ଡାହାଣୀ ସନ୍ଦେହରେ ହାଣି ଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 30, 2018

ଡାହାଣୀ ସନ୍ଦେହରେ ହାଣି ଦେଲେ

man

ସୁନ୍ଦରଗଡ଼ (ବିଜୟ ବରୁଆ): ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଅନ୍ତର୍ଗତ ପାମାରା ଗାଁରେ ଡାହାଣୀ ସନ୍ଦେହରେ ଜଣେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ତାଙ୍କ ନାଁ ଦୁଃଖୀ ବରିହା।

ତାଙ୍କର ଦୁଇ ହାତର ଆଙ୍ଗୁଳି ଓ ଛାତିରେ ଆଘାତ ଲାଗିଛି। ତାଙ୍କୁ ଗୁରୁତର ଅବସ୍ଥାରେ ସୁନ୍ଦରଗଡ଼ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, କିଛି ଦିନ ହେବ ଦୁଃଖୀଙ୍କ ପଡ଼ୋଶୀ ରାମ ବାରିକଙ୍କ ପରିବାର ତାଙ୍କୁ ଡାହାଣୀ ବୋଲି ସନ୍ଦେହ କରି ଆସୁଥିଲେ। ଏମିତିକି ସମସ୍ତଙ୍କ ସମ୍ମୁଖରେ ତାଙ୍କୁ ଡାହାଣୀ ବୋଲି ଡାକୁ ଥିଲେ। ଦୁଃଖୀଙ୍କ ଯୋଗୁ ତାଙ୍କ ପରିବାରର କେହି ଭଲରେ ରହି ପାରୁ ନଥିବା ରାମ ଅଭିଯୋଗ କରି ଆସୁଥିଲେ।

ଆଜି ସକାଳେ ଦୁଃଖୀଙ୍କ ସହ ରାମଙ୍କ ଝିଅର ବଚସା ହୋଇଥିଲା। ଏହାପରେ ତାଙ୍କର ପୂରା ପରିବାର ଦୁଃଖୀଙ୍କୁ ଆକ୍ରମଣ କରିଥିଲେ। ତାଙ୍କୁ ଟାଙ୍ଗିଆରେ ଆକ୍ରମଣ କରାଯାଇଥିଲା।

ଏନେଇ ଦୁଃଖୀଙ୍କ ପୁଅ ବଡ଼ଗାଁ ଥାନାରେ ଏତଲା ଦେଇଛନ୍ତି। ପୁଲିସ୍‌ ରାମ ବାରିକ ତାଙ୍କ ସ୍ତ୍ରୀ, ପୁଅ ଓ ଝିଅକୁ ଅଟକ ରଖିଛି।



from Odisha Reporter https://ift.tt/2zGMZ7v

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages