ଶାକାହାରୀ ହେଲେ ବଲିଉଡ୍‌ ଅଭିନେତ୍ରୀ ତମନ୍ନା ଭାଟିଆ, ଜାଣନ୍ତୁ କାହିଁକି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 27, 2018

ଶାକାହାରୀ ହେଲେ ବଲିଉଡ୍‌ ଅଭିନେତ୍ରୀ ତମନ୍ନା ଭାଟିଆ, ଜାଣନ୍ତୁ କାହିଁକି

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ତଥା ‘ବାହୁବଳୀ’ ବିୟୁଟି ତମନ୍ନା ଭାଟିଆ ଏବେ ଆମିଷ ଖାଇବା ଛାଡ଼ି ଦେଇଛନ୍ତି। ଏବେ ସେ ସମ୍ପୂର୍ଣ୍ଣ ଶାକାହାରୀ।

ନିଜର ଜୀବନଶୈଳୀରେ ଏପରି ପରିବର୍ତ୍ତନ ସମ୍ପର୍କରେ ନିଜେ ତମନ୍ନା ସୂଚନା ଦେଇଛନ୍ତି। ତମନ୍ନା କହିଛନ୍ତି ଯେ ସିନ୍ଧି ପରିବାରରେ ଜନ୍ମ ହୋଇଥିବାରୁ ପିଲାବେଳୁ ତାଙ୍କର ଚିକେନ୍‌ ଓ ମାଛ ଭଳି ପାରମ୍ପରିକ ଆମିଷ ଖାଦ୍ୟ ପ୍ରତି ଦୁର୍ବଳତା ଥିଲା ଏବଂ ଏସବୁକୁ ନିଜ ଖାଦ୍ୟ ତାଲିକାରୁ ବାଦ୍‌ ଦେବା ତାଙ୍କ ପାଇଁ ଏକ ଚ୍ୟାଲେଞ୍ଜ୍‌ ଥିଲା। ତେବେ ଆମିଷ ଖାଦ୍ୟ ପ୍ରତି ତାଙ୍କର ଯେତିକି ମାତ୍ରାରେ ରୁଚି ରହିଥିଲା, ସେହି ପରିମାଣରେ ସେ ପଶୁ ପକ୍ଷୀଙ୍କୁ ମଧ୍ୟ ଖୁବ୍ ଭଲ ପାଆନ୍ତି। ଆଉ ନିଜ ପୋଷା କୁକୁର ‘ପିବଲ୍‌ସ’ର ସ୍ୱାସ୍ଥ୍ୟ ହାନି ତାଙ୍କୁ ଆମିଷ ଛାଡ଼ିବାର ନିଷ୍ପତ୍ତି ନେବା ପାଇଁ ସାହାଯ୍ୟ କରିଥିଲା।

‘ବାହୁବଳୀ’ର ଏହି ଚର୍ଚ୍ଚିତ ଅଭିନେତ୍ରୀଙ୍କ କହିବା ଅନୁସାରେ, “ଜଣେ ଆମିଷ ଖାଇବ ଅବା ସମ୍ପୂର୍ଣ୍ଣ ଶାକାହାରୀ ହେବ, ଏହା ନିଜର ଇଚ୍ଛାଶକ୍ତି ଉପରେ ନିର୍ଭର କରିଥାଏ। ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ହିଁ ଆମିଷ ଖାଦ୍ୟ ପ୍ରତି ଥିବା ଦୁର୍ବଳତାକୁ ଦୂର କରାଯାଇପାରିବ। ଗତ ପ୍ରାୟ ମାସେ ତଳେ ମୋ ପ୍ରିୟ ‘ପିବଲ୍‌ସ’ (ପୋଷା କୁକୁର) ପକ୍ଷାଘାତ ରୋଗର ଶିକାର ହେବା ମୋତେ ଖୁବ୍‌ ଚିନ୍ତାଗ୍ରସ୍ତ କରିଥିଲା। ସମସ୍ତେ ଜାଣନ୍ତି ମୁଁ ଖୁବ୍‌ ଖାଦ୍ୟପ୍ରିୟ, କିନ୍ତୁ ଏହା ସାଙ୍ଗକୁ ମୁଁ ଜଣେ ଆନିମଲ୍‌ ଲଭର୍‌ ମଧ୍ୟ। ଆଉ ‘ପିବଲ୍‌ସ’ର ଅସୁସ୍ଥତା ଯୋଗୁ ଭାବିଲି ଯେ ମୋ’ର ଏପରି ଏକ ପ୍ରିୟ ସାମଗ୍ରୀକୁ ମୁଁ ସବୁଦିନ ପାଇଁ ତ୍ୟାଗ କରିବି, ଯାହା ଫଳରେ ‘ପିବଲ୍‌ସ’ ପୁଣି ସୁସ୍ଥ ହୋଇ ଉଠିବ। କାରଣ ‘ପିବଲ୍‌ସ’ କେବଳ ମୋ’ର ପୋଷା କୁକୁର ନୁହେଁ, ବରଂ ଆମ ପରିବାରର ଜଣେ ସଦସ୍ୟ। ତେଣୁ ମୋ ନିଜ ଜୀବନଶୈଳୀକୁ ବଦଳାଇବାର ନିଷ୍ପତ୍ତି ନେଇ ମୋ’ର ଖୁବ୍ ପ୍ରିୟ ଆମିଷ ଖାଦ୍ୟ ସବୁଦିନ ପାଇଁ ଛାଡ଼ିକାବକୁ ମନସ୍ଥିର କରିଛି। ଏହିଭଳି ନିଷ୍ପତ୍ତି ନେବା ପରେ ମୋତେ ଲାଗୁଛି ଯେ ମୁଁ ବହୁ ପୂର୍ବରୁ ଏଭଳି ନିଷ୍ପତ୍ତି ନେବାର ଥିଲା।”

ସୋଶାଲ୍ ମିଡିଆରେ ଖୁବ୍ ସକ୍ରିୟ ଥିବା ଏହି ଚୁଲ୍‌ବୁଲି ଅଭିନେତ୍ରୀ ପୂର୍ବରୁ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ପ୍ରଶଂସକଙ୍କ ପାଇଁ ନିଜର ପ୍ରିୟ ଖାଦ୍ୟ ସାମଗ୍ରୀର ଫଟୋ ଓ ଭିଡିଓ ଶେୟାର୍ କରିବା ସହ ଡାଇଟିଂ ଟିପ୍‌ସ ମଧ୍ୟ ଦେଇଥା’ନ୍ତି।

ଏବେ ଆମିଷ ଖାଦ୍ୟ ଛାଡ଼ିବା ପରେ ତମନ୍ନା ରିଚା ଚଢା, ଆଲିଆ ଭଟ୍ଟ, ସୋନମ କପୁର୍ ଓ ଆୟୁଷ୍ମାନ୍‌ ଖୁରାନାଙ୍କ ଭଳି ବଲିଉଡ୍‌ର ଶାକାହାରୀ ସେଲିବ୍ରିଟିଙ୍କ ତାଲିକାରେ ସାମିଲ୍ ହୋଇଛନ୍ତି।



from Odisha Reporter https://ift.tt/2P1aopm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages