ଡାଇବେଟିସ୍‌ ପାଇଁ ମହୌଷଧୀ ସଦାବିହାରୀ ପତ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 9, 2018

ଡାଇବେଟିସ୍‌ ପାଇଁ ମହୌଷଧୀ ସଦାବିହାରୀ ପତ୍ର

sadabahar

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶରୀରରେ ବ୍ଲଡ୍‌ ସୁଗାର୍‌କୁ ନିୟନ୍ତ୍ରଣ କରିବା ପାଇଁ ଆୟୁର୍ବେଦରେ ବହୁ ପ୍ରାକୃତିକ ଉପଚାର ରହିଛି। ଡାଇବେଟିସ୍‌ ପରି ରୋଗକୁ ନିୟନ୍ତ୍ରଣରେ ରଖିବା ପାଇଁ ଆୟୁର୍ବେଦରେ ସଦାବିହାରୀ ପତ୍ର ଖାଇବାକୁ ପରାମର୍ଶ ଦିଆଯାଇଛି। ସଦାବିହାରୀ ପତ୍ର ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିଥାଏ।

linca-fool

କେତେ ଉପକାରୀ ସଦାବିହାରୀ : 

ସଦାବିହାରୀ ଗଛ ଭାରତର ସବୁ ସ୍ଥାନରେ, ବର୍ଷର ସବୁ ସମୟରେ ଦେଖିବାକୁ ମିଳିଥାଏ। ଏହି ଗଛ ଘର ସଜାଇବା ଉଦ୍ଦେଶ୍ୟରେ ତ ଲଗାଯାଇଥାଏ, କିନ୍ତୁ  ଏହାର ଫୁଲ ଓ ପତ୍ରରେ ଭରପୂର ଔଷଧୀୟ ଗୁଣ ରହିଛି। ସଦାବିହାରୀ ଫୁଲ ଏବଂ ଚିକ୍କଣ ସବୁଜ ପତ୍ରକୁ ଟାଇପ୍‌-୨ ଡାଇବେଟିସ୍‌ର ପ୍ରାକୃତିକ ଉପଚାର ପାଇଁ ବ୍ୟବହାର କରାଯାଇଥାଏ।

ଆୟୁର୍ବେଦ ଅନୁସାରେ, ସଦାବିହାରୀ ଗଛର ପତ୍ର ଏବଂ ଫୁଲ ଶରୀରର ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ। ଏହାର ପତ୍ରରେ ପ୍ରସ୍ତୁତ ଚା’ ନିୟମିତ ସକାଳେ ପିଇବା ଦ୍ୱାରା ସ୍ୱାସ୍ଥ୍ୟକୁ ଅନେକ ସୁଫଳ ମିଳିଥାଏ।

Sadabahar4

ସଦାବିହାରୀ ପତ୍ର ମ୍ୟାଲେରିଆ, ଗଳାରେ ଯନ୍ତ୍ରଣା ଏବଂ ଲ୍ୟୁକେମିଆ, ଡାଇବେଟିସ୍‌, ଉଚ୍ଚ ରକ୍ତଚାପ ଏବଂ କ୍ୟାନସର୍‌ ପରି ରୋଗର ଚିକିତ୍ସା ପାଇଁ ବ୍ୟବହାର କରାଯାଇଥାଏ। ଏଥିରେ ଦୁଇ ପ୍ରକାରର ଭିଟାମିନ୍‌ ରହିଛି, ଆଲ୍‌କାଲଏଡ୍‌ସ ଏବଂ ଟ୍ୟାନିନ୍‌ସ (alkaloids and tannins)। ତେବେ ଏହାର ସ୍ୱାଦ କଷା ହୋଇଥିବାରୁ ଅନେକ ସମୟରେ ଅଲ୍ପ ଚିନି ବ୍ୟବହାର କରି ସଦାବିହାରୀ ପତ୍ର ଖାଇବାକୁ ଆୟୁର୍ବେଦ ବିଶେଷଜ୍ଞ ପରାମର୍ଶ ଦେଇଥା’ନ୍ତି।

ଡାଇବେଟିସ୍‌ ରୋଗୀ କିପରି ବ୍ୟବାହର କରିବେ  : 

 ସଦାବିହାରୀ ପତ୍ରକୁ ଶୁଖାଇ ଦେବା ପରେ ଏହାକୁ ଗୁଣ୍ଡ କରି ଏକ ଡବାରେ ରଖନ୍ତୁ। ଏହି ଗୁଣ୍ଡରୁ ପ୍ରତିଦିନ ଏକ ଚାମଚ ଏବଂ ଏହାର ତାଜା ଫୁଲର ରସକୁ ପାଣି ସହିତ ପିଅନ୍ତୁ। ସଦାବିହାରୀ ପତ୍ର ଗୁଣ୍ଡର ସ୍ୱାଦ କଷା।

_sadabahar-7

.୩ କିମ୍ୱା ୪ଟି ସଦାବିହାରୀ ପତ୍ରରୁ ଅଧିକ ଖା’ନ୍ତୁ ନାହିଁ। ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବା ପାଇଁ ଏହାକୁ ଦିନରେ ଚୋବାଇ ଖା’ନ୍ତୁ।

ସଦାବିହାରୀ ଗଛର ଗୋଲାପି ଫୁଲକୁ ଏକ କପ୍‌ ପାଣିରେ ଫୁଟାଇ ଦିଅନ୍ତୁ। ଏହି ପାଣିକୁ ଛାଣି ପ୍ରତିଦିନ ସକାଳେ ଖାଲି ପେଟରେ ପିଅନ୍ତୁ।



from Odisha Reporter https://ift.tt/2MZH1al

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages