ଦାମଙ୍କ ରୋବାବ୍ କମିଲା, ନରମିକି କହିଲେ, ମୁଖ୍ୟମନ୍ତ୍ରୀ ସୁନାପିଲା, ସବୁ ଦୋଷ ଅଧସ୍ତନଙ୍କର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 12, 2018

ଦାମଙ୍କ ରୋବାବ୍ କମିଲା, ନରମିକି କହିଲେ, ମୁଖ୍ୟମନ୍ତ୍ରୀ ସୁନାପିଲା, ସବୁ ଦୋଷ ଅଧସ୍ତନଙ୍କର

dam,,,,,,

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବେଶ୍‌ କିଛି ଦିନ ଧରି ଲଗାତାର ସରକାରଙ୍କୁ ବାଣ ମାରି ଘାଇଲା କରି ଆସୁଥିବା ବରିଷ୍ଠ ବିଜେଡି ନେତା ଦାମୋଦର ରାଉତଙ୍କ ସ୍ୱର ଆଜି ହଠାତ୍ ନରମି ଯାଇଛି। ଆଜି ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ଆଉ ସରକାରଙ୍କୁ ବାଣ ମାରି ନାହାନ୍ତି, ବରଂ ବଙ୍କେଇ ତେଢ଼େଇ ବିରୋଧୀଙ୍କୁ ମୃଦୁ ସମାଲୋଚନା କରିଛନ୍ତି। ତେବେ ତାଙ୍କ ପ୍ରତିକ୍ରିୟାର ସବୁଠାରୁ କୌତୂହଳୀ ଦିଗଟି ହେଲା, ମୁଖ୍ୟମନ୍ତ୍ରୀଙ୍କର ଭୁରିଭୁରି ପ୍ରଂଶସା।

ଡା. ରାଉତ କହିଛନ୍ତି- “ଦୁର୍ନୀତିର ପର୍ଦ୍ଦାଫାସ କରିବା ବିରୋଧୀ ଦଳର କାମ। କିନ୍ତୁ ସେମାନେ ତାହା କରୁନାହାନ୍ତି। ମୁଁ ସରକାର କି ଦଳ ବିରୋଧରେ କିଛି କହିନାହିଁ। ମୁଁ  ଦୁର୍ନୀତି ଉପରେ କହିଛି।”

ଡକ୍ଟର ରାଉତ ଉଦାହରଣ ଦେଇ ସମ୍ବାଦିକଙ୍କୁ କହିଛନ୍ତି- “ନଗଡ଼ାରେ ଅପପୁଷ୍ଟିରେ ପିଲା ମଲେ। ସମସ୍ତେ ସମସ୍ୱରରେ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କଲେ। କିନ୍ତୁ ମୁଖ୍ୟମନ୍ତ୍ରୀ ତ ନଗଡ଼ାକୁ ୨୪୫ କୋଟି ଟଙ୍କା ଦେଇଛନ୍ତି। ନବୀନ ବାବୁ କ’ଣ ଯାଇକି ଲୋକଙ୍କୁ ଖାଇବାକୁ ଦେଇଥାନ୍ତେ? ଯେଉଁ ଅଫିସର ଓ କର୍ମଚାରୀମାନେ ଦାୟିତ୍ୱରେ ରହୁଛନ୍ତି, ସେମାନେ ହେରାଫେରି କରୁଛନ୍ତି।  ହେଲେ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କରିବା ସମସ୍ତଙ୍କର ଅଭ୍ୟାସ ହୋଇଯାଇଛି।

ସେ ଆହୁରି କହିଛନ୍ତି- “ମୁଁ ନବୀନ ପଟ୍ଟନାୟକଙ୍କ ବିରୋଧରେ ଶବ୍ଦଟିଏ ବି କହିନାହିଁ। ମୁଁ କହିଛି ଅନ୍ୟ ଦେଶର ମୁଖ୍ୟମନ୍ତ୍ରୀଙ୍କ ଅପେକ୍ଷା ଆମ ମୁଖ୍ୟମନ୍ତ୍ରୀଙ୍କ ‘ଲୋପ୍ରିୟତା ଅଧିକ। ସେ ପୃଥିବୀର ଅନେକ ଦେଶ ଭ୍ରମଣ କରିଛନ୍ତି। ସେ ଲେଖକ ହିସାବରେ ବହି ଲେଖିଛନ୍ତି। ଜଣେ ଚିତ୍ରକର ହିସାବରେ ଆନ୍ତର୍ଜାତୀୟ ସ୍ତରରେ ତାଙ୍କର ନାଁ ଅଛି। ତାଙ୍କର କିଛି ଦୋଷ ନାହିଁ। ଯେଉଁମାନେ ତାଙ୍କ ଅଧସ୍ତନ ଅଛନ୍ତି, ସେମାନେ ହେରଫେର୍‌ କରୁଛନ୍ତି।

ଯେ ପର୍ଯ୍ୟନ୍ତ ଦଳରେ ବିଜୁ ପଟ୍ଟନାୟକ ନାଁ ଅଛି, ସେପର୍ଯ୍ୟନ୍ତ ମୁଁ ବିଜୁ ଜନତା ଦଳରେ ଅଛି। ବର୍ତ୍ତମାନ ଯେଉଁ ବିଜୁ ଜନତା ଦଳ ଅଛି, ସେ ବିଜୁ ଜନତା ଦଳ ଭାବେ ଚାଲୁ ନାହିଁ।”

ଦାମ କହିଛନ୍ତି- “ ଚାରା ସ୍କାମ୍‌ ଦୁର୍ନୀତି କରିଥିବା ଲୋକକୁ ମୁଁ ନିଲମ୍ବିତ କରିଥିଲି। ତାଙ୍କୁ ପୁନଃ ନିଯୁକ୍ତି ଦିଆଗଲା, ମୋତେ ବିଦାକଲେ, କି ଆଚମ୍ବିତ କଥା !

 

 

 

 



from Odisha Reporter https://ift.tt/2p1nPdF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages