ଏହି କାରଣରୁ ଶୁଟିଂ ଛାଡ଼ି ମୁମ୍ବାଇ ପହଞ୍ଚିଲେ ଅର୍ଜୁନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 20, 2018

ଏହି କାରଣରୁ ଶୁଟିଂ ଛାଡ଼ି ମୁମ୍ବାଇ ପହଞ୍ଚିଲେ ଅର୍ଜୁନ୍‌

ମୁମ୍ବାଇ: ଗତ କିଛିଦିନ ହେଲା ଅର୍ଜୁନ୍‌ କପୁର ନେପାଳରେ ନିଜ ଆଗାମୀ ଫିଲ୍ମ ‘ଇଣ୍ଡିଆଜ୍ ମୋଷ୍ଟ ୱାଣ୍ଟେଡ୍’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ତେବେ ହଠାତ୍‌ ଶୁଟିଂ ଅଧାରେ ଛାଡ଼ି ସେ ନେପାଳରୁ ମୁମ୍ବାଇ ପଳାଇ ଆସିଥିଲେ। ଅର୍ଜୁନ୍‌ଙ୍କ ଏହି ମୁମ୍ବାଇ ଫେରିବାର କାରଣ ହେଇଛନ୍ତି ତାଙ୍କ ଭଉଣୀ ଅଂଶୁଲା କପୁର୍‌।

ଶରୀରରେ ସଂକ୍ରମଣ କାରଣରୁ ଅଂଶୁଲା ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଭଉଣୀଙ୍କ ଏହି ଅସୁସ୍ଥତା ସମ୍ପର୍କରେ ଜାଣିବା ପରେ ଅର୍ଜୁନ୍‌ ନେପାଳରେ ନିଜର ଶୁଟିଂକୁ ଅଧାରେ ଛାଡ଼ି ତୁରନ୍ତ ମୁମ୍ବାଇରେ ଆସି ପହଞ୍ଚି ଯାଇଥିଲେ।

ପରେ ଏ ସମ୍ପର୍କରେ ଅର୍ଜୁନ୍‌ କହିଛନ୍ତି, ଅଂଶୁଲାଙ୍କ ଦେହ ଏବେ ପୂର୍ବ ଅପେକ୍ଷା ଭଲ ଅଛି। ତାଙ୍କୁ ଏବେ ବିଶ୍ରାମ ଦରକାର। ଅଂଶୁଲାଙ୍କ ଦେହ ଅସୁସ୍ଥ ହୋଇ ପଡ଼ିବା ପରେ ବାପା ବୋନି କପୁରଙ୍କ ସମେତ ସାରା କପୁର୍‌ ପରିବାର ତାଙ୍କ ସ୍ୱାସ୍ଥ୍ୟର ଦେଖାଶୁଣା କରୁଛନ୍ତି।  ତେବେ ଅର୍ଜୁନ ପରିବାର ଭିତରେ ନିଜ ଭଉଣୀଙ୍କ ସହ ସବୁଠୁ ଅଧିକ ନିକଟତର। ଶ୍ରୀଦେବୀଙ୍କ ମୃତ୍ୟ ପରେ ଅର୍ଜୁନ୍‌ ଭଉଣୀ ଜାହ୍ନବୀ ଓ ଖୁସିଙ୍କର ମଧ୍ୟ ଧ୍ୟାନ ରଖୁଥିବା ଦେଖିବାକୁ ମିଳିଛି।

ଅର୍ଜୁନ୍‌ ନେପାଳରେ ସୁଟିଂ ସାରିବା ପରେ ମୁମ୍ବାଇରେ ନିଜ ଫିଲ୍ମ ‘ନମସ୍ତେ ଇଂଲଣ୍ଡ’ର ପ୍ରମୋଶନ୍‌ରେ ବ୍ୟସ୍ତ ରହିବେ। ଏହାପରେ ସେ ଆଶୁତୋଷ ଗୋୱାରିକର୍‌ଙ୍କ ଫିଲ୍ମ ‘ପାନିପଥ’ର ଶୁଟିଂ ଆରମ୍ଭ କରିବେ।



from Odisha Reporter https://ift.tt/2psvPos

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages