ଏବେ କ’ଣ କରିବେ ୧୮୦ ଜଣ ଡାକ୍ତରୀ ଛାତ୍ରଛାତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 12, 2018

ଏବେ କ’ଣ କରିବେ ୧୮୦ ଜଣ ଡାକ୍ତରୀ ଛାତ୍ରଛାତ୍ରୀ

supremecourt
ନୂଆଦିଲ୍ଲୀ: କେରଳ ସରକାର ଜାରି କରିଥିବା ସ୍ୱତନ୍ତ୍ର ଅଧ୍ୟାଦେଶ ବଳରେ ରାଜ୍ୟରେ ଚାଲୁଥିବା ୨ଟି ମେଡିକାଲ୍‌ କଲେଜ୍‌ରେ ୧୮୦ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଥିଲେ। କିନ୍ତୁ ଏବେ ସୁପ୍ରିମକୋର୍ଟ ଏହି ଅଧ୍ୟାଦେଶକୁ ଖାରଜ କରିଦେବା ପରେ ୧୮୦ ଜଣ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନାମ ଲେଖାରେ ବ୍ୟାପକ ଅନିୟମିତତା ହୋଇଥିବା ସୁପ୍ରିମକୋର୍ଟ ହୃଦୟଙ୍ଗମ କରିବା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି।
ଗତବର୍ଷ ସୁପ୍ରିମକୋର୍ଟ କେରଳର କନ୍ନୁର ମେଡିକାଲ୍‌ କଲେଜ୍‌ ଓ କରୁନା ମେଡିକାଲ୍‌ କଲେଜରେ ନାଁ ଲେଖାଇଥିବା ୧୮୦ ଜଣ ଛାତ୍ରଛାତ୍ରୀଙ୍କ ପଞ୍ଜୀକରଣକୁ ରଦ୍ଦ କରିଦେଇଥିଲେ। ତେବେ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ରୁଲିଂକୁ ଅଣଦେଖା କରି ୭ ମାସ ପରେ ଏକ ଅଧ୍ୟାଦେଶ ଜାରି କରିଥିଲେ। ଫଳରେ ଛାତ୍ରଛାତ୍ରୀଙ୍କ ପଞ୍ଜୀକରଣ ବୈଧ ରହିଥିଲା। ଏପ୍ରିଲ ମାସରେ କେରଳ ବିଧାନସଭାରେ ସର୍ବସମ୍ମତିକ୍ରମେ ଏ ସଂକ୍ରାନ୍ତରେ ଏକ ବିଲ୍‌ ମଧ୍ୟ ପାସ୍‌ ହୋଇଥିଲା।
ତେବେ ଆଜି ସର୍ବୋଚ୍ଚ ଅଦାଲତ ଏଭି ଏକ ବିଲ୍‌କୁ ଅଲ୍ଟ୍ରା ଭାୟାର୍ସ ବୋଲି କହିବା ସହ ଏହା ସରକାରଙ୍କ କ୍ଷମତା ବାହାରେ ବୋଲି ଅଭିହିତ କରିଛନ୍ତି। ରାଜ୍ୟ ସରକାର ହାଇକୋର୍ଟ ଓ ସୁପ୍ରିମକୋର୍ଟ ଉପରେ  ନୁହନ୍ତି ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।
ନାଁ ଲେଖା ପ୍ରକ୍ରିୟାରେ ଅନିୟମିତତା କରୁଥିବା ଘରୋଇ ମେଡିକାଲ୍‌ କଲେଜକୁ ଉଚିତ୍‌ ଜବାବ ଦେବାକୁ କୋର୍ଟ ଗତବର୍ଷ ମାର୍ଚ୍ଚ ମାସରେ କେରଳର ଦୁଇ ମେଡିକାଲ୍‌ କଲେଜ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। କରୁନା ମେଡିକାଲ୍‌ କଲେଜରେ ୩୦ ଜଣ ଛାତ୍ରଛାତ୍ରୀ ନାଁ ଲେଖାଇଥିବା ବେଳେ କନ୍ନୁର ମେଡିକାଲ୍‌ କଲେଜରେ ୧୫୦ ଜଣ ଛାତ୍ରଛାତ୍ରୀ ନାଁ ଲେଖାଇଥିଲେ।


from Odisha Reporter https://ift.tt/2x6TAXr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages