
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହାଇଟେକ୍ ଯୁଗରେ ବୟସ୍କଙ୍କ ଭଳି ପିଲାମାନେ ବି ଖୁବ୍ ବ୍ୟସ୍ତ। ପାଠପଢ଼ା ସାଙ୍ଗକୁ ଡିଜିଟାଲ୍ ଯୁଗର ପ୍ରତିଯୋଗିତା ଏବର ପିଲାମାନଙ୍କ ମୁଣ୍ଡକୁ ଅଧିକାଂଶ ସମୟରେ ଭାରାକ୍ରାନ୍ତ କରୁଛି। ତେବେ ସମୟ ସହ ତାଳ ଦେଇ ଆଗକୁ ବଢ଼ିବା ସାଙ୍ଗକୁ ଶରୀର ଓ ମନକୁ ସୁସ୍ଥ ଏବଂ ଫିଟ୍ ରଖିବା ନିହାତି ଆବଶ୍ୟକ। ଏଥିପାଇଁ ବିଶେଷଜ୍ଞ କହୁଛନ୍ତି, ପିଲାମାନେ ନିୟମିତ ‘ଧ୍ୟାନ କରିବା’ ଜରୁରୀ।
ନିୟମିତ ମେଡିଟେସନ୍ ବା ଧ୍ୟାନ କରିବା ଦ୍ୱାରା ପିଲାଙ୍କ ଧୀ ଶକ୍ତି ବିକଶିତ ହୋଇଥାଏ। ଏହା ଦ୍ୱାରା ସେମାନଙ୍କୁ ନିଜ ଭାବନା ଉପରେ ନିୟନ୍ତ୍ରଣ ରଖିବାର ଶକ୍ତି ମିଳିଥାଏ। ଏହି ଶକ୍ତିରୁ ହିଁ ପିଲାମାନେ କାହାକୁ କିପରି ବ୍ୟବହାର କରିବେ, ତାହା ଶିଖିଥା’ନ୍ତି।
କିଛି ସମୟ ପାଇଁ ନିୟମିତ ଧ୍ୟାନରେ ବସିବା, ପିଲାମାନଙ୍କୁ ଏକାଗ୍ର କରିବାରେ ସହାୟକ ହୋଇଥାଏ। ଏହାଦ୍ୱାରା ସେମାନେ ନିଜର ପାଠପଢ଼ା ଉପରେ ଅଧିକ ମନ ଦେଇପାରିବେ।
କେବଳ ପାଠପଢ଼ା ନୁହେଁ, ଖେଳରେ ଭଲ ପ୍ରଦର୍ଶନ ପାଇଁ ମଧ୍ୟ ଏହା ପିଲାମାନଙ୍କୁ ସାହାଯ୍ୟ କରେ। ସଂଯମତାର ସହ ଧୀରେ ଧୀରେ ପିଲାଏ କିପରି ସଫଳତା ହାସଲ କରିପାରିବେ, ସେହି ରାସ୍ତା ମଧ୍ୟ ଏହି ‘ଧ୍ୟାନ କରିବା’ରୁ ମିଳିଥାଏ।
from Odisha Reporter https://ift.tt/2MI6QGR
No comments:
Post a Comment