ଭାରତରେ ଲଞ୍ଚ୍‌ ହେଲା ସାମ୍‌ସଙ୍ଗ୍‌ LED ସ୍କ୍ରିନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 19, 2018

ଭାରତରେ ଲଞ୍ଚ୍‌ ହେଲା ସାମ୍‌ସଙ୍ଗ୍‌ LED ସ୍କ୍ରିନ୍‌

ଭୁବନେଶ୍ୱର: ଭାରତୀୟ ବଜାରକୁ ଆସିଛି ଆଉ ଏକ ନୂଆ ଏଲ୍‌ଇଡି ଟିଭି। ଭାରତର ହୋମ୍‌ ଏଣ୍ଟରଟେନ୍‌ମେଣ୍ଟ୍‌ ସେକ୍ଟର୍‌ ବା ଘରୋଇ ମନୋରଞ୍ଜନ କ୍ଷେତ୍ରରେ ପରିବର୍ତ୍ତନ ଆଣିବା ପାଇଁ ‘ସାମ୍‌ସଙ୍ଗ ଇଣ୍ଡିଆ’ ଦେଶରେ ‘ଏଲ୍‌ଇଡି ଫର ହୋମ୍‌’ ରେଞ୍ଜ୍‌ର ଲଞ୍ଚ୍‌ କରିଛି।  ଏହି ନୂଆ ହୋମ୍‌ ସ୍କ୍ରିନ୍‌ର ମୂଲ୍ୟ ୧ କୋଟି ଟଙ୍କାରୁ ଆରମ୍ଭ କରି ୩.୫ କୋଟି ଟଙ୍କା ରଖାଯାଇଛି। ଏହି ସିରିଜ୍‌ରେ ୧୧୦ ଇଞ୍ଚ୍(ଫୁଲ୍ ଏଚ୍‌ଡି), ୧୩୦ ଇଞ୍ଚ୍(ଫୁଲ୍‌ ଏଚ୍‌ଡି), ୨୨୦ ଇଞ୍ଚ୍(ଅଲ୍ଟ୍ରା ଏଚ୍‌ଡି) ଓ ୨୬୦ ଇଞ୍ଚ୍ (ଅଲ୍ଟ୍ରା ଏଚ୍‌ଡି)ର ଏଲ୍‌ଇଡି ସହ ଲଞ୍ଚ୍ କରାଯାଇଛି।

ଗ୍ରାହକ ଏହି ୪ଟି ଭିତରୁ କୌଣସି ଏକ ବିକଳ୍ପ ବାଛି ପାରିବେ। ଏଥିସହ ସାମସଙ୍ଗ କମ୍ପାନୀ, ଏହି ଏଲ୍‌ଇଡିକୁ ତା’ର ମଡ୍ୟୁଲାର ଡିଜାଇନ୍‌ କାରଣରୁ କୌଣସି ବି ଆକାର ଓ ଆକୃତିରେ ଡେଲିଭର୍ କରିପାରିବେ। ଏହାକୁ ଆକ୍ଟିଭ୍‌ ଏଲ୍‌ଇଡି ମଧ୍ୟ ନାଁ ଦିଆଯାଇଛି। ଏହାକୁ ସେହି ଆରବପତି, ୱାର୍କିଂ ପ୍ରଫେସନାଲ୍ସ୍ ଓ ୟଙ୍ଗଷ୍ଟର୍ସମାନଙ୍କୁ ନଜରରେ ରଖି ତିଆରି କରାଯାଇଛି, ଯେଉଁମାନେ ସୁପର ପ୍ରିମିୟମ୍ ସ୍କ୍ରିନ୍‌ରେ ସିନେମାଟିକ୍‌ ଏକ୍ସପେରିଏନ୍ସ ଚାହାନ୍ତି।

ସାମ୍‌ସଙ୍ଗ LED ଫର ହୋମ୍‌ରେ HDR ପିକ୍ଚର ରିଫାଇନ୍‌ମେଣ୍ଟ ଟେକ୍ନୋଲୋଜି ଦିଆଯାଇଛି। ଯାହା ଟ୍ରୁ-ଟୁ-ଲାଇଫ୍ ଇମେଜ୍ ଓ କ୍ଲିୟର ଭିଜିବିଲିଟି ଦିଏ। କମ୍ପାନୀର ଦାବି ଅନୁସାରେ, ଆଖପାଖରେ ଥିବା ଆମ୍ବିଏଣ୍ଟ୍‌ ଲାଇଟ୍‌ ମଧ୍ୟ ଏହାର ଇମେଜ୍‌ ଉପରେ କୌଣସି ପ୍ରଭାବ ପକାଇବ ନାହିଁ।

କମ୍ପାନୀ ସୂଚନା ଦେଇଛି,  Active LEDରେ ମେଣ୍ଟେନାନ୍ସ୍‌ ଖୁବ୍‌ କମ୍‌। ଏହାକୁ ଦୀର୍ଘ ସମୟ ଯାଏ ଚଲା ଯାଇପାରିବ। ଏପରିକି ଏହାକୁ ୧୦୦,୦୦୦ ଘଣ୍ଟା ଯାଏ ଚଲା ଯାଇପାରିବ ବୋଲି କମ୍ପାନୀ ଦାବି କରିଛି। ଏହାସହ ଏହାର ମଡ୍ୟୁଲାର ଡିଜାଇନ୍ ପାଇଁ ଏହାକୁ କୌଣସି ବି ୟୁନିକ୍‌ ହୋମ୍‌ ସେଟିଙ୍ଗ୍‌ରେ ଫିଟ୍‌ କରାଯାଇପାରିବ। ୟୁଜର୍‌  ନିଜ ଇଚ୍ଛା ଅନୁଯାୟୀ କୌଣସି ବି ଲୋକେଶନ୍‌ରେ ଏହାର ସ୍କ୍ରିନିଂ ସାଇଜ୍‌କୁ କଷ୍ଟମାଇଜ୍‌ କରିପାରିବେ ବା ନିଜ ଇଚ୍ଛା ଅନୁଯାୟୀ ଏହାର ସ୍କ୍ରିନିଂକୁ କମାଇ କିମ୍ବା ବଢ଼ାଇ ପାରିବେ।



from Odisha Reporter https://ift.tt/2Oze1mp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages