
ମୁମ୍ବାଇ(ଓଡ଼ିଶା ରିପୋର୍ଟର): ଚଳଚ୍ଚିତ୍ର ଠଗ୍ସ ଅଫ୍ ହିନ୍ଦୁସ୍ତାନ ପରଦାକୁ କେତେବେଳେ ଆସିବ ସେ ନେଇ ସମସ୍ତେ ଚାହିଁ ବସିଛନ୍ତି। ହେଲେ ଫିଲ୍ମ ପରଦାକୁ ଆସିବା ଆଗରୁ ଏବେ ଚର୍ଚ୍ଚା ଏହାର ପୋଷ୍ଟରକୁ ନେଇ। ଅଭିନେତା ଅମିତାଭ ବଚ୍ଚନ ଓ ସୁନ୍ଦରୀ ଅଭିନେତ୍ରୀ ଫତିମା ସନା ଶୈଖ୍ଙ୍କ ଲୁକ୍କୁ ନେଇ ବଲିଉଡ୍ରେ ଚାଲିଛି ଚର୍ଚ୍ଚା।
ଚଳିତ ମାସ ୧୮ ତାରିଖରେ ପ୍ରଥମେ ଅମିତାଭ ବଚ୍ଚନଙ୍କ ଲୁକ୍ ପ୍ରକାଶ ପାଇଛି। ବିଗ୍ ବି ଏଥିରେ ‘ଖୁଦାବକ୍ସ’ ଚରିତ୍ରରେ ନଜର ଆସିବେ। ବଡ଼ ଭୟଙ୍କର ଲୁକ୍କୁ ସାମ୍ନା କରିବେ ତାଙ୍କ ଦର୍ଶକ। ଅବଶ୍ୟ ଚଳଚ୍ଚିତ୍ରଟିର ଚିତ୍ୟନାଟ୍ୟ ବି ସେହି ଭଳିଆ ବୋଲି ଶୁଣିବାକୁ ମିଳୁଛି। ରିଲିଜ୍ ହୋଇଥିବା ପୋଷ୍ଟରେ ବିଗ୍ ବି ଏକ ଯାହାଜାରେ ଖଣ୍ଡା ଧରି ଛିଡା ହୋଇଛନ୍ତି। ଲମ୍ବା ଧଳା ଦାଢି ଆଉ ଯୋଦ୍ଧା ବେଶ ତାଙ୍କୁ ବଡ଼ ସୁଟ୍ କରୁଛି।
ଏଣେ ଏହି ଚଳଚିତ୍ରରେ ବିରାଙ୍ଗନା ‘ଜାଫରୀ’ ଭୂମିକାରେ ଅବର୍ତ୍ତିର୍ଣ୍ଣ ହେଉଥିବା ସୁନ୍ଦରୀ ଅଭିନେତ୍ରୀ ଫତିମା ସନା ଶୈଖ୍ ମଧ୍ୟ ଜଣେ ଯୁଦ୍ଧରତା ଯୁବତୀ ଭୂମୀକାରେ ଚିତ୍ରଣ ହୋଇଛନ୍ତି। ହାତରେ ଧନୁ ତୀର ଧରି ଲକ୍ଷ ବିନ୍ଧୁଥିବା ତାଙ୍କ ପୋଷ୍ଟର ରିଲିଜ୍ ହୋଇଛି।
from Odisha Reporter https://ift.tt/2xyTOWC
No comments:
Post a Comment