୩୨ ବର୍ଷ ଧରି ମୋଦିଙ୍କୁ ଖୋଜିଥିଲେ ବ୍ୟାଙ୍କ ଅଧିକାରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 2, 2018

୩୨ ବର୍ଷ ଧରି ମୋଦିଙ୍କୁ ଖୋଜିଥିଲେ ବ୍ୟାଙ୍କ ଅଧିକାରୀ

modi2

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଇଣ୍ଡିଆ ପୋଷ୍ଟ ପେମେଣ୍ଟସ୍ ବ୍ୟାଙ୍କ (ଆଇପିପିବି)ର ଶୁଭାରମ୍ଭ କରିବା ଅବସରରେ ତାଙ୍କ ସଂପର୍କରେ ଏକ କଥା କହିଛନ୍ତି। ସେ କହିଛନ୍ତି ଯେ ବିଧାୟକ ହେବା ପର୍ଯ୍ୟନ୍ତ ତାଙ୍କର କୌଣସି ଅପରେସ୍‌ନାଲ୍ ବ୍ୟାଙ୍କ ଖାତା ନଥିଲା ଯେଉଁଠି କି ନେଣଦେଣ ହୋଇପାରିବ। କାରଣ ତାଙ୍କ ପାଖରେ ଅଧିକ ଟଙ୍କା ନଥିଲା।

ଏ ବିଷୟରେ କହିଲା ବେଳେ ସେ ତାଙ୍କ ସ୍କୁଲ୍ ବେଳ କଥା ମନେ ପକାଇଥିଲେ। ସେ କହିଥିଲେ,“ମୁଁ ସ୍କୁଲ୍‌ରେ ପଢ଼ିବା ବେଳେ ଦେନା ବ୍ୟାଙ୍କ ଏକ ଯୋଜନା ଆଣିଥିଲା। ଏହି ଯୋଜନା ଅନୁସାରେ ସ୍କୁଲ୍ ପିଲାଙ୍କୁ କୁମ୍ପି (ପଇସା ଜମା କରିବା ପାଇଁ) ଦିଆଯାଉଥିଲା ଓ ସେମାନଙ୍କ ନାଁରେ ବ୍ୟାଙ୍କରେ ଜମାଖାତା ଖୋଲା ଯାଉଥିଲା।”

“ମୋତେ ବି ସେମାନେ ଏକ କୁମ୍ପି ଦେଇଥିଲେ ଓ ମୋ ନାଁରେ ବ୍ୟାଙ୍କରେ ଗୋଟିଏ ଜମାଖାତା ଖୋଲିଥିଲେ। ମୋ କୁମ୍ପି ସବୁ ବେଳେ ଖାଲି ରହୁଥିଲା। ତା’ପରେ ମୁଁ ଗାଁ ଛାଡ଼ି ଥିଲି। ବ୍ୟାଙ୍କରେ ଖୋଲା ଯାଇଥିବା ଖାତା ସେମିତି ଚାଲିଥିଲା ଓ ବ୍ୟାଙ୍କ ଅଧିକାରୀଙ୍କୁ ପ୍ରତିବର୍ଷ ସେଗୁଡ଼ିକୁ ରିନ୍ୟୁ କରିବାକୁ ପଡ଼ୁଥିଲା। ବ୍ୟାଙ୍କ ଅଧିକାରୀମାନେ ମୋ ଖାତାକୁ ବନ୍ଦ କରି ଦେବା ପାଇଁ ମତେ ଖୋଜୁଥିଲେ।”

ପ୍ରଧାନମନ୍ତ୍ରୀ କହିଥିଲେ,“୩୨ ବର୍ଷ ପରେ ବ୍ୟାଙ୍କ ଅଧିକାରୀମାନେ ମତେ ଖୋଜି ପାଇଥିଲେ ଓ ଖାତା ବନ୍ଦ କରିବା ପାଇଁ ମୋ ସହ ଯୋଗାଯୋଗ କଲେ। ସେମାନେ ମୋ ପାଖକୁ ଆସିଲେ ଓ ଖାତା ବନ୍ଦ କରି ଦେବା ପାଇଁ ଦସ୍ତଖତ କରିବାକୁ ମତେ ଅନୁରୋଧ କରିଥିଲେ।”

ସୂଚନାଯୋଗ୍ୟ, ପୋଷ୍ଟ ଅଫିସ୍‌ରେ ଆରମ୍ଭ କରାଯାଇଥିବା ଏହି ଇଣ୍ଡିଆ ପୋଷ୍ଟ ପେମେଣ୍ଟସ୍ ବ୍ୟାଙ୍କ ବ୍ୟବସ୍ଥାରେ ଅନେକ ସୁବିଧା ରହିଛି। ଏଥିରେ ସେଭିଙ୍ଗ୍ ଆକାଉଣ୍ଟ୍, କରେଣ୍ଟ ଆକାଉଣ୍ଟ ଖୋଲି ହେବ। ଟଙ୍କା ଟ୍ରାନ୍ସଫର କରି ହେବ। ତା’ ସହିତ ଆଉ କିଛି ସେବା ମଧ୍ୟ ଉପଲବ୍ଧ ହେବ। ୨୦୧୮ ଶେଷ ସୁଦ୍ଧା ଦେଶର ସବୁ ପୋଷ୍ଟ୍ ଅଫିସ୍‌ରେ ଏହି ସେବା ଉପଲବ୍ଧ କରିବାକୁ ସରକାର ଯୋଜନା ରଖିଛନ୍ତି।

 



from Odisha Reporter https://ift.tt/2NC0BW5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages