କାକୁଡ଼ି ଖାଇବା ପରେ ହଠାତ୍‌ କାହିଁକି ପାଣି ପିଇବା ଅନୁଚିତ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 12, 2018

କାକୁଡ଼ି ଖାଇବା ପରେ ହଠାତ୍‌ କାହିଁକି ପାଣି ପିଇବା ଅନୁଚିତ୍‌

କାକୁଡ଼ି ହେଉଛି ଏକ ପୃଷ୍ଟିକର ଫଳ।  ଯାହା ଆପଣଙ୍କ ଡାଏଟ୍‌ ପାଇଁ ଖୁବ୍‌ ଉପାଦେୟ। ଏହି ଫଳରେ ଖଣିଣ, ଭିଟାମିନ୍‌ ଏବଂ ଇଲେକ୍ଟ୍ରୋଲାଇଟସ୍‌ ଭରପୂର ରହିଛି। ସାଣ୍ଡୱିଚ୍‌, ସାଲାଡ୍ ଏବଂ ରାଇତା ପାଇଁ କାକୁଡ଼ିକୁ ଘରେ ଘରେ ବ୍ୟବହାର କରାଯାଏ। ଡାଇବେଟିସ୍‌ ରୋଗୀଙ୍କ ପାଇଁ କାକୁଡ଼ି ଖୁବ୍‌ ଉପକାରୀ। ଭିଟାମିନ୍‌ ‘ଏ’, ‘ବି’ ଏବଂ ‘ସି’ ତଥା ଅନେକ ପ୍ରକାର ମିନେରାଲସ୍‌ ଏବଂ କ୍ୟାଲସିୟମ ପ୍ରଭୃତି ରହିଥାଏ।

ଏହାବ୍ୟତୀତ ଗରମ ଦିନେ ଶରୀରରୁ ଜଳୀୟ ଅଂଶ କମିଲେ କାକୁଡ଼ି ଖାଇବା ପାଇଁ ଡାକ୍ତର ପରାମର୍ଶ ଦେଇଥାନ୍ତି। କାକୁଡ଼ିରେ ୯୫ ପ୍ରତିଶତ ଜଳୀୟ ଅଂଶ ଥାଏ। ତେବେ କାକୁଡ଼ି ଖାଇବା ପରେ ହଠାତ୍ ପାଣି ପିଇବାକୁ ଡାକ୍ତରମାନେ ବାରଣ କରିଥାନ୍ତି। ଏହା ପଛରେ କ’ଣ ରହିଛି କାରଣ ଆସନ୍ତୁ ଜାଣିବା। କାକୁଡ଼ି ଖାଇ ପାଣିପିଇବା ପରେ ଶରୀରେ ଜିଆଇ(gi)ରେ ଗତିଶୀଳ ହୋଇଥାଏ।

ଫଳରେ ପାଚନ ପ୍ରକ୍ରିୟା ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ।  ଏହାବ୍ୟତୀତ ପିଏଚ୍‌ ସ୍ତରରେ ପ୍ରଭାବ ପକାଇଥାଏ। ଶରୀରକୁ ସୁସ୍ଥ ରଖିବାରେ ପିଏଚ୍‌ର ଭୂମିକା ଗୁରୁତ୍ୱପୂର୍ଣ୍ଣ।

ଅଧିକ ପାଣି ପିଇବା ଦ୍ୱାରା ଶରୀରରେ ପିଏଚ୍‌ସ୍ତର କମ୍‌ ହୋଇଥାଏ। ସେହିପରି କାକୁଡ଼ିରେ ଜଳୀୟ ଅଂଶ ଓ ଏସିଡ୍‌ ଭାଗ ଥିବାରୁ ଖାଦ୍ୟପଦାର୍ଥକୁ ହଜମ କରିବାରେ ବାଧକ ସାଜିଥାଏ। ଏହାର କୁପ୍ରଭାବ ପରିଣାମ ସୂରୁପ ଡାଇରିଆ ଏବଂ କାଶ ହେବାର ଆଶଙ୍କା ଥାଏ। ତେଣୁ ପାଣି ପିଇବା ପରେ ଅନ୍ତଃତ ପକ୍ଷେ ୨୦ ମିନିଟ୍‌ ପରେ ପାଣି ପିଇବା ଜରୁରୀ ବୋଲି ଡାକ୍ତରମାନେ ପରାମର୍ଶ ଦେଇଥାଆନ୍ତି।



from Odisha Reporter https://ift.tt/2NvlxBF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages