ନ୍ୟାଶନାଲ୍‌ କ୍ୟାମ୍ପରେ ନାହାନ୍ତି ଓଡ଼ିଶାର ହକି ତାରକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 12, 2018

ନ୍ୟାଶନାଲ୍‌ କ୍ୟାମ୍ପରେ ନାହାନ୍ତି ଓଡ଼ିଶାର ହକି ତାରକା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୧୬ ତାରିଖରୁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍‌ଠାରେ ହକି ଇଣ୍ଡିଆର ଜାତୀୟ କ୍ୟାମ୍ପ ଆରମ୍ଭ ହେବ। ଏଥିପାଇଁ ଆଜି ହକି ଇଣ୍ଡିଆ ପକ୍ଷରୁ ୨୫ ଜଣ ସାମ୍ଭାବ୍ୟ ତାଲିକା ଘୋଷଣା କରାଯାଇଛି। ତେବେ ଭୁବନେଶ୍ୱରରେ କ୍ୟାମ୍ପ ହେଉଥିଲେ ହେଁ ଏଥିରେ କୌଣସି ଓଡ଼ିଆ ହକି ତାରକାଙ୍କୁ ସ୍ଥାନ ମିଳିନାହିଁ। 
ଏସିଆନ୍‌ ଗେମ୍ସରେ ଭାରତ ବ୍ରୋଞ୍ଜ ଜିତିଥିବା ବେଳେ ଟିମ୍‌ରେ ଦୁଇ ଓଡ଼ିଆ ତାରକା  ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ଥିଲେ। କିନ୍ତୁ କ୍ୟାମ୍ପରେ କାହାକୁ ବି ସାମିଲ କରାଯାଇନାହିଁ। ଓଡ଼ିଶା ସରକାର କ୍ୟାମ୍ପ ପାଇଁ ସବୁ ପ୍ରକାରର ବ୍ୟବସ୍ଥା କରୁଥିବା ବେଳେ କୌଣସି ଓଡ଼ିଆ ଖେଳାଳୁଙ୍କୁ ହକି ଇଣ୍ଡିଆ କୋର୍‌ ଗ୍ରୁପ୍‌ରେ ସ୍ଥାନ ନ ଦେବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଏବେ ଓଡ଼ିଶା ସରକାର ଭାରତୀୟ ହକି ଦଳର ପ୍ରାୟୋଜକ ଅଛନ୍ତି। ହକି ଖେଳ ପାଇଁ ସମସ୍ତ ପ୍ରକାରର ଆନୁସଙ୍ଗିକ ସୁବିଧାସୁଯୋଗ ଯୋଗାଇ ଦେଉଛନ୍ତି। ଏହା ସତ୍ତ୍ୱେ ଓଡ଼ିଆ ଖେଳାଳିଙ୍କୁ ନ୍ୟାଶନାଲ୍‌ କ୍ୟାମ୍ପରେ ସ୍ଥାନ ନ ଦେବା ଘଟଣା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ହୋଇଛି।
ସେହିପରି ନଭେମ୍ବର ମାସରେ ବିଶ୍ୱକପ୍‌ ମଧ୍ୟ କଳିଙ୍ଗ ଷ୍ଟାଡିୟମ୍‌ରେ ହେବ। ତେଣୁ ତା’ ପୂର୍ବରୁ ଓଡ଼ିଆ ଖେଳାଳିଙ୍କ ପ୍ରତି ଏଭଳି ପାତରଅନ୍ତର ନୀତି ସେମାନଙ୍କ କ୍ୟାରିୟର ଉପରେ ପ୍ରଭାବ ପକାଇବ ବୋଲି ହକି ବିଶେଷଜ୍ଞମାନେ କହିଛନ୍ତି।
ତେବେ ବୀରେନ୍ଦ୍ର ଲାକ୍ରା ଆହତ ସମସ୍ୟା ଯୋଗୁ ଆସନ୍ତା ୧୬ ତାରିଖ ବେଳକୁ କ୍ୟାମ୍ପରେ ଯୋଗ ଦେବେ ବୋଲି ଏକ ପ୍ରେସ ବିବୃତିରେ ହକି ଇଣ୍ଡିଆ କହିଛି
ଏହି ୨୫ ଜଣିଆ ଟିମ୍‌ର ସଦସ୍ୟମାନେ ମୁଖ୍ୟ କୋଚ୍‌ ହରେନ୍ଦର ସିଂହଙ୍କୁ ରିପୋର୍ଟ କରିବେ। ୧୬ ତାରିଖରୁ ଆରମ୍ଭ ହେଉଥିବା ଏହି କ୍ୟାମ୍ପଟି ଅକ୍ଟୋବର ୧୪ ଯାଏ ଚାଲିବ। ଏହାପରେ ଏହି ଟିମ୍‌ରୁ ବଛା ହୋଇଥିବା ଦଳ ଅକ୍ଟୋବର ୧୮ରୁ ଓମାନ୍‌ର ମସ୍କାଟ୍‌ରେ ଆରମ୍ଭ ହେଉଥିବା ଏସିଆନ୍‌ ଚାମ୍ପିୟନସ ଟ୍ରଫିରେ ଭାଗ ନେବ।
ଏହି ୨୫ ଜଣିଆ ଟିମ୍‌ରେ ପିଆର୍‌ ଶ୍ରୀଜେଶଙ୍କ ସମେତ ଅନ୍ୟ ୨ ଜଣ ଗୋଲକିପର୍‌ ରହିଛନ୍ତି। କିନ୍ତୁ ଡିଫେଣ୍ଡର ଅମିତରୋହି ଦାସଙ୍କୁ ୨୫ ଜଣିଆ ସଦସ୍ୟ ତାଲିକାରୁ ବାଦ ଦିଆଯାଇଛି।
ଇଣ୍ଡିଆ ମିଡ୍‌ଫିଲ୍ଡର ଭାବେ ମନପ୍ରୀତ୍‌ ସିଂହ, ଚିଙ୍ଗଲେନସାନ ସିଂହ କଙ୍ଗୁଜାମ, ସୁମିତ, ସିମ୍ରନ୍‌ଜିତ ସିଂହ, ନୀଳକଣ୍ଠ ଶର୍ମା, ହାର୍ଦ୍ଦିକ ସିଂହ, ଲଳିତ କୁମାର ଉପାଧ୍ୟୟ ଓ ବିବେକ କୁମାର ପ୍ରସାଦ ରହିଛନ୍ତି।
ଅନ୍ୟପକ୍ଷରେ ଆହତ ଥିବା ଟିମ୍‌ ଇଣ୍ଡିଆର ଷ୍ଟ୍ରାଇକର୍‌ ରମଣଦୀପ ସିଂହ ଏବଂ ଓଡ଼ିଆ ତାରକା ତଥା ଡିଫେଣ୍ଡର୍‌ ବୀରେନ୍ଦ୍ର ଲାକ୍ରାଙ୍କୁ ୧୬ ତାରିଖ ପରଠାରୁ ରିହାବିଲିଟେସନ୍‌ରେ ରଖାଯାଇଛି। ସେମାନେ ଫିଟନେସ୍‌ ଫେରିପାଇବା ପାଇଁ ୧୬ ତାରିଖରୁ ପ୍ରସ୍ତୁତି ଆରମ୍ଭ କରିବେ ବୋଲି ହକି ଇଣ୍ଡିଆ ପକ୍ଷରୁ କୁହାଯାଇଛି।
ସଦସ୍ୟ ସମାପ୍ତ ଏସିଆନ୍‌ ଗେମ୍ସ୍‌ରେ ଭାରତ ଫାଇନାଲ୍‌ ଖେଳିବାରୁ ବଞ୍ଚିତ ହୋଇଥିଲା। ତେବେ ବ୍ରୋଞ୍ଜ ପଦକ ମ୍ୟାଚ୍‌ରେ ପାକିସ୍ତାନକୁ ହରାଇ ଭାରତ ବ୍ରୋଞ୍ଜ ପଦକ ପାଇଥିଲା। ଏବେ ଆଗକୁ ଭଲ ପ୍ରଦର୍ଶନ କରିବାର ଅଛି ବୋଲି କୋଚ୍‌ ହରେନ୍ଦର ସିଂହ କହିଛନ୍ତି। ସେ କହିଛନ୍ତି, ଭୁବନେଶ୍ୱର କଲିଙ୍ଗ ଷ୍ଟାଡିୟମରେ ନୂଆ ହକି ଟର୍ଫ ଉପରେ ଅଭ୍ୟାସ୍‌ କଲେ, ଏହା ବିଶ୍ୱକପ୍‌ ବେଳେ ଖେଳାଳିଙ୍କୁ ସହାୟତା କରିବ। ତେଣୁ ଏବେଠାରୁ ଆମେ କ୍ୟାମ୍ପ ଏଠାରେ ହିଁ କରିବାକୁ ନିଷ୍ପତ୍ତି ନେଇଛୁ।


from Odisha Reporter https://ift.tt/2CM6crW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages