
ମୁମ୍ବାଇ: ଏବେ ବିଭିନ୍ନ ଟେଲିଭିଜନ୍ ଚ୍ୟାନେଲ୍ରେ ଅନେକ ପୌରାଣିକ ଧାରାବାହିକ ପ୍ରସାରିତ ହେଉଛି। ଏହି ତାଲିକାରେ ଆସନ୍ତା ଅକ୍ଟୋବର ୧ ତାରିଖରୁ ସାମିଲ ହେବ ଆଉ ଏକ ଧାରାବାହିକ। ଏହାର ନାଁ ‘ରାଧାକୃଷ୍ଣ’।
‘ଷ୍ଟାର୍ ଭାରତ’ରେ ରାତି ୯ଟାରୁ ପ୍ରସାରିତ ହେବ। ସ୍ୱସ୍ତିକ୍ ପ୍ରଯୋଜନା ସଂସ୍ଥା ପକ୍ଷରୁ ଏହାକୁ ନିର୍ମାଣ କରାଯାଉଛି।
ଏଥିରେ କୃଷ୍ଣଙ୍କ ଭୂମିକାରେ ଅଛନ୍ତି ସୁମେଧ୍ ମୁଦ୍ଗଲ୍କର୍ ଓ ରାଧା ଭୂମିକାରେ ଅଭିନୟ କରୁଛନ୍ତି ମଲ୍ଲିକା ସିଂହ।
ପଲିଟିକାଲ୍ ଡ୍ରାମା ‘ସାମ୍ ଦାମ୍ ଦଣ୍ଡ ଭେଦ୍’ ବଦଳରେ ଏହି ନୂଆ ଧାରାବାହିକ ପ୍ରସାରିତ ହେବ। ଏବେ ଏହାର ପ୍ରମୋ ପ୍ରସାରିତ ହେଉଛି। ଏହା ଦର୍ଶକଙ୍କ ମନକୁ ଛୁଇଁ ପାରିଛି।
from Odisha Reporter https://ift.tt/2x2Gjz6
No comments:
Post a Comment