
ପାଟଣା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବ ଘରେ ପୁଣି ବାଜିବ ସାହାନାଇ। ଲୋକସଭା ନିର୍ବାଚନ ପରେ ଲାଲୁଙ୍କ ପୁଅ ତେଜସ୍ୱୀ ଯାଦବ ବାହା ହେବେ।
ତେଜସ୍ୱୀ ନିଜେ ଏ କଥା ଘୋଷଣା କରିଛନ୍ତି। ସେ କହିଛନ୍ତି,“ ମୁଁ ବିବାହ କରିବାକୁ ଚାହୁଁଛି, ହେଲେ ନିର୍ବାଚନ ପରେ।”
ସେ ଆହୁରି କହିଛନ୍ତି,“ନିର୍ବାଚନ ପୂର୍ବରୁ ବିବାହ କରିପାରିବି ନାହିଁ। କାରଣ ନିର୍ବାଚନ ପାଇଁ ଖୁବ୍ ବ୍ୟସ୍ତ ରହିବି। ଏଥିଯୋଗୁଁ ହନିମୁନ୍ରେ ଯିବାକୁ ବି ସମୟ ପାଇବି ନାହିଁ।’
ତେବେ ତେଜସ୍ୱୀ କାହାକୁ ବିବାହ କରିବେ, ସେ ନେଇ ମୁହଁ ଖୋଲି ନାହାନ୍ତି।
କିଛି ଦିନ ହେବ ତେଜସ୍ୱୀଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଥିଲା।
ଅନ୍ୟପକ୍ଷରେ ବିହାରର ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି କହିଛନ୍ତି,“ତେଜସ୍ୱୀ ପ୍ରଥମେ ଜେଲ ଯିବା ପାଇଁ ପ୍ରସ୍ତୁତ ହୁଅନ୍ତୁ, ପରେ ବିବାହ କଥା ଚିନ୍ତା କରିବେ।”
from Odisha Reporter https://ift.tt/2NTNqEb
No comments:
Post a Comment