ଆନ୍ଦୋଳନରୁ ହଟି କାର୍ଯ୍ୟରେ ଯୋଗ ଦେବାକୁ ଓକିଲଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 27, 2018

ଆନ୍ଦୋଳନରୁ ହଟି କାର୍ଯ୍ୟରେ ଯୋଗ ଦେବାକୁ ଓକିଲଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟବ୍ୟାପୀ ଆଇନ୍‌ଜୀବୀଙ୍କ ଆନ୍ଦୋଳନ ଯୋଗୁ ମାସେ ହେଲା ଆଇନ୍‌ ସେବା ବିପର୍ଯ୍ୟସ୍ତ ହୋଇପଡିଛି। ଯାହାଫଳରେ କିଏ ଜାମିନ ପାଇବାରୁ ବଞ୍ଚିତ ହୋଇଛି ତ ଆଉ କିଏ ଆଇନ ସହାୟତା ନପାଇ ହଇରାଣ ହେଉଛି। ଅନ୍ୟପକ୍ଷରେ ଆନ୍ଦୋଳନରୁ ହଟି କାର୍ଯ୍ୟରେ ଯୋଗ ଦେବାକୁ ଓଡ଼ିଶା ହାଇକୋର୍ଟ ଓକିଲ ସଂଘ ଓ ଅନ୍ୟ ଓକିଲ ସଂଘଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ୍‌କୋର୍ଟ।

ଆଜି ବିବାଦୀୟ ବୟାନ ଦେଇ ଓଡ଼ିଶା ପୁଲିସ ଦ୍ୱାରା ଗିରଫ ସାମ୍ବାଦିକ ଅଭିଜିତ ଆୟର ମିତ୍ରଙ୍କ ସୁରକ୍ଷା ପିଟିସନର ଶୁଣାଣି କରିବା ବେଳେ ଶ୍ରୀ ମିତ୍ରଙ୍କ ଓକିଲ କୋର୍ଟଙ୍କୁ ଜଣାଇଥିଲେ ଯେ ଯେହେତୁ ଓଡ଼ିଶା ହାଇକୋର୍ଟ ଓକିଲ ସଙ୍ଘ ଦୀର୍ଘଦିନ ହେବ ଆନ୍ଦୋଳନ କରୁଛନ୍ତି, ତେଣୁ ସେଠାରେ ସେ ନ୍ୟାୟ ଆବେଦନ କରିବାରୁ ବଞ୍ଚିତ ହୋଇଛନ୍ତି। ଏହା ପରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠ ଉପରୋକ୍ତ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।

ବିଚାର ଅପେକ୍ଷାରେ ଅଭିଯୁକ୍ତ ଓ ସେମାନଙ୍କ ପରିବାର

ରାଜ୍ୟବ୍ୟାପୀ ଆଇନ ସେବା ବ୍ୟାହତ ହେବା ଫଳରେ ବହୁ ସଂଖ୍ୟକ ବ୍ୟକ୍ତି ନ୍ୟାୟିକ ସେବା ପାଇବାରୁ ବଞ୍ଚିତ ହୋଇଛନ୍ତି। ଏଭଳି କିଛି ଉଦାହରଣ ଏବେ ସାମ୍ନାକୁ ଆସିଛି।

ସମ୍ବଲପୁର ସାହୁ କଲୋନୀର ମୀନୁ ଚାଟାର୍ଜୀଙ୍କ ପୁଅ ଏକ ଚୋରି ମାମଲାରେ ଗିରଫ ହୋଇଥିଲେ। ସେ ବେଲ୍‌ ନପାଇଁ ଦୀର୍ଘ ଦିନ ହେଲା ଜେଲ୍‌ରେ ଅଛନ୍ତି। ଓକିଲଙ୍କ ଆନ୍ଦୋଳନ ଯୋଗୁ ତାଙ୍କୁ ବେଲ୍‌ ମିଳୁନି। କେବେ କୋର୍ଟ କାମ ଆରମ୍ଭ ହେବ ଓ ପୁଅ ଜାମିନ୍‌ରେ ଆସିବେ, ସେହି ଚିନ୍ତାରେ ମୀନୁ ଦିନ କାଟୁଛନ୍ତି।

ସେହିପରି ବାଲେଶ୍ୱର ସଦର ବ୍ଲକ ତୋଟାପାଳ ଗାଁର ଯଶମନ୍ତୀ ମଙ୍ଗଙ୍କର ମଧ୍ୟ ସମାନ ସମସ୍ୟା। ୪ ମାସ ହେଲା ବାଲେଶ୍ୱର ଜେଲ୍‌ ଅଛନ୍ତି ଯଶମନ୍ତୀଙ୍କ ଭାଇ। ତେବେ କୋର୍ଟ ଚାଲୁନଥିବାରୁ ମାମଲାର ଶୁଣାଣି ହୋଇପାରୁନି। ଜାମିନ ମିଳିବ କି ନାହିଁ ତାକୁ ନେଇ ଯଶୋବନ୍ତ ଆଶଙ୍କାରେ ଥିବା ବେଳେ ଭାଇକୁ ଜେଲ୍‌ରେ କେବଳ ଦେଖାକରି ଫେରୁଛନ୍ତି।

କେବଳ ଯଶମନ୍ତୀ କି ମୀନୁ ନୁହଁନ୍ତି, ଓକିଲଙ୍କ ଆନ୍ଦୋଳନ ଯୋଗୁ କୋର୍ଟ କାମ ହେଉନଥିବାରୁ ଲୋକେ ନ୍ୟାୟିକ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ନାନା ଅସୁବିଧାର ସମ୍ମୁଖୀନ ମଧ୍ୟ ହେଉଛନ୍ତି। ଯାହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି।

ଗୋଟିଏ ପଟେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ଦୀର୍ଘଦିନ ଧରି ଆନ୍ଦୋଳନ ଚଳାଇଛି। ଅନ୍ୟପଟେ ଜଣେ ଆଇନ୍‌ଜୀବୀଙ୍କୁ ପୁଲିସର ମାଡ଼ ପ୍ରତିବାଦରେ ହାଇକୋର୍ଟ ସମେତ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ଓକିଲ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲିଛି। ସେପଟେ ଅଭିୟୁକ୍ତଙ୍କ ମାମଲାର ଶୁଣାଣି ହୋଇପାରୁନଥିବାରୁ ଜେଲରେ ଅନ୍ତେବାସୀଙ୍କ ସଂଖ୍ୟା ବଢ଼ି ଚାଲିଛି।

ସମ୍ବଲପୁର ମଣ୍ଡଳ କାରାଗାରରେ ୫୧୯ ଜଣ କଏଦୀଙ୍କ ରହିବା ବ୍ୟବସ୍ଥା ରହିଛି। ବର୍ତ୍ତମାନ ଏଠାରେ ୯୦୨ ଜଣ ରହିଛନ୍ତି। ଚୌଦ୍ୱାର ସର୍କଲ ଜେଲ୍‌ରେ ହଜାରେ କଏଦୀଙ୍କ ରହିବା କ୍ଷମତା ଥିବାବେଳେ ଅଛନ୍ତି ୧୧ଶହରୁ ଉର୍ଦ୍ଧ୍ୱ ରହୁଛନ୍ତି। ଭୁବନେଶ୍ୱର ଝାରପଡ଼ା ଜେଲ୍‌ କ୍ଷମତାଠାରୁ ୫୦ରୁ ଅଧିକ କଏଦୀ ଅଛନ୍ତି। ତେଣୁ ଯଦି ଆନ୍ଦୋଳନ ନହଟେ ତେବେ ଆଗକୁ ସ୍ଥିତି କ’ଣ ହେବ ତାକୁ ନେଇ ଚିନ୍ତାରେ ଜେଲ୍ କର୍ତ୍ତୃପକ୍ଷ।

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ଲାଗି ଯୋଜନା କରିଥିବା ହାଇକୋର୍ଟ ବାର୍‌ ଆସୋସିଏସନ ଆସନ୍ତାକାଲି ଏ ସମ୍ପର୍କରେ ନିଷ୍ପତ୍ତି ନେବ। ଏପଟେ ସମ୍ବଲପୁର ଓକିଲ ସଂଘ ନିର୍ଣ୍ଣାୟକ ଲଢ଼େଇ ପାଇଁ ଅଣ୍ଟା ଭିଡ଼ିଥିବା ବେଳେ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ନିମନ୍ତେ ଆସନ୍ତା ୨୯ ତାରିଖରେ ରାଜଗାଙ୍ଗପୁରରେ ଏକ ବୈଠକ ଡାକିଛି।



from Odisha Reporter https://ift.tt/2R4BFcc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages