୧୬ ବର୍ଷୀୟ ପ୍ରେମିକ ସହ ମିଶି ଝିଅ ସହ ଏମିତି କାମ କଲା ମା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 8, 2018

୧୬ ବର୍ଷୀୟ ପ୍ରେମିକ ସହ ମିଶି ଝିଅ ସହ ଏମିତି କାମ କଲା ମା’

କୋଲକାତା: ପ୍ରେମ ମଣିଷକୁ ଅନ୍ଧ କରିଦେଇଥାଏ। କିନ୍ତୁ ଏଥିପାଇଁ ଜଣେ ମା’ ତା’ର ଜନ୍ମ କଲା ଝିଅକୁ ହତ୍ୟା କରିବା ବୋଧେ କେବେ କେହି ଶୁଣି ନଥିବେ। କୋଲକାତାର ଶ୍ୟାମବଜାରରେ କିନ୍ତୁ ଏଭଳି ଏକ ଘଟଣା ଘଟିଛି। 
 
୧୬ ବର୍ଷୀୟ ପ୍ରେମିକ ସହ ମିଶିବାରେ ନିଜ ଝିଅ କଣ୍ଟା ହେବାରୁ ତା’ ମା’ ସବୁଦିନ ପାଇଁ ତାକୁ ରାସ୍ତାରୁ ହଟାଇ ଦେଇଛି। ଖାଲି ସେତିକି ନୁହେଁ, ୨ ବର୍ଷର ଝିଅକୁ ପ୍ରେମିକ ଦ୍ୱାରା ହତ୍ୟା କରିବା ପରେ ତା’ର ମୃତଦେହକୁ ଏକ ଡ୍ରେନ୍‌ରେ ଫୋପାଡ଼ି ଦେଇଛି। ପୁଲିସ୍‌ ମୃତଦେହକୁ ଜବତ କରିବା ସହ ଅଭିଯୁକ୍ତ ମା’ ମଣି ଓ ତା’ର ପ୍ରେମିକକୁ ଗିରଫ କରିବାରେ ସକ୍ଷମ ହୋଇଛି।
 
୨୫ ବର୍ଷୀୟ ମଣି ଓ ତାଙ୍କ ସ୍ୱାମୀ ଶ୍ୟାମବଜାର ଅଞ୍ଚଳର ଏକ ବସ୍ତିରେ ରହୁହନ୍ତି। ସେମାନଙ୍କର ଅଢ଼େଇ ବର୍ଷର ଝିଅଟିଏ ଥିଲା। ମଣିଙ୍କ ସ୍ୱାମୀ ଅତ୍ୟଧିକ ମଦ ପିଉଥିବାରୁ ସେ ପରିବାରର ଦେଖାଶୁଣା କରିପାରୁ ନଥିଲେ। ଇତି ମଧ୍ୟରେ ମଣି ଓ ସେହି ବସ୍ତିରେ ରହୁଥିବା ଜଣେ ୧୬ ବର୍ଷୀୟ ନାବାଳକଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ପ୍ରେମ ସମ୍ପର୍କ। ସ୍ୱାମୀ ମଦୁଆ ହୋଇଥିବାରୁ ଏହାର ସୁଯୋଗ ନେଇ ମଣି ତା’ ପ୍ରେମିକକୁ ଘରକୁ ଡାକିବା ସହ ତା’ ସହ ଘଣ୍ଟା ଘଣ୍ଟା ସମୟ ଅତିବାହିତ କରୁଥିଲା। 
 
ଦୀର୍ଘ ଦିନ ହେଲା ମଣିର ଏପରି ପରକୀୟାପ୍ରୀତି ଚାଲିଥିଲା। କିନ୍ତୁ ତା’ର ଝିଅ ଧୀରେଧୀରେ ବଡ଼ ହେଉଥିବାରୁ ପ୍ରେମ ସମ୍ପର୍କରେ ଭଟ୍ଟା ସୃଷ୍ଟି ହେବ ବୋଲି ଉଭୟ ମଣି ଓ ତାଙ୍କ ପ୍ରେମିକ ଆଶଙ୍କା କରିଥିଲେ। ଝିଅଟିକୁ ଅଢ଼େଇ ବର୍ଷ ହୋଇ ଯାଇଥିବାରୁ କାଳେ ସେ ସବୁକଥା କାହା ଆଗରେ କହିଦେବ, ସେଥିପାଇଁ ମଣି ତା’ ପ୍ରେମିକ ସହ ମିଶି ଝିଅକୁ ରାସ୍ତାରୁ ହଟାଇବା ଯୋଜନା କରିଥିଲା। 
 
ଯୋଜନା ମୁତାବକ, ଅଗଷ୍ଟ ୨୯ରେ ୧୬ ବର୍ଷୀୟ ପ୍ରେମିକ ମଣିଙ୍କ ଘରେ ପହଞ୍ଚିଥିଲା। ଏହାପରେ ସେ ଝିଅଟିର ତଣ୍ଟି ଚିପି ହତ୍ୟା କରିଥିଲା। ଏହି ସମୟରେ ମଣି ମଧ୍ୟ ସେଠାରେ ଉପସ୍ଥିତ ଥିଲା । ଝିଅଟିର ମୃତ୍ୟୁ ଘଟିବା ପରେ ଉଭୟ ମୃତଦେହକୁ ନେଇ ନିକଟସ୍ଥ ଏକ ଡ୍ରେନ୍‌ରେ ଫୋପାଡ଼ି ଦେଇଥିଲେ। ଏହାପରେ ମଣି ପୁଲିସ୍‌ ନିକଟକୁ ଯାଇ ଝିଅ ନିଖୋଜ ହୋଇଯାଇଛି ଏବଂ ଜଣେ ନିଶାସକ୍ତ ବ୍ୟକ୍ତି ଝିଅକୁ ହତ୍ୟା କରିବାକୁ ପୂର୍ବରୁ ଧମକ ଦେଉଥିଲା ବୋଲି ଅଭିଯୋଗ କରିଥିଲା। 
 
ତେବେ ପୁଲିସ୍‌ ବିଭିନ୍ନ ସୁତ୍ରରୁ ଘଟଣା ସମ୍ପର୍କରେ ଖବର ପାଇ ପ୍ରଥମେ ମଣିର ନାବାଳକ ପ୍ରେମିକକୁ ଗିରଫ କରିଥିଲା। ଏହାପରେ ସେପ୍ଟେମ୍ବର୧ରେ ଝିଅଟିର ଅଦ୍ଧଗଳିତ ମୃତଦେହକୁ ଡ୍ରେନ୍‌ରୁ ଜବତ କରିଥିଲା। ନାବାଳକଟିକୁ ଜେରା କରିବା ସମୟରେ ପୂରା ଘଟଣା ସାମ୍ନାକୁ ଆସିଥିଲା। ପୁଲିସ୍‌ ଏବେ ମଣିକୁ ମଧ୍ୟ ଗିରଫ କରି ଘଟଣାର ତଦନ୍ତ ଚଳାଇଛି।


from Odisha Reporter https://ift.tt/2M5nyQ9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages