
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ସାଧାରଣତଃ ଆମେ ଧନିଆ ପତ୍ରକୁ ଖାଦ୍ୟରେ ବ୍ୟବହାର କରୁ। ଧନିଆ ପତ୍ର ଖାଦ୍ୟର ସ୍ୱାଦ ବଢ଼ାଇବା ସହିତ ଏହାକୁ ଆକର୍ଷଣୀୟ କରିଥାଏ। ଏହା ଶରୀର ପାଇଁ ମଧ୍ୟ ଖୁବ୍ ଉପକାରୀ। ତେବେ ଧନିଆ ପତ୍ରର ଏକ ସ୍ୱତନ୍ତ୍ର ଗୁଣ ହେଉଛି, ଏହା ମୁହଁକୁ ସତେଜ ରଖିବା ସହ ଏହାକୁ ବ୍ରଣ ଓ ବୟସଜନିତ ପ୍ରଭାବରୁ ମଧ୍ୟ ସୁରକ୍ଷା ଦିଏ।
ଆଳୁ ଓ ଟମାଟୋ ଯେଭଳି ମୁହଁର କଳା ଦାଗକୁ ହଟାଇବାରେ ସାହାଯ୍ୟ କରିଥା’ନ୍ତି, ସେହିଭଳି ଧନିଆ ପତ୍ର ମଧ୍ୟ ମୁହଁର ଦାଗ ଦୂର କରିବା ସହ ଏହାକୁ ଉଜ୍ଜ୍ୱଳ ରଖିଥାଏ। ମୁହଁର ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ମଧ୍ୟ ଆପଣ ଏହାକୁ ବ୍ୟବହାର କରିପାରିବେ।
ଆସନ୍ତୁ ଜାଣିବା, ଧନିଆ ପତ୍ର କେମିତି ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି କରେ ଏବଂ ଆପଣ କିପରି ଏହାର ବ୍ୟବହାର କରିବେ।
ତ୍ୱଚାକୁ ସୁରକ୍ଷା ଦିଏ:
ଅଧା ଚାମଚ ଧିନିଆ ପେଷ୍ଟ୍ରେ ଅଲବିରା ଜେଲ୍ ଭଲ ଭାବେ ମିଶାଇ ମୁହଁରେ ଲଗାନ୍ତୁ। ଏହାଦ୍ୱାରା ତ୍ୱଚାର ଲୋଚାପଣ ଦୂର ହେବ ଏବଂ ବୟସ ପୂର୍ବରୁ ଆପଣଙ୍କ ମୁହଁ ବୟସ୍କ ପରି ଦେଖାଯିବ ନାହିଁ।
ବ୍ରଣରୁ ରକ୍ଷା କରେ:
ଧନିଆ ପେଷ୍ଟ୍ରେ ଅଳ୍ପ କିଛି ବୁନ୍ଦା ଲେମ୍ୱୁ ରସ ମିଶାଇ, ଏହି ମିଶ୍ରଣକୁ ମୁହଁରେ ଲଗାନ୍ତୁ। ଲଗାଇବାର ୧୫ ମିନିଟ୍ ପରେ ମୁହଁକୁ ଧୋଇ ଦିଅନ୍ତୁ। ଏହାଦ୍ୱାରା ମୁହଁରେ ବ୍ରଣ ହୋଇ ନଥାଏ।
ମୁହଁ ଉଜ୍ଜଳ ଦିଶେ:
ଧନିଆ ପେଷ୍ଟ୍ରେ ଲେମ୍ୱୁ ରସ ସହ ମହୁ ମିଶାଇ ଲଗାଇଲେ, ମୁହଁ ଉଜ୍ଜଳ ଦେଖାଯାଇଥାଏ। ଏହି ପେଷ୍ଟ୍କୁ ଲଗାଇବାର ୧୫ରୁ ୨୦ ମିନିଟ୍ ପରେ ମୁହଁକୁ ଧୋଇ ଦିଅନ୍ତୁ।
ମୁହଁରେ ଥକ୍କାପଣର ପ୍ରଭାବ ଦୂର କରେ:
ଦିନସାରା କାମ କରିବା ପରେ ଶରୀରରେ ଥକ୍କାପଣର ପ୍ରଭାବ ଯୋଗୁ ମୁହଁର ଉଜ୍ଜ୍ୱଳତା କମି ଯାଇଥାଏ। ପୁଣିଥରେ ମୁହଁ ସତେଜ ରହିବା ଚାହୁଁଥିଲେ, କିଛି ଧନିଆ ପତ୍ର ଆଇସ୍ କ୍ୟୁବ୍ରେ ରଖନ୍ତୁ। ଏହାପରେ ଏହି କ୍ୟୁବ୍କୁ ହାଲ୍କା ଭାବେ ମୁହଁରେ ମସାଜ୍ କରନ୍ତୁ।
from Odisha Reporter https://ift.tt/2xbiZ2e
No comments:
Post a Comment