ନିରବ ଓ ବିଜୟଙ୍କ ପରେ ଦେଶ ଛାଡ଼ି ଫେରାର୍‌ ହେଲେ ନିତିନ୍‌ ସନ୍ଦେସରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 24, 2018

ନିରବ ଓ ବିଜୟଙ୍କ ପରେ ଦେଶ ଛାଡ଼ି ଫେରାର୍‌ ହେଲେ ନିତିନ୍‌ ସନ୍ଦେସରା

Nitin

ନୂଆଦିଲ୍ଲୀ: ବ୍ୟାଙ୍କରୁ କୋଟି କୋଟି ଟଙ୍କା ଠକି ଦେଶ ଛାଡ଼ି ଫେରାର୍ ହୋଇଯାଇଥିବା ବ୍ୟବସାୟୀଙ୍କ ମଧ୍ୟରେ ଆଉ ଜଣଙ୍କ ନାଁ ସାମିଲ ହୋଇଛି। ତାଙ୍କ ନାଁ  ନିତିନ୍‌ ସନ୍ଦେସରା । ସେ ଷ୍ଟିଙ୍ଗଲିଙ୍ଗ୍‌ ବାୟୋଟିକ୍‌ର ମାଲିକ। ସେ ବ୍ୟାଙ୍କରୁ ୫ ହଜାର କୋଟି ଟଙ୍କା ଠକି ଦେଶ ଛାଡ଼ି ନାଇଜେରିଆ ଚାଲି ଯାଇଥିବା କୁହାଯାଉଛି।

ଇଡି ଓ ସିବିଆଇ ପକ୍ଷରୁ କୁହାଯାଇଛି ଯେ ନିତିନ୍‌ ତାଙ୍କ ଭାଇ ଚେତନ ସନ୍ଦେସରା, ଭାଉଜ ଦୀପ୍ତି ବେନ ସନ୍ଦେସରା ଓ ତାଙ୍କ ପରିବାରର ଅନ୍ୟ ସଦସ୍ୟ ନାଇଜେରିଆକୁ ଫେରାର୍‌ ହୋଇ ଯାଇଛନ୍ତି। ହେଲେ ଏନେଇ ତଦନ୍ତକାରୀ ସଂସ୍ଥା ଆନୁଷ୍ଠାନିକ ଭାବରେ ସୂଚନା ଦେଇ ନାହିଁ।

ତେବେ ତଦନ୍ତକାରୀ ସଂସ୍ଥା ୟୁଏଆଇ ଅଥରିଟିଙ୍କୁ ନିତିନ୍‌ଙ୍କୁ ଗିରଫ କରିବା ପାଇଁ କୁହାଯାଇଛି। ଏହାବ୍ୟତୀତ ନିତିନ୍‌ଙ୍କ ପରିବାର ବିରୋଧରେ ରେଡ୍‌ କର୍ଣ୍ଣର ନୋଟିସ୍‌ ଜାରି ହୋଇପାରେ।

ସୂଚନାଯୋଗ୍ୟ, ନିତିନ୍‌ ସନ୍ଦେସରାଙ୍କ ପୂର୍ବରୁ ହୀରା ବେପାରୀ ନିରବ ମୋଦି, ମେହୁଲ ଚୋକସି ଓ ମଦ ବ୍ୟବସାୟୀ ବିଜୟ ମାଲ୍ୟା ଦେଶ ଛାଡ଼ି ଫେରାର୍‌ ହୋଇଯାଇଛନ୍ତି।



from Odisha Reporter https://ift.tt/2IbTaTC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages