ଲଞ୍ଚ୍ ହେଲା ରେଡ୍‌ମି 6, ରେଡ୍‌ମି 6A ଓ ରେଡ୍‌ମି 6pro - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 6, 2018

ଲଞ୍ଚ୍ ହେଲା ରେଡ୍‌ମି 6, ରେଡ୍‌ମି 6A ଓ ରେଡ୍‌ମି 6pro

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର୍‌): ସ୍ମାର୍ଟ ଫୋନ୍ ନିର୍ମାତା କମ୍ପାନୀ ‘ଶାଓମି’ ଭାରତୀୟ ବଜାରରେ ୩ଟି ନୂଆ ରେଡ୍‌ମି ଫୋନ୍‌ ଲଞ୍ଚ୍‌ କରିଛି। ଗୁରୁବାର ରେଡ୍‌ମି 6, ରେଡ୍‌ମି 6A ଏହଂ ରେଡମି 6 pro ସ୍ମାର୍ଟ ଫୋନ୍‌ର ଲଞ୍ଚ୍‌ ହୋଇଛି।

ଆସନ୍ତୁ ଜାଣିବା, ଏହି ତିନିଟି ସ୍ମାର୍ଟ ଫୋନ୍‌ର ଦାମ୍‌ ଓ ଫିଚର୍ସ।

ରେଡମି 6

ରେଡମି ୬ରେ ୫.୪୫ ଇଞ୍ଚର ଡିସ୍‌ପ୍ଲେ ବୋର୍ଡ୍‌ ହିଛି। ଏହି ସ୍ମାର୍ଟ ଫୋନ୍‌ରେ ୩ଜିବି ରାମ୍‌, ୩୨ଜିବିର ମେମୋରୀ ରହିଛି। ଏହି ସ୍ମାର୍ଟ ଫୋନ୍‌ରେ ୧୨ମେଗାପିକ୍ସଲ୍‌ କ୍ୟାମେରା ଓ ୫ମେଗାପିକ୍ସଲ୍‌ର ଫ୍ରଣ୍ଟ୍‌ କ୍ୟାମେରା ରହିଛି। ଏହାର ମୂଲ୍ୟ ରହିଛି ୭,୯୯୯ଟଙ୍କା। ଏହାର ବିକ୍ରି ସେପ୍ଟେମ୍ବର୧୯ରୁ ବିକ୍ରି ଆରମ୍ଭ ହେବ।  ‘ଆମାଜନ୍‌’ରୁ ଆପଣ ଏହି ଫୋନ୍‌ କିଣି ପାରିବେ।

ରେଡମି 6 A

ରେଡ୍‌ମି 6 Aରେ ୫.୪୫ ଇଞ୍ଚର ଡିସ୍‌ପ୍ଲେ ବୋର୍ଡ୍‌ ସହ ୨ଜିବି ରାମ୍‌ ଏବଂ ୧୬ଜିବି ମେମୋରୀ ରହିଛି। ଏଥିରେ ୧୩ମେଗାପିକ୍ସଲ୍‌ କ୍ୟାମେରା ଓ ୫ମେଗାପିକ୍ସଲ୍‌ର ଫ୍ରଣ୍ଟ୍‌ କ୍ୟାମେରା ରହିଛି। ଏହାର ମୂଲ୍ୟ ୫,୯୯୯ଟଙ୍କା ରହିଛି।

ରେଡ୍‌ମି 6 A ର ବିକ୍ରି ସେପ୍ଟେମ୍ବର୧୯ରୁ ବିକ୍ରି ଆରମ୍ଭ ହେବ।

ରେଡ୍‌ମି 6 pro

ଏଥିରେ ୫.୮୪ ଇଞ୍ଚର ଡିସ୍‌ପ୍ଲେ ବୋର୍ଡ୍‌ ରହିଛି। ଏଥିରେ ୩ଜିବି ରାମ୍‌ ଓ ୩୨ଜିବି ମେମୋରୀ ରହିଛି।  ଏହି ସ୍ମାର୍ଟ ଫୋନ୍‌ରେ ୧୨ମେଗାପିକ୍ସଲ୍‌ କ୍ୟାମେରା ସହ ୫ମେଗାପିକ୍ସଲ୍‌ର ଫ୍ରଣ୍ଟ୍‌ କ୍ୟାମେରା ରହିଛି। କନେକ୍ଟିଭିଟି ଦୃଷ୍ଟିରୁ ଏଥିରେ 4G ଭୋଲ୍‌ଟିର ମଧ୍ୟ ସୁବିଧା ରହିଛି। ଏହାର ମୂଲ୍ୟ ୧୦,୯୯୯ ଟଙ୍କାରୁ ଆରମ୍ଭ ହେଉଛି। ଏହାର ବିକ୍ରି ସେପ୍ଟେମ୍ବର ୧୧ରୁ ଆରମ୍ଭ ହେବ।



from Odisha Reporter https://ift.tt/2oMu9po

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages