ଏବେ ଗୋଟିଏ ଡଲାର ମୂଲ୍ୟ ୭୨ ଟଙ୍କା ୧୨ପଇସା  - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 6, 2018

ଏବେ ଗୋଟିଏ ଡଲାର ମୂଲ୍ୟ ୭୨ ଟଙ୍କା ୧୨ପଇସା 

ନୂଆଦିଲ୍ଲୀ: ଡଲାର ତୁଳନାରେ ଭାରତୀୟ ମୁଦ୍ରା ଦିନକୁ ଦିନ ନିମ୍ନଗାମୀ ହେବାରେ ଲାଗିଛି। ଆଜି ଡଲାର ତୁଳନାରେ ଟଙ୍କାର ମୂଲ୍ୟ ସର୍ବକାଳୀନ ରେକର୍ଡରେ ହ୍ରାସ ଘଟି ୭୨ ଟଙ୍କାରେ ପହଞ୍ଚିଛି। ଅର୍ଥାତ ଗୋଟିଏ ଡଲାର ମୂଲ୍ୟ ଏବେ ୭୨..୧୨ ଟଙ୍କା ହୋଇଛି। 
 
ଆଜି ଷ୍ଟକ ଏକ୍ସଚେଞ୍ଜରେ କାରବାର ଆରମ୍ଭ ହେବା କ୍ଷଣି ଭାରତୀୟ ମୁଦ୍ରାର ମୂଲ୍ୟ ୩୭ ପଇସା ହ୍ରାସ ଘଟିଥିଲା। ଫଳରେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୭୨.୧୨ ଟଙ୍କାରେ ପହଞ୍ଚିଥିଲା।
 
ଆଜି ଇଣ୍ଟର୍‌ ବ୍ୟାଙ୍କ ‍ଫରେନ୍‌ ଏକ୍ସଚେଞ୍ଜ ମାକେର୍ଟ ଖୋଲିବା ସମୟରେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୭୧.୬୭ ଥିଲା। ଗତକାଲି ମାର୍କେଟ ବନ୍ଦ ହେବା ସମୟରେ ଏହାର ମୂଲ୍ୟ ରେକର୍ଡ ୭୧.୭୫ ରହିଥିଲା। କିନ୍ତୁ କାରବାରର କିଛି ସମୟ ମଧ୍ୟରେ ଏହା ୭୨ ଟଙ୍କା ଅତିକ୍ରମ କରିଥିଲା। 
 
ଚଳିତ ମାସରେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୨% ହ୍ରାସ ଘଟିଥିବା ବେଳେ ଚଳିତ ବର୍ଷ ଏଥିରେ ୧୨% ହ୍ରାସ ଘଟିଛି। ଅନ୍ତର୍ଜାତୀୟ ବଜାରରେ ଅସ୍ଥିରତା ଯୋଗୁ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ଘଟୁଥିବା ବିଶେଷଜ୍ଞମାନେ ମତ ଦେଇଛନ୍ତି।  


from Odisha Reporter https://ift.tt/2M3ZnBw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages