ଅନ୍ୟମାନଙ୍କୁ ମାତ୍‌ ଦେଇ ଏମିତି ସଫଳ ହେଲା ଗୁଗଲ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 8, 2018

ଅନ୍ୟମାନଙ୍କୁ ମାତ୍‌ ଦେଇ ଏମିତି ସଫଳ ହେଲା ଗୁଗଲ୍

ନୂଆଦିଲ୍ଲୀ: ଇଣ୍ଟର୍‌ନେଟ୍‌ ଯୁଗରେ ଗୁଗଲ୍ ଏବେ ସାଧାରଣ ଜୀବନରେ ଏକ ବଡ଼ ଭୂମିକା ଗ୍ରହଣ କରିଛି। ଯଦି ଆମକୁ କୌଣସି ପ୍ରଶ୍ନର ଉତ୍ତର ଜଣା ନାହିଁ, ତେବେ ଆମେ ଇଣ୍ଟର୍‌ନେଟ୍‌ ଜରିଆରେ ଗୁଗଲ୍‌ର ସାହାଯ୍ୟ ନେଇ ତତ୍‌କ୍ଷଣାତ୍‌ ସେହି ଉତ୍ତରଟି ପାଇବାରେ ସମର୍ଥ ହୋଇଥାଉ। ଗୁଗଲ୍‌କୁ ଏବେ ଇଣ୍ଟରନେଟ୍‌ ଦୁନିଆର ରାଜା ବୋଲି କୁହାଯାଉଛି। କିଛି ଲୋକ ଗୁଗଲକୁ ନିଜ ସାଙ୍ଗ କହୁଥିବାବେଳେ ଆଉ କେତେକ ଗୁଗଲକୁ ନିଜ ଟିଚର୍‌ ବା ଶିକ୍ଷକ ବୋଲି କହୁଛନ୍ତି। ଇଣ୍ଟର୍‌ନେଟ୍‌ର ସର୍ଚିଂ ସାଇଟ୍‌ ଭାବେ ଗୁଗଲ୍‌ ଏବେ ୨୦ ବର୍ଷରେ ପାଦ ଥାପିଛି।

ଗୁଗଲ୍‌ ପୂର୍ବରୁ ମଧ୍ୟ ଇଣ୍ଟର୍‌ନେଟ୍‌ରେ ଅନେକ ସର୍ଚ୍ଚ ଇଞ୍ଜିନ୍‌ ଥିଲା। ସେଗୁଡ଼ିକ ଅନେକ ଦିନ ପର୍ଯ୍ୟନ୍ତ ମଧ୍ୟ ଚାଲିଥିଲା। ତେବେ ଗୁଗଲ୍‌ ମୈଦାନକୁ ଓହ୍ଲାଇବା ପରେ ଆଉ କେହି ତିଷ୍ଠିପାରିଲେ ନାହିଁ।

୧୯୯୮ ମସିହା ସେପ୍ଟେମ୍ବର ୪ରେ କାଲିଫର୍ଣ୍ଣିଆ ୟୁନଭର୍ସିଟିର ଦୁଇଜଣ ପିଏଚ୍‌ଡି ସ୍କଲାର୍‌, ଲ୍ୟାରୀ ପେଜ୍ ଓ ସର୍ଜୀ ବ୍ରିନ୍ ଗୋଟିଏ ଜାଗାରେ ସମସ୍ତ ସୂଚନାକୁ ଠୁଳ କରିବାପାଇଁ ଏକ ପ୍ରୋଜେକ୍ଟ୍‌ ଆରମ୍ଭ କରିଥିଲେ। ଏହି ପ୍ରୋଜେକ୍ଟ ଧୀରେ ଧୀରେ ସଫଳତାର ପାହାଚ ଚଢ଼ି ଇଣ୍ଟରନେଟ୍‌ ୟୁଜର୍‌ଙ୍କ ପାଖରେ ଗୁଗଲ୍‌ ଭାବେ ଲୋକପ୍ରିୟ ହେଲା। ଏବେ ଗୁଗଲ୍‌ ପାଖକୁ ପ୍ରତିଦିନ ଲକ୍ଷ ଲକ୍ଷ ପ୍ରଶ୍ନ ଆସୁଛି ଏବଂ ଏହାର ଫାଉଣ୍ଡର୍‌ମାନେ ବିଶ୍ୱପ୍ରସିଦ୍ଧ ହୋଇସାରିଛନ୍ତି।

ଏବେ ଇଣ୍ଟରନେଟ୍‌ ବ୍ୟବହାରକାରୀଙ୍କ ପାଖରେ ଗୁଗଲ୍‌ ଏଭଳି ଛାପ ଛାଡ଼ିଛି ଯେ ଏହା ପୂର୍ବରୁ ଥିବା ଇଣ୍ଟର୍‌ନେଟ୍‌ ସର୍ଚ୍ଚ ଇଞ୍ଜିନଗୁଡ଼ିକ କେମିତି ହୋଇଥିବ, ତାହା ଆମେ କଳ୍ପନା ବି କାରିପାରୁ ନାହେଁ।

ଏବେ ଆସନ୍ତୁ, ଗୁଗଲ୍‌ ପୂର୍ବରୁ ଥିବା କିଛି ଇଣ୍ଟର୍‌ନେଟ୍‌ ସର୍ଚ୍ଚ ଇଞ୍ଜିନ୍‌ ସମ୍ପର୍କରେ ଜାଣିବା।

୧. ୱେବ୍ କ୍ରଲର୍‌- ୱେବ୍‌ କ୍ରଲର ପୃଥିବୀର ପ୍ରଥମ ଇଣ୍ଟରନେଟ୍‌ ସର୍ଚ୍ଚ ଇଞ୍ଜିନ୍। ଏଥିରେ ମଧ୍ୟ ଆପଣ ଶବ୍ଦଗୁଡ଼ିକୁ ଲେଖି ସର୍ଚ୍ଚ କରିପାରିବେ। ଏହାକୁ ଅନେକ ବର୍ଷ ପୂର୍ବରୁ ଡିଜାଇନ୍‌ କରାଯାଇଥିଲା। ‘ୱେବ୍ କ୍ରଲର୍’ର ହେଉଛି ଏକ କମ୍ପ୍ୟୁଟର ସର୍ଚ୍ଚ ପ୍ରୋଗ୍ରାମ୍‌।  ଏହାକୁ ଆମେରିକାର ୱାଶିଂଟନ୍ ବିଶ୍ଵବିଦ୍ୟାଳୟର ବ୍ରାୟନ ଟନ୍ ନାମକ ଜଣେ ଛାତ୍ର ତିଆରି କରିଥିଲେ।

୧୯୯୫ରେ ଏହାକୁ ଆମେରିକା ଅନ୍‌ ଲାଇନ୍(AOL) କିଣିନେଇଥିଲା। ୨୦୦୧ରେ ଏହା ଇନ୍ଫୋସ୍ପେସ୍ ନାମକ କମ୍ପାନୀ ହାତକୁ ଚାଲିଯାଇଥିଲା। ଅନେକ କମ୍‌ ସମୟ ଭିତରେ ଏହା ମଧ୍ୟ ସାରା ବିଶ୍ୱରେ ବେଶ୍‌ ଲୋକପ୍ରିୟ ହୋଇଯାଇଥିଲା। କିନ୍ତୁ କିଛି ଦିନ ପରେ ହିଁ ‘ଲିକସ୍’ ନାମକ ଏକ ସର୍ଚ୍ଚ ଇଞ୍ଜିନ୍‌ ଆସିବା ଯୋଗୁ ଧୀରେ ଧୀରେ ‘ୱେବ୍ କ୍ରଲର୍‌’ର ବ୍ୟବହାର କମିଗଲା।

୨. ଲିକୋସ୍- ୧୯୯୫ରେ ଆମେରିକାର କାର୍ନେଗୀ ମିଲାନ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ଲିକୋସ୍‌’ ନାମକ ଏକ ରିସର୍ଚ୍ଚ ପ୍ରୋଜେକ୍ଟ ଆସିଥିଲା, ଯାହାକୁ ପରବର୍ତ୍ତୀ ସମୟରେ ‘ଟେରା’ ନାମକ ଏକ କମ୍ପାନୀ କିଣିନେଇଥିଲା। ୧୯୯୯ ମସିହା ବେଳକୁ ଏହା ସବୁଠୁ ଅଧିକ ବ୍ୟବହାର କରାଯାଇଥିବା ୱେବ୍‌ସାଇଟ୍‌ ଥିଲା। କିନ୍ତୁ ‘ଟେରା’ କମ୍ପାନୀ ବ୍ୟବସାୟିକ ବୁଝାମଣା ବିଫଳ ହେବାରୁ ପରେ ଏହା ଏକ ଦକ୍ଷିଣ କୋରିଆ କମ୍ପାନୀ ହାତକୁ ଚାଲିଯାଇଥିଲା, ଯାହାକୁ ପରବର୍ତ୍ତୀ ସମୟରେ ଏକ ଭାରତୀୟ ମାର୍କେଟିଂ ଫାର୍ମ କିଣି ନେଇଥିଲା।

୩. ହାଇ ଭ୍ୟୁ- ୧୯୯୫ରେ ‘ଅଲ୍ଟାଭିଷ୍ଟା’ ନାମକ ଆଉ ଏକ ୱେବ୍‌ ସର୍ଚ୍ଚ ଇଞ୍ଜିନ୍‌ର ଜନ୍ମ ହୋଇଥିଲା। ତେବେ ଗୁଗଲ୍‌ ଆସିବା କାରଣରୁ ସବୁଠୁ ଅଧିକ କ୍ଷତି ଏହି କମ୍ପାନୀର ହିଁ ହୋଇଥିଲା। ଏହି ସର୍ଚ୍ଚ ଇଞ୍ଜିନ୍ ଅନ୍ୟଗୁଡ଼ିକଠୁ ଅଲଗା ଓ ଅଧିକ ସ୍ପିଡ୍‌ ଥିଲା। ହେଲେ ଗୁଗଲ୍‌ ତା’ଠୁ ବି ଅଧିକ ଉନ୍ନତମାନର ସର୍ଚ୍ଚ ଇଞ୍ଜିନ୍‌ ଆଣି ଇଣ୍ଟରନେଟ୍‌ ମାର୍କେଟ୍‌କୁ କବ୍‌ଜା କରିନେଲା। ୨୦୦୩ ମସିହାରେ ‘ୟାହୁ’ ଏହାକୁ କିଣିଥିଲା, ହେଲେ ୧୦ ବର୍ଷ ପରେ ବାଧ୍ୟ ହୋଇ ଏହାକୁ ବନ୍ଦ କରିବାକୁ ପଡ଼ିଲା।

୪. ଏକ୍ସାଇଟ୍- ଏହି ସର୍ଚ୍ଚ ଇଞ୍ଜିନ୍ ୧୯୯୫ ମସିହାରେ ଲଞ୍ଚ୍ ହୋଇଥିଲା ଓ ୯୦ ଦଶକରେ ଏହା ଆମେରିକାର ସବୁଠୁ ଲୋକପ୍ରିୟ ଇଣ୍ଟର୍‌ନେଟ୍‌ ବ୍ରାଣ୍ଡ୍‌ମାନଙ୍କ ମଧ୍ୟରୁ ଗୋଟିଏ ଥିଲା। କିନ୍ତୁ ଏହାର ମଧ୍ୟ ଧୀରେ ଧୀରେ ପତନ ହୋଇଥିଲା।

୫. ୟାହୁ-  ଇଣ୍ଟର୍‌ନେଟ୍‌ ଦୁନିଆରେ ୟାହୁ ମଧ୍ୟ ଭଲ ସଫଳତା ହାସଲ କରିଥିଲା। କିନ୍ତୁ ଏହାର ସଂସ୍ଥାପକମାନେ ସବୁବେଳେ ନିଜ  ପକେଟ୍‌ ଫୁଲ୍‌ କରିବା ଚିନ୍ତାରେ ରହିଲେ। ତେଣୁ ଏହି ସର୍ଚ୍ଚ ଇଞ୍ଜିନ୍‌ର ପ୍ରଦର୍ଶନରେ କୌଣସି ବିଶେଷ ଉନ୍ନତି ନହେବାରୁ ଗୁଗଲ୍‌ ଅତି ସହଜରେ ଏହାକୁ ମାତ୍‌ ଦେଇଦେଲା।

କେମିତି ସଫଳ ହେଲା ଗୁଗଲ୍?

ସମସ୍ତଙ୍କ ମନରେ ସ୍ୱତନ୍ତ୍ର ଛାପ ଛାଡ଼ିବା ପାଇଁ ଗୁଗଲ୍‌ ଲଗାତର ଭାବେ କିଛି ନା କିଛି ନୂଆ କରିବାକୁ ଚେଷ୍ଟା କରିଥାଏ। ଏହା ହିଁ ଆଜି ଗୁଗଲ୍‌କୁ ଏତେମାତ୍ରାରେ ସଫଳ କରିବା ପଛର ଏକ ପ୍ରମୁଖ କାରଣ।  ବୋଧହୁଏ ଲୋକଙ୍କ ମନକୁ ବୁଝି ଓ ସେହି ଅନୁସାରେ ଉତ୍ତର ଦେବାର କ୍ଷମତା ଗୁଗଲ୍‌କୁ ଏହି ସଫଳତା ଦେଇପାରିଛି। ଗୁଗଲ ସମସ୍ତଙ୍କ ପ୍ରଶ୍ନର ଉତ୍ତର ପ୍ରଶ୍ନକର୍ତ୍ତାଙ୍କ ଆବଶ୍ୟକତା ଅନୁସାରେ ହିଁ ଦେବା ପାଇଁ ସବୁବେଳେ ଚେଷ୍ଟା କରେ।

ଇଣ୍ଟରନେଟରେ କରାଯାଉଥିବା କାମର ୯୦ ପ୍ରତିଶତ ହିଁ ଗୁଗଲ୍‌ ଜରିଆରେ ହୋଇଥାଏ। କେବଳ ଏତିକି ନୁହେଁ, ୬୦ ପ୍ରତିଶତ ଅନ୍‌ଲାଇନ୍ ବିଜ୍ଞାପନ ମଧ୍ୟ ଏହିଠାରୁ ଆସିଥାଏ।



from Odisha Reporter https://ift.tt/2oPKb1K

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages