ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା ଧମକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 3, 2018

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା ଧମକ

Naveen,,,,,

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ହତ୍ୟା ଧମକ ଆସିଛି। ଏକ ଚିଠି ମାଧ୍ୟମରେ ନବୀନଙ୍କୁ ହତ୍ୟା କରିବାକୁ ଧମକ ଦିଆଯାଇଛି। ଛତିଶଗଡ଼ ବିଳାସପୁର ଜେଲ୍‌ରେ ଥିବା ଜଣେ କଏଦୀ ଏମିତି ଧମକପୂର୍ଣ୍ଣ ଚିଠି ଦେଇଛନ୍ତି।

ଏବେ ଏହି ଖବର ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଛି। କଏଦୀ ଜଣଙ୍କ ନବୀନଙ୍କଠାରୁ ୫୦ କୋଟି ଟଙ୍କା ଦାବି କରିଛନ୍ତି।

କଏଦୀ ଜଣଙ୍କ ହେଲେ ପୁଷ୍ପେନ୍ଦ୍ର ନାଥ ଚୌହାନ। ତାଙ୍କ ବୟସ ୪୦ବର୍ଷ।

ବିଳାସପୁର ଏସ୍‌ପି ଆରିଖ ଶେଖଙ୍କ କହିବା ଅନୁସାରେ, ପୁଷ୍ପେନ୍ଦ୍ର ଏକାଧିକ ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ହୋଇ ବିଳାସପୁର ଜେଲ୍‌ରେ ସଜା କାଟୁଛନ୍ତି। ତାଙ୍କୁ ପଚରାଉଚରା ପରେ ସେ ଲୋକଙ୍କ ଧ୍ୟାନ ଆକର୍ଷଣ ପାଇଁ ନବୀନଙ୍କୁ ଏମିତି ଧମକପୂର୍ଣ୍ଣ ଚିଠି ଲେଖିଥିବା ସ୍ୱୀକାର କରିଛି।

ଆରିଖ ଆହୁରି କହିଛନ୍ତି,“ପଚରାଉଚରା ବେଳେ ପୁଷ୍ପେନ୍ଦ୍ର ମାନସିକ ବିକାରଗ୍ରସ୍ତ ଥିବା ଜଣାପଡୁଥିଲା। ତଦନ୍ତ ପରେ ଓଡ଼ିଶା ପୁଲିସ୍‌କୁ ରିପୋର୍ଟ ଦିଆଯିବ।”



from Odisha Reporter https://ift.tt/2LTAYys

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages