
ମୋହନା (ଓଡ଼ିଶା ରିପୋର୍ଟର): ଜିରାଙ୍ଗ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ୬୧ ଜଣ ଛାତ୍ରୀ ଗତକାଲି ରାତିରେ ହଷ୍ଟେଲ୍ ଛାଡ଼ି ପଳାଇ ଯାଇଥିଲେ।
ଶିକ୍ଷକ ପଦବୀ ପୂରଣ ଦାବିରେ ସେମାନେ ଏମିତି ପଦକ୍ଷେପ ନେଇଥିଲେ। ଏହାସହ ହଷ୍ଟେଲ୍ରେ ବିଦ୍ୟୁତ୍ ଓ ପାଣି ବ୍ୟବସ୍ଥା ଠିକ୍ ଭାବେ ଉପଲବ୍ଧ ହେଉ ନ ଥିବାରୁ ସେମାନେ ଏଭଳି ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଥିଲେ ବୋଲି କୁହାଯାଉଛି।
ଏସବୁ ସମସ୍ୟାର ସମାଧାନ ପାଇଁ ଦୀର୍ଘ ଦିନ ହେଲା ଦାବି ହୋଇ ଆସୁଥିଲେ ହେଁ, ଏନେଇ କୌଣସି ପଦକ୍ଷେପ ନିଆଯାଇ ନ ଥିବା ଅଭିଯୋଗ ହୋଇଛି।
ଗତକାଲି ରାତି ପ୍ରାୟ ଦେଢ଼ଟା ସମୟରେ ଛାତ୍ରୀମାନେ ଜିଲ୍ଲାପାଳଙ୍କୁ ଦେଖା କରିବା ପାଇଁ ହଷ୍ଟେଲରୁ ବାହାରିଥିଲେ। ସ୍କୁଲର ପ୍ରଧାନଶିକ୍ଷକ ରଣ୍ଡିବା ନିକଟରେ ଛାତ୍ରୀମାନଙ୍କୁ ଅଟକାଇ ଥିଲେ। ସେମାନଙ୍କୁ ବୁଝାବୁଝି କରି ଚନ୍ଦ୍ରଗିରି କନ୍ୟାଆଶ୍ରମକୁ ନେଇ ଆସିଥିଲେ।
ଆଜି ସକାଳେ କନ୍ୟାଶ୍ରମରେ ଜିଲ୍ଲାମଙ୍ଗଳ ଅଧିକାରୀ ପହଞ୍ଚି ଛାତ୍ରୀମାନଙ୍କୁ ବୁଝାଇଥିଲେ। ସମସ୍ୟା ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ଓ ସେମାନଙ୍କୁ ହଷ୍ଟେଲକୁ ଫେରାଇ ଆଣିଥିଲେ। ଉପଜିଲ୍ଲାପାଳ ହଷ୍ଟେଲ୍ରେ ପହଞ୍ଚି ଛାତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି।
from Odisha Reporter https://ift.tt/2Q7cPHi
No comments:
Post a Comment