ପେଟ୍ରୋ-କେମିକାଲ୍‌ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ୬ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 12, 2018

ପେଟ୍ରୋ-କେମିକାଲ୍‌ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ୬ ମୃତ

ବିଜନୋର: ଉତ୍ତରପ୍ରଦେଶର ବିଜନୋର୍‌ଠାରେ ଥିବା ଏକ ଘରୋଇ ପେଟ୍ରୋ-କେମିକାଲ୍‌ ଫ୍ୟାକ୍ଟ୍ରିରେ ଆଜି ଭୟଙ୍କର ବିସ୍ଫୋରଣ ଘଟିଛି। ଏଥିରେ କାରଖାନାରେ କାର୍ଯ୍ୟରତ ୬ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଏବେ ବି ଜଣେ ଶ୍ରମିକଙ୍କ ପତ୍ତା ମିଳିନାହିଁ। ଆଜି ସକାଳ ପ୍ରାୟ ୮ଟା ବେଳେ ନାଗିନ୍‌ ରୋଡ୍‌ଠାରେ ଥିବା ମୋହିତ ପେଟ୍ରୋ-କେମିକାଲ୍‌ ଫ୍ୟାକ୍ଟ୍ରିରେ ୯ ଜଣ ଶ୍ରମିକ କାର୍ଯ୍ୟ କରୁଥିଲେ।

ହଠାତ୍‌ ଏହି ସମୟରେ ବିସ୍ଫୋରଣ ଘଟିଥିଲା। ଏଥିରେ ବାଲଗୋବିନ୍ଦ, ରବି, ଲୋକେନ୍ଦ୍ର, କମଲଭୀର ଓ ଛେତ୍ରାମ ନାମକ ୫ ଜଣ ଶ୍ରମିକଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଅନ୍ୟ ଜଣେ ଶ୍ରମିକଙ୍କ ପରିଚୟ ମିଳିନାହିଁ।

ଆହତ ହୋଇଥିବା ୨ ଜଣ ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ସ୍ଥାନୀୟ ପୁଲିସ୍‌ ପକ୍ଷରୁ କୁହାଯାଇଛି। ତେବେ ବିସ୍ଫୋରଣର କାରଣ ଜଣାପଡ଼ିନାହିଁ। ବିସ୍ଫୋରଣ ପରେ ଫ୍ୟାକ୍ଟ୍ରିଟି ସଂପୂର୍ଣ୍ଣ ଚୂରମାର ହୋଇଯାଇଛି। 



from Odisha Reporter https://ift.tt/2x7hD8l

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages