ବଜାରକୁ ଆସିଲା Royal Enfieldର ମହଙ୍ଗା ବାଇକ୍‌, ଜାଣନ୍ତୁ ଦାମ କେତେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 9, 2018

ବଜାରକୁ ଆସିଲା Royal Enfieldର ମହଙ୍ଗା ବାଇକ୍‌, ଜାଣନ୍ତୁ ଦାମ କେତେ

ନୂଆଦିଲ୍ଲୀ: ବଜାରକୁ ଆସିଲା Royal Enfieldର ମହଙ୍ଗା ବାଇକ୍‌।  500 ABS ଭର୍ସନର ଏହି ବାଇକ୍‌ର ଡେଲିଭରି ଆରମ୍ଭ ହୋଇଯାଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି।

ଦମଦାର ଓ ଆକର୍ଷଣୀୟ ହୋଇଥିବା ବାଇକ୍‌ର ମୂଲ୍ୟ ୨.୧୦ ଲକ୍ଷରୁ ଆରମ୍ଭ ହେଉଛି। ବର୍ତ୍ତମାନ ମୁମ୍ବାଇରେ ଏହା ଏକ୍ସଶୋ’ରୁମ୍‌ ପ୍ରାଇସ୍‌ ବୋଲି କୁହାଯାଉଛି। ପୂର୍ବରୁ ଥିବା ଷ୍ଟାଣ୍ଡାର୍ଡ ବାଇକ୍‌ ଠାରୁ ଏହି ମଡେଲର ମୂଲ୍ୟ ୨୦ରୁ ୩୦ ହଜାର ଟଙ୍କା ଅଧିକ ରହିଛି।

ତେବେ କଲରକୁ ନେଇ ମୂଲ୍ୟରେ ତଫାତ୍‌ ଆସିବ। ବର୍ତ୍ତମାନ ବଜାରରେ ଧୂଷର ମିଶ୍ରିତ କଳା ରଙ୍ଗରେ ଏହି ବାଇକ୍‌ ଉପଲବ୍ଧ ରହିଛି। ନିକଟରେ କମ୍ପାନୀ ପକ୍ଷରୁ Royal Enfield Himalayan ABS ଭର୍ସନର ଏକ ବାଇକ୍‌ ଲଞ୍ଚ ହୋଇଥିଲା।

500 ABS ଭର୍ସନର ୪୯୯ସିସିର ସିଙ୍ଗଲ୍ ସିଲିଣ୍ଡର୍ ରହିଛି। ଅନ୍ୟ ଫିଚର୍ ମଧ୍ୟରେ ଏୟାର କୁଲଡ୍‌, 27 bhp and 41 Nmର ସର୍ବାଧିକ torque କ୍ଷମତା ରହିଛି । ସେହିପରି ଟ୍ରାନ୍ସମିଶନ କ୍ଷେତ୍ରରେ ୬-ସ୍ପିଡ୍‌ ବିଶିଷ୍ଟ ଗିଏର ବକ୍ସକୁ ଇଞ୍ଜିନରେ ଖଞ୍ଜାଯାଇଛି।

ଏହାର ଆକର୍ଷଣୀୟ ଲୁକ୍‌ ସହିତ ଅତ୍ୟାଧୁନିକ ସୁବିଧା ଗ୍ରାହକମାନଙ୍କୁ ନିଶ୍ଚୟ ଆକୃଷ୍ଟ କରିବ। ସେହିପରି ଲଙ୍ଗ ଡ୍ରାଇଭ୍‌ ପାଇଁ ଏଥିରେ ଫ୍ରଣ୍ଟ୍‌ ୟୁଏସ୍‌ଡି ଫର୍କ୍‌  ସୁବିଧା ଦିଆଯାଇଛି।



from Odisha Reporter https://ift.tt/2CCLwCW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages