‘ମୋ ପାଇଁ ମୋ ଟିମ୍‌ ସାମ୍ନାକୁ ଆସେ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 26, 2018

‘ମୋ ପାଇଁ ମୋ ଟିମ୍‌ ସାମ୍ନାକୁ ଆସେ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ କିଛି ଦିନ ମଧ୍ୟରେ ଓଲିଉଡ୍‌ର ଆଗଧାଡ଼ିର ନାୟିକା ପାଲଟି ଯାଇଛନ୍ତି ଏଲିନା ସାମନ୍ତରାୟ। ୨୦୧୪ରେ ତରଙ୍ଗ ଚ୍ୟାନେଲ୍‌ରେ ପ୍ରସାରିତ ରିୟାଲିଟି ଶୋ’ ‘କିଏ ହେବ ମୋ ହିରୋଇନ୍‌’ରେ ବିଜୟିନୀ ହେବା ପରେ ଏଲିନାଙ୍କର ଅଭିନୟ ଯାତ୍ରା ଆରମ୍ଭ ହୋଇଥିଲା। ତାଙ୍କର ପ୍ରଥମ ଫିଲ୍ମ ଥିଲା ‘ଇଶ୍କ ତୁ ହି ତୁ’। ଏଥିରେ ସୁପର୍‌ଷ୍ଟାର୍‌ ଅରିନ୍ଦମ୍‌ଙ୍କ ସହ ଏଲିନା ଲିଡ୍‌ ରୋଲ୍‌ରେ ନଜର ଆସିଥିଲେ। ପିଲ୍ମଟି ହିଟ୍‌ ମଧ୍ୟ ହେଇଥିଲା। ଏହାପରେ ଅଭିନୟ ଜଗତରେ ସଫଳତାର ଗୋଟିଏ ପରେ ଏନ୍ୟ ଏକ ପାହାଚ ଚଢ଼ି ଚାଲିଥିଲେ ଏଲିନା। ସେ ଏମିତି ଜଣେ ଅଭିନେତ୍ରୀ ଯେ ଖୁବ୍ କମ୍ ଦିନ ମଧ୍ୟରେ ଓଲିଉଡ୍‌ର ଅଧିକାଶଂ ହିରୋଙ୍କ ସହ କାମ କରିବାର ସୁଯୋଗ ପାଇଛନ୍ତି।  ଗତ ୪ବର୍ଷ ଧରି ଓଡ଼ିଆ ଫିଲ୍ମ କରି ଆସୁଥିବା ଏଲିନା ଅନେକ ସମୟରେ ଆଉଟ୍‌ଡୋର୍‌ ସୁଟିଂରେ ମଧ୍ୟ ଯାଉଛନ୍ତି।

ତେବେ ନିଜର ସେଫ୍‌ଟି ବା ନିରାପତ୍ତା ପାଇଁ କ’ଣ କରନ୍ତି ପଚାରିବାରୁ ଏଲିନା କହିଛନ୍ତି- “ମୁଁ ବହୁତ ଭାଗ୍ୟବାନ୍‌ ଯେ ମୁଁ ଓଲିଉଡ୍‌ରେ ଅଛି। ମୁଁ ଯେତେବେଳେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ସୁଟିଂ କରେ ଏବଂ କିଛି ପିଲା ଝିଅଙ୍କୁ ଦେଖି କମେଣ୍ଟ କରନ୍ତି, ସେହି ସମୟରେ ମୋ ଟିମ୍‌ ସାମ୍ନାକୁ ଆସେ ଏବଂ ମତେ ସପୋର୍ଟ କରେ। ଆମ ସୁଟିଂ ସେଟ୍‌ରେ ମହିଳାମାନଙ୍କୁ ସମ୍ମାନ ଦିଆଯାଏ। ଯେକୌଣସି ଝିଅ ଉପରେ କିଛି ବିପଦ ଆସିଲେ, ଟିମ୍‌ ଲୋକ ସେସବୁର ସାମ୍ନା କରନ୍ତି ଏବଂ ଆମକୁ ସୁରକ୍ଷା ଦିଅନ୍ତି।”



from Odisha Reporter https://ift.tt/2xDTBCb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages