ଟ୍ରେନ୍‌ରେ ବଢ଼ିଲା ଚା’ ଓ କଫିର ଦର: ପଢ଼ନ୍ତୁ କେତେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 20, 2018

ଟ୍ରେନ୍‌ରେ ବଢ଼ିଲା ଚା’ ଓ କଫିର ଦର: ପଢ଼ନ୍ତୁ କେତେ

tea,,,,

ନୂଆଦିଲ୍ଲୀ: ଟ୍ରେନ୍‌ରେ ଦିଆଯାଉଥିବା ଚା’ ଓ କଫିର ମୂଲ୍ୟ ୭ ଟଙ୍କାରୁ ୧୦ ଟଙ୍କାକୁ ବୃଦ୍ଧି କରିଛି ଭାରତୀୟ ରେଳବାଇ। ଟ୍ରେନ୍‌ରେ ଦିଆଯାଉଥିବା ମିଲ୍ସର ମେନୁ ଓ ଟାରିଫକୁ (tariff) ସମୀକ୍ଷା କରିବା ପରେ ଆଇଆରସିଟିସି (IRCTC) ଏହି ମୂଲ୍ୟ ବୃଦ୍ଧି କରିଛି।

ରେଲୱେ ବୋର୍ଡ ପକ୍ଷରୁ ଜାରି ହୋଇଥିବା ସର୍କ୍ୟୁଲାରରେ ଉଲ୍ଲେଖ କରାଯାଇଛି ଯେ, ଚା’ ଓ କଫିର ମୂଲ୍ୟ ସଂଶୋଧିତ ହୋଇ ୧୦ ଟଙ୍କା  କରାଯାଇଛି। କିନ୍ତୁ, ଷ୍ଟାଣ୍ଡାର୍ଡ ଚା ( ଡିପ୍ ଡିପ୍ ଚା’ ନୁହେଁ) ୫ ଟଙ୍କାରେ ମିଳିବ। ସେହି ଅନୁସାରେ ଲାଇସେନ୍ସର ଦର ପରିବର୍ତ୍ତନ କରି ସଂଶୋଧିତ ଦର୍ ଲାଗୁ କରିବାକୁ ବୋର୍ଡ କହିଛି ।

ପ୍ରାୟ ୩୫୦ ଟ୍ରେନରେ ଆଇଆରସିଟିସିର ପ୍ୟାନଟ୍ରି କାର୍ ରହିଛି। ରାଜଧାନୀ ଓ ଶତାବ୍ଦୀ ଏକ୍ସପ୍ରେସ ଟ୍ରେନରେ ଖାଦ୍ୟ ପ୍ୟାକେଟ୍ ପ୍ରିପେଡ୍ ଥିବାରୁ ତାହାର ମୂଲ୍ୟ ପରିବର୍ତ୍ତନ କରାଯିବ ନାହିଁ ବୋଲି ନିଷ୍ପତ୍ତି ହୋଇଛି।



from Odisha Reporter https://ift.tt/2puNV9r

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages