ଆବାସିକ ପ୍ରମାଣପତ୍ର ୫ ବର୍ଷ ଓ ଆୟ ପ୍ରମାଣପତ୍ର ୩ ବର୍ଷ ପାଇଁ ବୈଧ ହେବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 20, 2018

ଆବାସିକ ପ୍ରମାଣପତ୍ର ୫ ବର୍ଷ ଓ ଆୟ ପ୍ରମାଣପତ୍ର ୩ ବର୍ଷ ପାଇଁ ବୈଧ ହେବ

house

ଭୁବନେଶ୍ୱର : ରାଜସ୍ୱ ସେବାକୁ ଅଧିକ ଲୋକାଭିମୁଖୀ କରିବା ଲକ୍ଷ୍ୟରେ ଆବାସିକ ପ୍ରମାଣପତ୍ର (ରେସିଡେନ୍ସ ସାର୍ଟିଫିକେଟ୍‌) ଏବଂ ଆୟ ପ୍ରମାଣପତ୍ର (ଇନକମ୍ ସାର୍ଟିଫିକେଟ୍‌) ପ୍ରଦାନ କ୍ଷେତ୍ରରେ ସଂଶୋଧନ କରାଯାଇଛି ।

ଯେଉଁ ଛାତ୍ରଛାତ୍ରୀମାନଙ୍କ ପାଖରେ ବୋର୍ଡ କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରଦତ୍ତ ହାଇସ୍କୁଲ ସାର୍ଟିଫିକେଟ୍‌ କିମ୍ବା ତତୁଲ୍ୟ ସାର୍ଟିଫିକେଟ୍‌ ଉପଲବ୍ଧ, ଏଣିକି ସେମାନଙ୍କ ପାଇଁ ଆବାସିକ ପ୍ରମାଣପତ୍ରର ଆବଶ୍ୟକତା ପଡ଼ିବ ନାହିଁ । ଏବଂ ହାଇସ୍କୁଲ ସାର୍ଟିଫିକେଟ୍‌ରେ ପ୍ରଦତ୍ତ ସ୍ଥାନୀୟ ଠିକଣା ହିଁ ତାଙ୍କର ଆବାସିକ ପ୍ରମାଣପତ୍ର ଭାବରେ ଗ୍ରହଣ କରାଯିବ।

ତେବେ ଯେଉଁ ଛାତ୍ରଛାତ୍ରୀ ହାଇସ୍କୁଲ ସାର୍ଟିଫିକେଟ୍‌ କିମ୍ବା ତତୁଲ୍ୟ ପରୀକ୍ଷା ପାସ୍‌ କରିନାହାନ୍ତି କିମ୍ବା ବୋର୍ଡ ପ୍ରଦତ୍ତ ସାର୍ଟିଫିକେଟ୍‌ ନାହିଁ, ସେମାନଙ୍କ ନିମନ୍ତେ ପୂର୍ବପରି ରାଜସ୍ୱ ବିଭାଗ ଦ୍ୱାରା ଦିଆଯାଉଥିବା ଆବାସିକ ପ୍ରମାଣପତ୍ର ଆବଶ୍ୟକ।

ଏଣିକି ଆବାସିକ ପ୍ରମାଣପତ୍ରର ବୈଧତା ଏକ ବର୍ଷ ବଦଳରେ ୫ ବର୍ଷ ପର୍ଯ୍ୟନ୍ତ ରହିବ। ସେହିପରି ରାଜସ୍ୱ ବିଭାଗ ପକ୍ଷରୁ ଦିଆଯାଇଥିବା ଆୟ ପ୍ରମାଣପତ୍ରର ମାନ୍ୟତା ଏଣିକି ଏକ ବର୍ଷ ବଦଳରେ ୩ ବର୍ଷ ପର୍ଯ୍ୟନ୍ତ ରହିବ।

ଏହା ଦ୍ୱାରା ଛାତ୍ରଛାତ୍ରୀ ଓ ସାଧାରଣ ଲୋକମାନେ ବହୁଳ ଭାବରେ ଉପକୃତ ହେବେ ଏବଂ ସେମାନଙ୍କୁ ଆଉ ବାରମ୍ବାର ତହସିଲ କାର୍ଯ୍ୟାଳୟକୁ ଯିବାକୁ ପଡ଼ିବ ନାହିଁ ।

ଏଣିକି ଆବାସିକ ପ୍ରମାଣପତ୍ର ରାଜସ୍ୱ ବିଭାଗ ଦ୍ୱାରା ନିର୍ଦ୍ଧାରିତ ଫର୍ମାଟ୍‌ରେ ଜମିପଟ୍ଟା, ନିର୍ଦ୍ଦିଷ୍ଟ ସ୍ଥାନରେ ଏକକାଳୀନ ଏକ ବର୍ଷ ପର୍ଯ୍ୟନ୍ତ ବସବାସ କରିବା, ଭୋଟର ତାଲିକାର ନକଲ, ଭୋଟର ପରିଚୟ ପତ୍ର, ରେସନ୍‌ କାର୍ଡ, ଡ୍ରାଇଭିଂ ଲାଇସେନ୍ସ୍‌, ଆଧାର କାର୍ଡ, ପ୍ୟାନ୍‌କାର୍ଡ, ପାସ୍‌ପୋର୍ଟ ଓ ଘରଭଡା ଚୁକ୍ତିର ନକଲ ଆଦି ପ୍ରାମାଣିକ ତଥ୍ୟ ଆଧାରରେ ତହସିଲଦାର କିମ୍ବା ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ପ୍ରଦାନ କରାଯିବ।

ଆବାସିକ ପ୍ରମାଣପତ୍ର ଏବଂ ଆୟ ପ୍ରମାଣପତ୍ର ଓ ଏହାର ବୈଧତା ବୃଦ୍ଧି ସଂକ୍ରାନ୍ତରେ ଓଡ଼ିଶା ମିସେଲେନିୟସ୍‌ ସାର୍ଟିଫିକେଟ୍‌ ରୁଲସ୍‌, ୨୦୧୭ରେ ଆବଶ୍ୟକୀୟ ସଂଶୋଧନ ନିମନ୍ତେ ପ୍ରସ୍ତାବ ଦେବା ପାଇଁ ରାଜସ୍ୱ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗଠିତ କମିଟିର ସୁପାରିଶକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ମହେଶ୍ୱର ମହାନ୍ତି ଅନୁମୋଦନ କରିଛନ୍ତି ।



from Odisha Reporter https://ift.tt/2xz40OO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages