘ୍ର ବାହାରିଲେନି ବୋଲି…

deadbody

ମୁମ୍ବାଇ: ଶୌଚଳାୟରୁ ଶୀଘ୍ର ନ ବାହାରିବାରୁ ଜଣେ ଯୁବକଙ୍କୁ ଜୀବନ ଦେବାକୁ ପଡ଼ିଛି। ଏହି ଘଟଣା ଘଟିଛି ମୁମ୍ବାଇର ସାକିନାକା ଅଞ୍ଚଳରେ।

ମୃତ ଯୁବକଙ୍କ ନାଁ ପ୍ରବୀଣ ଗାୱଡେ। ତାଙ୍କୁ ମାତ୍ର ୨୨ ବର୍ଷ ହୋଇଥିଲା।

ସେ ସାକିନାକା ଅଞ୍ଚଳରେ ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ଏକ ଶୌଚାଳୟକୁ ଶୌଚ ହେବାକୁ ଯାଇଥିଲେ। ତେବେ ସେ ଶୌଚ ହେବା ସମୟରେ ଆଉ ଜଣେ ଯୁବକ ଯାଇ କବାଟ ବାଡ଼େଇ ଥିଲେ ଓ ଶୀଘ୍ର ବାହାରିବାକୁ କହିଥିଲେ। ତାଙ୍କର ଏତାଦୃଶ୍ୟ ଆଚରଣରେ ପ୍ରବୀଣ ରାଗି ଯାଇଥିଲେ।

ସେ ଶୌଚ ସାରି ଆସିବା ପରେ ଉକ୍ତ ଯୁବକଙ୍କୁ ଗାଳିଗୁଲଜ କରିଥିଲେ। ଉଭୟଙ୍କ ମଧ୍ୟ ଯୁକ୍ତିତର୍କ ସହିତ ମାରପିଟ ହୋଇଥିଲା। ଏହା ପରେ ଉକ୍ତ ଯୁବକ ଜଣଙ୍କ ନିଜ ଘରକୁ ପଳାଇ ଯାଇଥିଲେ ଓ ଘଟଣା ସମ୍ପର୍କରେ ନିଜ ଦାଦା ଗଣେଶଙ୍କୁ କହିଥିଲେ।

ଘଟଣା ସଂପର୍କରେ ଶୁଣିବା ପରେ ଗଣେଶ ଉକ୍ତ ଶୌଚାଳୟ ନିକଟକୁ ଆସି ପ୍ରବୀଣଙ୍କୁ ଗାଳି କରିଥିଲେ। ଉଭୟଙ୍କ ମଧ୍ୟରେ ମାରପିଟ ହୋଇଥିଲା। ଏଥିରେ ପ୍ରବୀଣ ଗୁରୁତର ଭାବେ ଆହତ ହୋଇଥିଲେ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।



from Odisha Reporter https://ift.tt/2OXGJh6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages